Posted inଜାତୀୟ

ବାଚସ୍ପତିଙ୍କ କ୍ଷମତାର ସମୀକ୍ଷା ହେଉ

ନୂଆଦିଲ୍ଲୀ,୨୨ା୧(ଆଇଏଏନ୍‌ଏସ୍‌):ବିଧାନସଭା ଓ ଲୋକ ସଭାର ବାଚସ୍ପତି ବି କୌଣସି ଏକ ଦଳରୁ ଆସିଥାନ୍ତି। ତେଣୁ ଦଳବଦଳ ଆଇନାନୁସାରେ ସେ ଗୃହର କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ କି? ଏହା ଉପରେ ପାର୍ଲାମେଣ୍ଟ ବିଚାର କରୁ। ବିଧାୟକ ଏବଂ ଏମ୍‌ପିମାନଙ୍କ ସଦସ୍ୟତା ରଦ୍ଦ କରିବା ନେଇ ବାଚସ୍ପତିଙ୍କ ଏକାଧିକାର କ୍ଷମତାର ସମୀକ୍ଷା ହେଉ ବୋଲି ପାର୍ଲାମେଣ୍ଟକୁ ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ମଣିପୁରର ପରିବେଶ ମନ୍ତ୍ରୀ ଥୋଉନାଜୋରାମ ଶ୍ୟାମକୁମାରଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦାଏର ପିଟିଶନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। କର୍ନାଟକର ବିଧାୟକମାନଙ୍କ ଅଯୋଗ୍ୟ ଘୋଷଣା ମାମଲା ନେଇ ଗତବର୍ଷ ସୁପ୍ରିମକୋର୍ଟଙ୍କ ରାୟ ଆସିଥିବାରୁ ଏହି ଟିପ୍ପଣୀ ବିଶେଷ ଗୁରୁତ୍ୱ ବହନ କରେ। ମଣିପୁର ବିଧାୟକ ଥୋଉନାଜୋରାମ ଶ୍ୟାମକୁମାର କଂଗ୍ରେସ ଟିକେଟରେ ଜିତି ବିଧାନସଭାକୁ ଯାଇଥିଲେ। ବିଜୟୀ ହେବା ପରେ ସେ ଭାଜପା ନେତୃତ୍ୱାଧୀନ ସରକାରରେ ଯୋଗଦେଇ ରାଜ୍ୟ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହୋଇଛନ୍ତି। ଦଳବଦଳ ଆଇନ ଅନୁସାରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହାର ଶୁଣାଣି କରି କହିଛନ୍ତି, ବିଧାୟକ ଏବଂ ଏମ୍‌ପିମାନଙ୍କୁ ଅଯୋଗ୍ୟ ଘୋଷଣା ନେଇ ବାଚସ୍ପତିଙ୍କ କ୍ଷମତାର ପୁନର୍ବିଚାର ହେଉ। ବାଚସ୍ପତି ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦଳରୁ ବିଧାୟକ ବା ଏମ୍‌ପି ଭାବେ ନିର୍ବାଚିତ ହୋଇ ଗୃହକୁ ଆସିଥାନ୍ତି। ତେଣୁ ଅନ୍ୟ ବିଧାୟକ ବା ଏମ୍‌ପିମାନଙ୍କ ସଦସ୍ୟତା ରଦ୍ଦ କରିବାବେଳେ ସେ ସମ୍ପୂର୍ଣ୍ଣ ନିରପେକ୍ଷ ହୋଇ ନିଷ୍ପତ୍ତି ନେଇଥିବେ ବୋଲି କୁହାଯାଇ ପାରିବ ନାହିଁ। ତେଣୁ ଏଭଳି ଆବେଦନର ଫଇସଲା ପାଇଁ ବାଚସ୍ପତିଙ୍କ ଉପରେ ନିଷ୍ପତ୍ତି ଛାଡ଼ିଦେବା ପରିବର୍ତ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ଖଣ୍ଡପୀଠ ପାର୍ଲାମେଣ୍ଟକୁ ପ୍ରସ୍ତାବ ଦେଇଛନ୍ତି।
ଆବେଦନକାରୀ ଦୁଇ କଂଗ୍ରେସ ବିଧାୟକ ଫଜୁର ରହିମ୍‌ ଏବଂ କେ. ମେଘଚନ୍ଦ୍ର ସେମାନଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ଶ୍ୟାମକୁମାର କଂଗ୍ରେସ ଟିକେଟରେ ଜିତିଥିଲେ। କିନ୍ତୁ କେବଳ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀପଦ ପାଇବା ପାଇଁ ଭାଜପାରେ ସାମିଲ ହୋଇଥିଲେ। ତେବେ ମଣିପୁର ବିଧାନସଭା ବାଚସ୍ପତି ଓ୍ବାଇ. ଖେମଚନ୍ଦ୍ର ସିଂ ୪ ସପ୍ତାହ ମଧ୍ୟରେ ସେମାନଙ୍କ ଆବେଦନର ବିଚାର କରି ଶ୍ୟାମକୁମାରଙ୍କ ସଦସ୍ୟତା ରଦ୍ଦ ପାଇଁ କୌଣସି ନିଷ୍ପତ୍ତି ନେଇ ନ ପାରିଲେ ଆବେଦନକାରୀ କଂଗ୍ରେସ ବିଧାୟକ ଦ୍ୱୟ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ଖଣ୍ଡପୀଠ ସେମାନଙ୍କୁ ସ୍ବାଧୀନତା ଦେଇଛନ୍ତି। ବାଚସ୍ପତିଙ୍କ ସ୍ବାଧୀନତାକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଚସ୍ପତି ମଧ୍ୟ ଏକ ରାଜନୈତିକ ଦଳରୁ ଆସୁଥିବାରୁ ବିଧାୟକ କିମ୍ବା ଏମ୍‌ପିମାନଙ୍କୁ ଅଯୋଗ୍ୟ ଘୋଷଣା ଲାଗି କ୍ଷମତା କେବଳ ତାଙ୍କ ହାତରେ ନ୍ୟସ୍ତ କରାଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଦାଲତ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri