ବାଗଡିଆ ଫାଣ୍ଡି ସମ୍ମୁଖରେ ଜମୁଛି ପାଣି

ଛେଣ୍ଡିପଦା,୧୦ା୯(ସ୍ବ.ପ୍ର)

ଛେଣ୍ଡିପଦା ବ୍ଲକ ବାଗଡିଆ ପଞ୍ଚାୟତ ପୁରୁଣା ହାଟପଦା ତଥା ବାଗଡିଆ ଫାଣ୍ଡି ସମ୍ମୁଖ ରାସ୍ତା ପାର୍ଶ୍ୱରେ ସାମାନ୍ୟ ବର୍ଷା ହେଲେ ବର୍ଷା ପାଣି ଜମି ରହୁଛି। ଫଳରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ବାଗଡିଆ ପୁରୁଣା ହାଟପଦା ଏକ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବାବେଳେ ପ୍ରତିଦିନ ବହୁ ବ୍ୟବସାୟୀ, ଜନସାଧାରଣ ଉକ୍ତ ରାସ୍ତା ଦେଇ ଯାତାୟାତ କରିଥାନ୍ତି। ସେହିପରି ବାଗଡିଆ ଉଚ୍ଚ ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ୩ ବର୍ଷ ତଳେ ପୂର୍ତ୍ତବିଭାଗ ପକ୍ଷରୁ ବାଗଡିଆ ରାସ୍ତା ପ୍ରଶସ୍ତୀକରଣ ପାଇଁ ଏକ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଉକ୍ତ ଠିକାସଂସ୍ଥା କେବଳ ରାସ୍ତା କାର୍ଯ୍ୟ ଶେଷ କରି ଡ୍ରେନ ନିର୍ମାଣ କାର୍ଯ୍ୟ ଭୁଲି ଯାଇଥିଲା। ଫଳରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଫାଣ୍ଡି ସମ୍ମୁଖରେ ଜମି ରହୁଛି। ଏଥିଯୋଗୁ ପରିବେଶ ଦୁର୍ଗନ୍ଧମୟ ହେବା ସହିତ ମଶା ମାଛିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଉକ୍ତ ପାଣି ଘେର ଭିତରେ ୮ରୁ ଊଦ୍ଧର୍‌ବ ଦୋକାନ ଗୃହ ରହିଥିବାବେଳେ ଦୋକାନୀମାନେ ଚିନ୍ତିତ ହୋଇପଡିଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ଡ୍ରେନ ନିର୍ମାଣ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ବିଡିଓ ରୋମାଞ୍ଚଳ ଖମାରୀ କୁହନ୍ତି, ଏ ନେଇ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କ ସହିତ ଆଲୋଚନା କରାଯିବ। ପରେ ପାଣି ନିଷ୍କାସନର ବ୍ୟବସ୍ଥା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶିବ ମନ୍ଦିର ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମ ଶ୍ରୀ ନାଗେଶ୍ୱର ଶିବ ମନ୍ଦିର ନିକଟରୁ ସୋମବାର ସନ୍ଧ୍ୟାରେ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ…

ଋଣ ଟଙ୍କା ପାଇଁ ଖଣ୍ଡଯୁଦ୍ଧ: ଆକ୍ରମଣ ପ୍ରତି ଆକ୍ରମଣରେ ୫ ଆହତ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଲ୍ଲୀ ସାମନ୍ତରାପୁର ଗ୍ରାମରେ ୫ ହଜାର ଋଣ ଟଙ୍କା ପରିଶୋଧକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି।ଏହି ଆକ୍ରମଣ…

ବିଭିନ୍ନ ରାଜ୍ୟରେ ଭାଜପାର ବିପୁଳ ବିଜୟ: ବାଣ ଫୁଟାଇ, ମିଠା ବାଣ୍ଟି ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଭାଜପାକର୍ମୀ

ଗଞ୍ଜାମ,୪।୫(ଅନାଥ ତରାଇ): ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଏକତରଫା ଓ ଚିତ୍ତାକର୍ଷକ ବିଜୟକୁ ନେଇ ଆଜି ଗଞ୍ଜାମ ମଣ୍ଡଳ ପକ୍ଷରୁ ଏକ…

ଦିଲ୍ଲୀ ଗ୍ରସ୍ତ ସ୍କିପ୍‌ କଲେ ଧୋନୀ

ଚେନ୍ନାଇ,୪ା୫: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପୂର୍ୱତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳ ସହିତ ପରବର୍ତ୍ତୀ ମ୍ୟାଚ୍‌ ଲାଗି ଦିଲ୍ଲୀ ଯାତ୍ରା କରି ନାହାନ୍ତି। ସିଏସ୍‌କେ…

ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ଏହି ସବୁ ସମସ୍ୟାର ସମାଧାନ ପାଇଁ ଗୁହାରି କଲେ ଲୋକେ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମାରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା ।…

ଖୁସିରେ କହୁ କହୁ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଚାହିଁ ରହିଗଲେ ଶାହା-ନୀତିନ ନବୀନ

ନୂଆଦିଲ୍ଲୀ,୪।୫:ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିସ୍ମୟକର ବିଜୟ ପରେ ଦିଲ୍ଲୀର ଦଳୀୟ ମୁଖ୍ୟାଳୟରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଜି ମୋ ଝିଅକୁ ନ୍ୟାୟ ମିଳିଛି… ଆରଜି କର ପୀଡ଼ିତାଙ୍କ ମା’ଙ୍କ ବଡ଼ ମନ୍ତବ୍ୟ: ଆଗକୁ…

କୋଲକାତା,୪।୫: ଉତ୍ତର ୨୪ ପରଗଣାର ପାଣିହାଟି ବିଧାନସଭା ଆସନ ପଶ୍ଚିମବଙ୍ଗ ନିର୍ବାଚନ ୨୦୨୬ରେ ସବୁଠାରୁ ଅଧିକ ନଜର ରଖାଯାଇଥିବା ଆସନ ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି।…

ଯେଉଁଠାରେ ଝାଲମୁଡ଼ି ଖାଇଥିଲେ ପ୍ରଧାନମନ୍ତ୍ରୀ ମୋଦି, ସେଇ ନିର୍ବାଚନମଣ୍ଡଳୀରେ କିଏ ମାରିଲା ବାଜି, ଜାଣନ୍ତୁ…

କୋଲକାତା,୪।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ରାଜନୈତିକ ବିଶ୍ଳେଷକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଝାରଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀ (ସିଟ ନମ୍ବର ୨୨୨) ସବୁଠାରୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ। ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri