ବାଂଲାଦେଶ ମୁହାଁଇଲା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର,୮-୧୧(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ବାତ୍ୟା ‘ବୁଲ୍‌ବୁଲ୍‌’ରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହି ସାମୁଦ୍ରିକ ଝଡ ଭୟଙ୍କର ରୂପ ଧାରଣ କରି ପୂର୍ବ- କେନ୍ଦ୍ରୀୟ ବଙ୍ଗୋପ ସାଗରରୁ ଉତ୍ତର ପଶ୍ଚିମ ଦିଗ ଦେଇ ଘଣ୍ଟାକୁ ୨୧ କିଲୋମିଟର ବେଗରେ ଗତି କରୁଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବୁଲ୍‌ବୁଲ ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗଠାରୁ ୫୬୦ କିଲୋମିଟର, ଆଣ୍ଡାମାନର ମାୟାବନ୍ଦରଠାରୁ ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗର ୬୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ସାମୁଦ୍ରିକ ଝଡ(ସିଭିୟର ସାଇକ୍ଲୋନିକ ଷ୍ଟର୍ମ)ରେ ପରିଣତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗ ଦେଇ ଗତି କରିବ। ଆସନ୍ତା ୯ ତାରିଖ ସକାଳେ ବାତ୍ୟା ପଶ୍ଚିମବଙ୍ଗ ଉପକୂଳ ଓ ବାଂଲାଦେଶ ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥଳଭାଗକୁ ଛୁଇଁବା ବେଳକୁ ବୁଲ୍‌ବୁଲର ଘଣ୍ଟା ପ୍ରତି ବେଗ ୧୨୦ରୁ ୧୪୫ କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି। ୧୦ ତାରିଖ ବେଳକୁ ଏହାର ବେଗ କମି ଆସିବ ଏବଂ ୧୨ ତାରିଖରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବ। ଓଡିଶା ଉପରେ ବାତ୍ୟାର ପ୍ରଭାବ ନ ଥିଲେ ମଧ୍ୟ ଉପକୂଳବର୍ତ୍ତୀ ଜିଲାଗୁଡିକରେ ଝଡବର୍ଷା ହେବାର ଆଶଙ୍କା ରହିଛି। ୮ ତାରିଖରେ ଜଗତ୍‌ସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ଘଣ୍ଟାକୁ ୪୫ରୁ ୫୦ ଏବଂ ବେଳେ ବେଳେ ଏହା ୬୫ କିଲୋମିଟର ବେଗରେ ପବନ ବହିବ। ସେହିପରି ୯ ତାରିଖରେ ଉକ୍ତ ଜିଲାଗୁଡିକରେ ପବନର ବେଗ ୭୦ରୁ ୮୦ ଓ ବେଳେ ବେଳେ ୯୦ କିଲୋମିଟର ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏହି ସମୟରେ ପୁରୀ, ଗଞ୍ଜାମ ଏବଂ ଯାଜପୁର ଜିଲାରେ ମଧ୍ୟ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ଝଡବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ଉପକୂଳ ଅଶାନ୍ତ ରହିବ। ୮ରୁ ୧୦ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ବାତ୍ୟା ପ୍ରଭାବରେ ୮ ଓ ୯ ତାରିଖରେ ଉପକୂଳବର୍ତ୍ତୀ ଜିଲାଗୁଡିକରେ ପ୍ରବଳ ଓ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ୮ ତାରିଖରେ ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲାରେ ଝଡ ବର୍ଷା ହେବ। ସେହି ସବୁ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ସେହିପରି ୯ ତାରିଖରେ କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲାରେ ପ୍ରବଳ ଏବଂ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତ୍‌ସିଂହପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଏହି ଦୁଇଦିନ ପାଇଁ ବିଭାଗ ପକ୍ଷରୁ ୟେଲୋ ଏବଂ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଉପକୂଳ ଜିଲାଗୁଡିକରେ ଧାନ, ବିରି, ମୁଗ ଓ ପନିପରିବା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ପାଚିଲା ଧାନ ଖଳାକୁ ନେଇ ଯିବାକୁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ବାତ୍ୟା ଯୋଗୁ ଉତ୍ତର ଓଡିଶା ଉପକୂଳବର୍ତ୍ତୀ ଜିଲାଗୁଡିକରେ କଚ୍ଚା ଘର, ଗଛ, ଲୁଣାବନ୍ଧ ଭାଙ୍ଗିବା ସହ ବିଦ୍ୟୁତ୍‌ ବ୍ୟବସ୍ଥା ଆଂଶିକ କ୍ଷତିଗ୍ରସ୍ତ ହେବ। ଏପରିକି କେତେକ ସ୍ଥାନରେ ବର୍ଷାଜଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବା ସହିତ ସମୁଦ୍ର ନିକଟବର୍ତ୍ତୀ ଜମିରେ ବ୍ୟାପକ ଫସଲ ହାନିର ସମ୍ଭାବନା ରହିଛି। ସମୁଦ୍ରକୂଳକୁ ପର୍ଯ୍ୟଟକମାନଙ୍କୁ ନ ଛାଡିବା ଲାଗି ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା, ଜଗତ୍‌ସିଂହପୁର ଓ ପୁରୀ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଶୁକ୍ରବାର ଓ ଶନିବାର ଛୁଟି ଘୋଷଣା କରାଯାଇଛି। ଏଥିସହିତ ଉକ୍ତ ଜିଲାଗୁଡିକର ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟିକୁ ମଧ୍ୟ ବାତିଲ କରାଯାଇଛି। ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ପ୍ରଭାବିତ ହେବାକୁ ଥିବା ଜିଲାଗୁଡିକର ଜିଲାପାଳଙ୍କ ସହ ବରାବର ଯୋଗାଯୋଗରେ ରହିଛନ୍ତି। ସମସ୍ତ ପ୍ରକାର ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ଆରସି କହିଛନ୍ତି ଯେ ବାତ୍ୟା ବୁଲ୍‌ବୁଲ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡକୁ ମୁହାଁଇଛି। ଏହାର ପ୍ରଭାବରେ ୪ଟି ଜିଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ୟେଲୋ ଓ୍ବାର୍ନିଂ ଜାରି କରିଛି। ଯଦିଓ ବାତ୍ୟା ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ନାହିଁ ତେବେ ବି ଏହାର ପ୍ରଭାବରେ ଉତ୍ତର ଓଡିଶାର ଉପକୂଳବର୍ତ୍ତୀ ଜିଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଚାଷୀମାନେ ସେମାନଙ୍କ ଧାନକୁ ଘୋଡାଇ ରଖିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ମୁକାବିଲା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାତ୍ୟା ଆଶଙ୍କା ଥିବା ରାଜ୍ୟଗୁଡିକ ସହିତ ଆଲୋଚନା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri