Posted inଖେଳ

ବାଂଲାଦେଶ ବିପକ୍ଷ ଟି୨୦ ଦଳ ଘୋଷିତ: କୋହଲିଙ୍କୁ ବିଶ୍ରାମ, ଦୁବେ ନୂଆ ମୁହଁ

ମୁମ୍ବାଇ, ୨୪।୧୦(ପି.ଟି.)- ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଓ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଛି। ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେ ନୁଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି। ଭାରତ ଏ’ ଦଳ ତରଫରୁ ଦମ୍‌ଦାର ପ୍ରଦର୍ଶନ କରି ସେ ଚୟନକର୍ତ୍ତାଙ୍କ ଆସ୍ଥାଭାଜନ ହୋଇଛନ୍ତି। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଓ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମସନ ୨୦୧୫ରେ ଜିମ୍ବାଓ୍ବେ ବିପକ୍ଷରେ ଏକମାତ୍ର ଟି୨୦ ମ୍ୟାଚ୍‌ ଖେଳିଥିଲେ। ଭାରତ ଏ ଦଳ ତରଫରୁ ନିୟମିତ ପ୍ରତିନିଧିତ୍ୱ କରିଆସୁଥିବା ସାମସନ ବିଜୟ ହଜାରେ ଟ୍ରଫିରେ ଉନ୍ନତ ପ୍ରଦର୍ଶନ କରି ଦଳରେ ସ୍ଥାନ ହାସଲ କରିଛନ୍ତି। ସେ ୮ଟି ଇନିଂସ ଖେଳି ୪୧୦ ରନ ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ସେ ଏକ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି।
ବ୍ୟାକ୍‌ ଇଞ୍ଜୁରି ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୟୁକେରେ ଆସ୍ତ୍ରୋପଚାର କରାଇଥିବାରୁ ତାଙ୍କ ନାମକୁ ନେଇ ଚୟନକର୍ତ୍ତାମାନେ ଚର୍ଚ୍ଚା କରି ନ ଥିଲେ। ତାଙ୍କ ସ୍ଥାନରେ ୨୬ ବର୍ଷୀୟ ଦୁବେଙ୍କୁ ସୁଯୋଗ ମିଳିଛି। ଲମ୍ବା ଶଟ୍‌ ଖେଳିବାର ଦକ୍ଷତା ରଖୁଥିବା ଦୁବେ ବିଜୟ ଶଙ୍କରଙ୍କୁ ପଛରେ ପକାଇ ଦଳରେ ସ୍ଥାନ ପାଇଛନ୍ତି। ଦୁବେ ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ। ସେ ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଏ ଦଳ ବିପକ୍ଷ ଦିନିକିଆ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ବୋଲି ମୁଖ୍ୟ ଚୟନକର୍ତ୍ତା ଏମଏସ୍‌କେ ପ୍ରସାଦ କହିଛନ୍ତି। ଅଧିନାୟକ ବିରାଟ କୋହଲିଙ୍କୁ ଟି୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ତାଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ପୂର୍ବଭଳି ଦଳର ନେତୃତ୍ୱ ନେବେ।
ଟି୨୦ ସିରିଜ ନଭେମ୍ବର ୩ ରୁ ନୂଆଦିଲ୍ଲୀରୁ ଆରମ୍ଭ ହେବ।  ୭ ତାରିଖରେ ରାଜକୋଟରେ ଦ୍ୱିତୀୟ ଟି୨୦ ଓ ଅନ୍ତିମ ତଥା ତୃତୀୟ ଟି୨୦ ନାଗପୁରରେ ୧୦ ତାରିଖରେ ଖେଳାଯିବ। ଏହାପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶସ୍ବରୂପ ବାଂଲଦେଶ ଓ ଭାରତ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଇନ୍ଦୋର ଓ କୋଲକାତାରେ ଏହି ଦୁଇ ଟେଷ୍ଟ ମ୍ୟାଚ୍‌ ଯଥାକ୍ରମେ ନଭେମ୍ବର ୧୪ ଓ ୨୨ରୁ ଆରମ୍ଭ ହେବ।
ବାଂଲାଦେଶ ଖେଳାଳିମାନେ ପାଉଣା ବୃଦ୍ଧି ଓ ଅନ୍ୟ ସମସ୍ୟା ସମାଧାନ ନେଇ ଦାବି କରିବା ସହିତ ଏହି ଗସ୍ତରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଥିଲେ। ଫଳରେ ଏହି ସିରିଜ ନେଇ ଅନିଶ୍ଚତିତା ସୃଷ୍ଟି ହୋଇଥିଲା। ତେବେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ଖେଳାଳିମାନେ ହରତାଳ ପ୍ରତ୍ୟାହାର କରି ନେଇଥିଲେ। ଫଳରେ ଏହି ଗସ୍ତ ଟ୍ରାକକୁ ଫେରିଛି।
ତେବେ ଟେଷ୍ଟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ କ୍ଲିନ ସୁଇପ କରିଥିଲା। ଫଳରେ ଏହି ଦଳ ଅପରିବର୍ତ୍ତିତ ରହିଛି। ପଦାର୍ପଣରେ ଏହି ସିରିଜରେ ୪ ଉଇକେଟ ଅକ୍ତିଆର କରିଥିବା ବାମହାତୀ ଅଫ୍‌ ସ୍ପିନର ଶାହବାଜ ନଦିମଙ୍କ ନାମ ଦଳ ଚୟନରେ ବିଚାରକୁ ନିଆଯାଇ ନ ଥିଲା। ଗତ ସିରିଜରେ ନଦିମ ମୂଳ ଦଳରେ ସ୍ଥାନ ପାଇ ନ ଥିଲେ। ଆହତ ହୋଇଥିବା କୁଲଦୀବ ଯାଦବଙ୍କ ସ୍ଥାନରେ ସେ ସୁଯୋଗ ପାଇଥିଲେ।
ଟି୨୦ରେ ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ମୁମ୍ବାଇ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ଉତ୍ତରାଧିକାରୀ ରୂପେ ବିବେଚିତ ହେଉଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମଧ୍ୟ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ତେବେ ସାମସନଙ୍କ ସହ ତାଙ୍କୁ ଏବେ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହେବାକୁ ପଡିବ। ଦିଲ୍ଲୀ ଦ୍ରୁତ ବୋଲର ନବଦୀପ ସଇନି ଫିଟ୍‌ନେସ ପାଇଁ ଦଳରୁ ବାଦ୍‌ ପଡିଛନ୍ତି। ସେଥିପାଇଁ ଶାର୍ଦ୍ଦୁଳଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ପ୍ରସାଦ କହିଛନ୍ତି। ସେହିପରି ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଇଞ୍ଜୁରି କାରଣରୁ ଅସ୍ତ୍ରୋପଚାର କରାଇଥିବାରୁ ତାଙ୍କ ପ୍ରତ୍ୟାବର୍ତ୍ତନ ଏବେ ଡେରି ହେବ ବୋଲି ସେ କହିଛନ୍ତି।
ଭାରତୀୟ ଟି୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ବନ, ଲୋକେଶ ରାହୁଲ, ସଞ୍ଜୁ ସାମସନ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ, ଓ୍ବାଶିଂଟନ ସୁନ୍ଦର, କ୍ରୁନାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, ଦୀପକ ଚହର, ଖଲିଲ ଅହମ୍ମଦ, ଶିବମ୍‌ ଦୁବେ ଓ ଶାର୍ଦ୍ଦୁଲ ଠାକୁର।
ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଦ୍ଧିମାନ ଶାହା (ଉଇକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମା, ଶୁବମନ ଗିଲ ଓ ରିଷଭ ପନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri