ବସ୍‌ରେ ପାଣି, ହ୍ୟାଣ୍ଡୱାଶ୍‌ ବ୍ୟବସ୍ଥା ଉପରେ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୦ା୩ – କରୋନା ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଘରୋଇ, ସରକାରୀ, ସିଟି ବସ୍‌ କର୍ତ୍ତୃପକ୍ଷ । କରୋନା ସଂକ୍ରମଣକୁ ରୋକିବାକୁ ନେଇ ରହିଥିବା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବସ୍‌ଗୁଡିକରେ ସଚେତନତାମୂଳକ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଯାତ୍ରୀଙ୍କୁ ସଚେତନ କରିବାକୁ ନେଇ ସରକାରୀ, ସିଟିବସ୍‌, ଓଏସ୍‌ଆରଟିସି ବସ୍‌କୁ ପରିସ୍କାର ରଖିବା ସହ ଯାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ।
ଡ୍ରପୁରରୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳକୁ ଯାତ୍ରା କରୁଥିବା ସମସ୍ତ ସରକାରୀ, ବେସରକାରୀ ଓ ସିଟିବସ୍‌ରେ ଯାତ୍ରୀଙ୍କ ହାତଧୋଇବା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ପ୍ରକାରେ, ଓଏସ୍‌ଆରଟିସି ବସ୍‌ଗୁଡିକରେ ସଚେତନତାମୂଳକ ପୋଷ୍ଟର ଲଗାଯାଇଛି। ନିୟମିତ ପ୍ରତ୍ୟେକ ଟ୍ରିପ୍‌ରେ ବସ୍‌କୁ ବ୍ଲିଚିଂ ଦ୍ୱାରା ସଫା କରାଯାଉଛି। କର୍ମଚାରୀଙ୍କୁ ମାସ୍କ ବ୍ୟବହାର କରିବାକୁ ବାଧ୍ୟ କରାଯାଇଥିବା ବେଳେ ଯାତ୍ରା ପୂର୍ବରୁ ଯାତ୍ରୀଙ୍କୁ ହାତ ଧୋଇବା ପାଇଁ ବସ୍‌ରେ ଡେଟଲ ତଥା ହ୍ୟାଣ୍ଡୱାଶ୍‌ ରଖାଯାଇଛି ।
ଏହାବ୍ୟତୀତ ସମ୍ପୂର୍ଣ୍ଣ ବସ୍‌କୁ ବାରମ୍ବାର ଧୋଇବା ସହ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ହ୍ୟାଣ୍ଡୱାଶ୍‌ରେ ହାତ ଧୋଇବା ପରେ ବସ୍‌ରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ଏହାବ୍ୟତୀତ ଓଏସ୍‌ଆରଟିସି ପକ୍ଷରୁ ନୂଆ ବସ୍‌ଷ୍ଟାଣ୍ଡରେ କରୋନା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି ସିଟି ବସ୍‌ଗୁଡିକରେ ମଧ୍ୟ ଗୁରୁବାର ସକାଳୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲା ଘରୋଇ ବସ୍‌ମାଲିକ ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ପଟ୍ଟନାୟଙ୍କ ସୂଚନା ପ୍ରକାରେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ସମସ୍ତ ଘରୋଇ ବସ୍‌ରେ ଯାତ୍ରୀଙ୍କ ହାତ ଧୋଇବା ପାଇଁ ସାବୁନ୍‌, ପାଣି ଓ ହ୍ୟାଣ୍ଡୱାଶ ରଖାଯାଇଛି । ନିର୍ଦ୍ଧାରିତ ସିଟ୍‌ଠାରୁ ଅଧିକ ଯାତ୍ରୀ ପରିବହନ ଉପରେ କଟକଣା ଲଗାଯାଇଛି। ଏଥିସହ କର୍ମଚାରୀଙ୍କୁ ମଧ୍ୟ ମୁହଁ ଢାଙ୍କିବା ପାଇଁ କୁହାଯାଇଛି। ବସ୍‌ରେ ସଚେତନତା ସୃଷ୍ଟି ସହ ନୂଆବସ୍‌ଷ୍ଟାଣ୍ଡରେ ପ୍ରଶାସନ ପକ୍ଷରୁ ହାତ ଧୋଇବା ବ୍ୟବସ୍ଥା ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍କାନିଂ କ୍ୟାମ୍ପର ବ୍ୟବସ୍ଥା କରାଯିବା ଉପରେ ପ୍ରଶାସନ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବା ସମ୍ପାଦକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

ଗଞ୍ଜାମରେ ଗଭୀର ଅବପାତର ପ୍ରଭାବ: NH-516A ରେ ଗଛ ପଡ଼ି ରାସ୍ତା ବନ୍ଦ

ଛତ୍ରପୁର,୨୫।୯(ଦିଲ୍ଲୀପ ସାମଲ) : ଗଭୀର ଅବପାତଜନିତ ଲଗାଣ ବର୍ଷା ପରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଠାରୁ ପବନର ବେଗ ବଢ଼ିବାରେ ଲାଗିଛି । ଏହାର…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?