Posted inଖେଳ

ବାଂଲାଦେଶ ଟି୨୦ ସିରିଜ୍‌: କୋହଲିଙ୍କୁ ଦିଆଯାଇପାରେ ବିଶ୍ରାମ

ନୂଆଦିଲ୍ଲୀ,୨୦।୧୦(ପି.ଟି.)- ଆସନ୍ତା ନଭେମ୍ବର ୩ ତାରିଖରୁ ବାଂଲାଦେଶ ଓ ଭାରତ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳାଯିବ। ଏହି ସିରିଜ୍‌ ଲାଗି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ। ଗତବର୍ଷ ଅକ୍ଟୋବରଠାରୁ ଭାରତୀୟ ଦଳ ଏପର୍ଯ୍ୟନ୍ତ ୫୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛି। ଏଥିରୁ କୋହଲି ୪୮ ମ୍ୟାଚ୍‌ରେ ଅଂଶଗ୍ରହଣ କରିଛନ୍ତି। କାମର ବୋଝ ହ୍ରାସ କରିବା ଲାଗି କୋହଲିଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ୩ୟ ଟେଷ୍ଟ ଶେଷ ହେବା ପରେ ଚୟନକର୍ତ୍ତାମାନେ ଏ ସମ୍ପର୍କରେ କୋହଲିଙ୍କ ସହ କଥା ହେବେ। ଟିମ୍‌ ଇଣ୍ଡିଆ ଅଧିନାୟକ କେଉଁଭଳି ଅନୁଭବ କରୁଛନ୍ତି, ତାହା ଉପରେ ଏହା ନିର୍ଭର କରେ। ନିଜ ଶରୀରକୁ ସେ ଆମଠୁ ଭଲ ଜାଣିଛନ୍ତି। ଯଦି ଦରକାର ସେ ଚୟନକର୍ତ୍ତାଙ୍କୁ ବିଶ୍ରାମ ପାଇଁ କହିପାରିବେ ବୋଲି ଚୟନ କମିଟି ନିକତର ସୂତ୍ରରୁ ଜଣାପଡ଼ିଛି। ବାଂଲାଦେଶ ବିପକ୍ଷ ସିରିଜ୍‌ ଲାଗି ଆସନ୍ତା ୨୪ ତାରିଖରେ ଭାରତୀୟ ଦଳ ଘୋଷଣା ହେବ। ଦିଲ୍ଲୀରେ ପ୍ରଥମ ଟି୨୦ ଖେଳାଯିବ। ପରବର୍ତ୍ତୀ ଦୁଇଟି ଟି୨୦ ମ୍ୟାଚ୍‌ ନଭେମ୍ବର ୭ ଓ ୧୦ ତାରିଖରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଦୁଇଟିକିଆ ଟେଷ୍ଟ ସିରିଜ୍‌ ଖେଳାଯିବ, ଯାହାକି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମୋତ୍ସବ:  ପ୍ରତିମୂର୍ତ୍ତୀରେ …

ଦିଗପହଣ୍ଡି,୨୫|୭ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ଙ୍କ ପବିତ୍ର ଜନ୍ମତ୍ସୋବ ଶନିବାର ପାଳିତ ହୋଇଯାଇଛି। ଦିଗପହଣ୍ଡି ସହର…

ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି, କହିଲେ ମୋ’ ବିରୋଧରେ…

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ୨୨ରୁ ୨୧ ଜଣ ଓ୍ବାର୍ଡ ସଭ୍ୟା/ସଭ୍ୟ ଅନାସ୍ଥା ଆଣିଛନ୍ତି।…

ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ରାହୁଲ: କହିଲେ, ୩ ଦାବି ପୂରଣ କର

ନୂଆଦିଲ୍ଲୀ,୨୫।୭: କଂଗ୍ରେସ ଏମ୍‌ପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ NEET ପେପର ଲିକ ଏବଂ ପରୀକ୍ଷା…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ମୋଦିଙ୍କ ସହ ମନ୍ତ୍ରୀଙ୍କ ନକଲି AI ଭିଡିଓ ଭାଇରାଲ; ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ

ନୂଆଦିଲ୍ଲୀ,୨୫।୭: ପ୍ରେସ ଇନଫର୍ମେସନ ବ୍ୟୁରୋ (PIB) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନକଲି, AI-ଜେନେରେଟେଡ ଭିଡିଓଗୁଡ଼ିକର ପର୍ଦ୍ଦାଫାସ କରିଛି। PIBର ଫ୍ୟାକ୍ଟ…

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

CJP Protest : ଅସୁସ୍ଥ ହୋଇ ପଡିଲେ ଅଭିଜିତ ଦୀପକେ

ନୂଆଦିଲ୍ଲୀ,୨୫।୭: NEET ପେପର ଲିକ ନେଇ ‘କକ୍ରୋଚ ଜନତା ପାର୍ଟି’ (CJP) ତାର ଆନ୍ଦୋଳନ ଜାରି ରଖିଛି। CJP ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri