ବାଛରାନାସୀ ନାଳର ପୁନରୁଦ୍ଧାର ସରକାର ଭୁଲିଗଲେ

ପଟ୍ଟାମୁଣ୍ଡାଇ,୨୫।୪: (ସ୍ବ.ପ୍ର.) କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ବାଛରାନାସୀର ପୁନରୁଦ୍ଧାର କାର୍ଯ୍ୟ ରାଜ୍ୟ ସରକାର ଆରମ୍ଭ କରିଥିଲେ ହେଁ, କାମ ଅଧାରୁ ରଖି ଠିକାଦାର ଛୁ ମାରିଛନ୍ତି। ଫଳରେ ଧୋୟାଞ୍ଚଳବାସୀଙ୍କ ସ୍ବପ୍ନ ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ସାମାଜିକ କର୍ମୀ ହିରଣ୍ୟ ରାଉତ କହିଛନ୍ତି। ପଟ୍ଟାମୁଣ୍ଡାଇ ପାଖ ବ୍ରାହ୍ମଣୀ ନଦୀରୁ ବାହାରିଥିବା ଶାଖା ନାଳ ବାଛରାନାସୀର ପୁନରୁଦ୍ଧାର ହେଲେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଶସ୍ୟଶ୍ୟାମଳା ହେବ। ଏ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେବା ଫଳରେ ୫ ବର୍ଷ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଖନନ କାର୍ଯ୍ୟ କରାଇବା ପାଇଁ ଠିକାଦାର ନିଯୁକ୍ତି କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ଠିକାଦାର ଏହାର ଖନନ କାର୍ଯ୍ୟ ଆରମ୍ଭ କରି ଅଧାରୁ କାମ ବନ୍ଦ କରି ଦେଇଥିଲେ। ଅଞ୍ଚଳବାସୀଙ୍କ ପକ୍ଷରୁ ଏ ନେଇ ସ୍ଥାନୀୟ ପ୍ରଶାସନ, ଜିଲା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ବାରମ୍ବାର କରାଗଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଚାଷୀମାନେ ପାଣି ଅଭାବରୁ ଜମିରେ ଚାଷକାର୍ଯ୍ୟ କରି ନ ପାରିବାରୁ ଚାଷରୁ ମୁହଁ ଫେରାଇବା ପାଇଁ ବାଧ୍ୟ ହୋଇଛନ୍ତି। ଏବେ ଶତାଧିକ ଏକର ଉର୍ବର ଧୋୟାଞ୍ଚଳ ଜମି ପଡ଼ିଆ ପଡ଼ିଥିବାବେଳେ ଚାରିଆଡେ ଖଁା ଖଁା ଲାଗୁଛି।
ଚାଷୀ ସମୀର ପ୍ରଧାନ କହିଛନ୍ତି, ବ୍ରାହ୍ମଣୀ ନଦୀରୁ ବାହାରିଥିବା ଶାଖାନାଳ ବାଛରାନାସୀ ଉପରେ ପଟ୍ଟାମୁଣ୍ଡାଇ ବ୍ଲକର ବାଛରା, ମଣ୍ଡପଡ଼ା, ବାଲିପାଟଣା, ଖରିପାଳ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର କଷଣଅଣ୍ଟା, ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, ନନ୍ଦିନୀନଗର, ତନୁପୁର, ବଙ୍ଗାଳିଦିଆ ଆଦି ଅଞ୍ଚଳର ଶହ ଶହ ଏକର ଜମିରେ ବିଭିନ୍ନ କିସମର ପନିପରିବା ସହ ଶସ୍ୟ ଜାତୀୟ ଫସଲ, ଚିନାବାଦାମ, ଆଳୁ ଆଦି ଅର୍ଥକରୀ ଫସଲ ବ୍ୟାପକ ଭାବେ ଚାଷ ହେଉଥିଲା। ଧୋୟାଞ୍ଚଳର ଲୋକମାନେ ମୁଖ୍ୟତଃ ଏହି ସବୁ ଅର୍ଥକରୀ ଫସଲ ଉପତ୍ାଦନ ଉପରେ ନିର୍ଭର କରି ସେମାନଙ୍କ ଗୁଜୁରାଣ ମେଣ୍ଟାଇବା ସହ ତେଲଲୁଣ ସଂସାର ଚଳାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଆର୍ଥତ୍କ ସ୍ଥିତିକୁ ମଜଭୁତ କରିପାରୁଥିଲେ। କ୍ରମଶଃ ବ୍ରାହ୍ମଣୀ ନଦୀରୁ ବାହାରିଥିବା ବାଛରାନାସୀ ମୁହାଣ ପୋତି ହୋଇପଡ଼ିବା ଫଳରେ ଶାଖା ନାଳ ମଧ୍ୟକୁ ନଦୀର ଜୁଆର ପାଣି ଆଉ ପ୍ରବେଶ କରିପାରିଲାନାହିଁ। ଫଳରେ ଧୀରେ ଧୀରେ ବ୍ରାହ୍ମଣୀ ଶାଖା ବାଛରାନାସୀ ପୋତି ହୋଇପଡ଼ିବା ସହ ସେଥିରେ କଟକି ଦଳ, କେଉଟି, ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇ ଏହା କ୍ରମଶଃ ପୋତି ହୋଇଗଲାଣି। ବ୍ରାହ୍ମଣୀ ନଦୀ ବାଛରାନାସୀ ଶାଖା ନାଳର ଉଭୟପାର୍ଶ୍ୱରେ ଥିବା ଉର୍ବର ଚାଷଜମି ପାଣି ଅଭାବରୁ ବର୍ଷ ବର୍ଷ ଧରି ପଡ଼ିଆ ପଡ଼ିବା ଫଳରେ ସେଥିରେ ବେଣା ଜଙ୍ଗଲ ସୃଷ୍ଟି ହେବାରୁ ଚାଷୀମାନେ ଚାଷକାର୍ଯ୍ୟରୁ ମୁହଁ ଫେରାଇବା ପାଇଁ ବାଧ୍ୟ ହେଉଛନ୍ତି। ବୁଦ୍ଧିଜୀବୀ କ୍ଷୀରୋଦ ପ୍ରଧାନ କହିଛନ୍ତି, ଏକଦା ପଟ୍ଟାମୁଣ୍ଡାଇ ବଜାର ସମେତ ଆଳି, ରାଜନଗର, ରାଜକନିକା, କେନ୍ଦ୍ରାପଡ଼ା, ମହାକାଳପଡ଼ା ପ୍ରଭୃତି ଅଞ୍ଚଳକୁ ବ୍ୟାପକ ଭାବେ ସବୁଜ ପନିପରିବା ଯୋଗାଇ ଆସୁଥିବା ଏହି ଧୋୟାଞ୍ଚଳର ପାଳ ଜମି ଏବେ ବର୍ଷ ବର୍ଷ ଧରି ପଡ଼ିଆ ପଡ଼ିବା ଫଳରେ ଉପତ୍ାଦିକା ଶକ୍ତି ହରାଇ ସାରିଛି। ବ୍ରାହ୍ମଣୀ ନଦୀରୁ ବାହାରିଥିବା ବାଛରାନାସୀ ଶାଖା ନାଳରେ ଉଠା ସେଚ ପଏଣ୍ଟଗୁଡିକ ମାଧ୍ୟମରେ ଚାଷ ଜମିରେ ପାଣି ମଡ଼ାଇବା ସହଜ ହେଉଥିଲା। ଚାଷୀମାନେ ମଧ୍ୟ ତେଣ୍ଡା ସାହାଯ୍ୟରେ ଏହି ନାଳରୁ ଜମିକୁ ପାଣି ମଡ଼ାଇ ବିଭିନ୍ନ ପ୍ରକାର ପନିପରିବା, ଅର୍ଥକରୀ ଫସଲ ଉତ୍ପାଦନ କରୁଥିଲେ। ଏବେ ପଟ୍ଟାମୁଣ୍ଡାଇକୁ ବାହାର ଅଞ୍ଚଳରୁ ପନିପରିବା ବିକ୍ରି ହେବାକୁ ଆସୁଥିବାବେଳେ ଚଢ଼ା ଦରରେ ଖାଉଟିମାନେ ପରିବା କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଏହି ବାଛରାନାସୀ ବ୍ରାହ୍ମଣୀ ଶାଖା ନାଳରେ ଲୋକମାନେ ଶୌଚାଦି କର୍ମ ସମ୍ପାଦନ କରୁଥିଲେ। ଏହା ଉପରେ ଗୃହପାଳିତ ପ୍ରାଣୀମାନେ ମଧ୍ୟ ନିର୍ଭର କରୁଥିଲେ। ବାଛରାନାସୀକୁ ଖନନ କରାଯାଇ ପୁଣି ଏହାର ଜଳଧାରଣ କ୍ଷମତା ବଢ଼ାଇବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଛି। ବ୍ରାହ୍ମଣୀରୁ ବାହାରିଥିବା ବାଛରାନାସୀର ମୁହାଣକୁ ଖୋଳାଯିବା ସହିତ ସମୁଦାୟ ଶାଖା ନାଳଟିର ଖନନ କରାଗଲେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଚାଷଜମି ଶସ୍ୟଶ୍ୟାମଳା ହେବା ସହ ଚାଷୀମାନଙ୍କ ଆର୍ଥତ୍କ ସ୍ଥିତି ମଜଭୁତ ହୋଇପାରିବ ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri