ବସ୍‌ ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର

ଗଞ୍ଜାମ,୩୧ା୧୦(ଡି.ଏନ.ଏ.)-ଛତ୍ରପୁର ଓ ଗଞ୍ଜାମ ଅଗସ୍ତିନୂଆଗାଁ ୧୬ନଂ. ଜାତୀୟ ରାଜପଥ ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ବୁଧବାର ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ସିଲକ୍‌ ସିଟି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ସଞ୍ଜୀବ କୁମାର ପଣ୍ଡା, ସୋନାଲି ପ୍ରିୟଦର୍ଶିନୀ, ମଧୁସ୍ମିତା ସାହୁ, ସୁସ୍ମିତା ସାହୁ ଓ ରମେଶ ସେଠୀ। ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ଅପରାହ୍ନ ସାଢ଼େ ୪ଟାରେ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ଗାଈ ହଠାତ୍‌ ଭୁବନେଶ୍ୱର ପଟେ ଯାଉଥିବା କଣ୍ଟେନର ଭ୍ୟାନ ଆଗକୁ ଚାଲିଆସିବାରୁ ଉକ୍ତ ଗାଡ଼ି ବ୍ରେକ୍‌ ମାରି ଦେଇଥିଲା। ଏହି ସମୟରେ ପଛରେ ଆସୁଥିବା ଯାତ୍ରୀବାହୀ ସିଲକ୍‌ ସିଟି ବସ୍‌ଟି ଭ୍ୟାନରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ବସ୍‌ଟି କିଛି ଦୂର ଘୋଷାରି ହୋଇ ରାଜପଥ ପାର୍ଶ୍ୱ ଡିଭାଇଡରକୁ ଲାଗି ଅଟକି ରହିଯାଇଥିଲା। ଫଳରେ ଅଧିକାଂଶ ଯାତ୍ରୀ ଏଥିରୁ ରକ୍ଷା ପାଇଛନ୍ତି। କିନ୍ତୁ ଗାଡ଼ି ଚାଳକଙ୍କ ଗୋଡ଼ ଏକ୍ସିଲେଟର ଫସିଯାଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ପରେ ଶହ ଶହ ଗାଡ଼ି ରାସ୍ତା ପାର୍ଶ୍ୱରେ ଅଟକି ରହିଥିଲା। ଖବର ପାଇ ଛତ୍ରପୁର ଏସ୍‌ଡିପିଓ ଉକତ୍ଳ କେଶରୀ ଦାସ, ଗଞ୍ଜାମ ଥାନାଧିକାରୀ ଦିଲୀପ କୁମାର ସାହୁ, ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାଏ ଓ ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ ଘଟଣାସ୍ଥଳରେ ପହଞ୍ଚତ୍ ଅଟକିଥିବା ଗାଡ଼ିଗୁଡ଼ିକୁ ଛାଡ଼ିବା ସହ ଆହତଙ୍କୁ ଉଦ୍ଧାର କରି ଗଞ୍ଜାମ ଓ ଛତ୍ରପୁର ମେଡିକାଲକୁ ପଠାଇଥିଲେ। ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି। ଦିର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri