ଶିକ୍ଷକଙ୍କଠାରୁ ଲୁଟ୍‌ କରି ପଳାଉଥିବା ବେଳେ ଧରା ପଡ଼ିଲେ ଲୁଟେରା

ବସ୍ତା, ୨୯।୬(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ଓ ତାହାର ଆଖପାଖ ଅଞ୍ଚଳରେ  ଲୁଟେରାଙ୍କ ଦୌରାମତ୍‌ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ବିଶେଷ କରି ବିଭିନ୍ନ ବ୍ୟାଙ୍କରୁ ବାହାରୁଥିବା ଲୋକଙ୍କ ଉପରେ ତୀକ୍ଷ୍‌ଣ ନଜର ରଖି ସେମାନଙ୍କ ଦୃଷ୍ଟି ଆଢୁଆଳରେ ଲୁଟ୍‌ କରୁଥିବା ଜଣାପଡିଛି। ଏହିଭଳି ଜଣେ ଶିକ୍ଷକ ସ୍ଥାନୀୟ ବ୍ୟାଙ୍କରୁ ଟଙ୍କା ନେଇ ବାହାରିବା ପରେ ଲୁଟେରାମାନେ ଟଙ୍କା ବ୍ୟାଗକୁ ଛଡ଼ାଇ ନେଇ ଖସି ପଳାଉଥିଲେ। ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି।
ଶନିବାର ମଧ୍ୟାହ୍ନରେ ବସ୍ତା ବ୍ଲକ ପାଟପୁର ୟୁଜିୟୁପି ସ୍କୁଲର ପ୍ରଧାନଶିକ୍ଷକ ପୁରୁଷୋତ୍ତମପୁର ପଞ୍ଚାୟତ ସରିଷା ଗ୍ରାମର ନାରାୟଣ କିସ୍କୁ ବ୍ୟାଙ୍କ ଅଫ ଇଣ୍ଡିଆ ବସ୍ତା ଶାଖାକୁ ଟଙ୍କା ଉଠାଇବାକୁ ଆସିଥିଲେ। ଟଙ୍କା ଉଠାଇ ସାରି ସେଠାରେ ଥିବା ଏକ ଦୋକାନରୁ ସେ ଦହିବରା ଖାଉଥିଲେ। ଏହି ସମୟରେ ଯୋଜନାବଦ୍ଧ ଭାବେ ଛିଡ଼ା ହୋଇଥିବା ଜଣେ ଲୁଟେରା ତାଙ୍କ ହାତରୁ ଟଙ୍କା ବ୍ୟାଗ୍‌କୁ ଛଡ଼ାଇ ନେଇ ପାଖରେ ଥିବା ଜଣେ ଯୁବକଙ୍କ ସହ ବାଇକ୍‌ରେ ବସି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ସେ ଗାଡିରୁ ଖସିପଡିବାରୁ ଶିକ୍ଷକ ନାରାୟଣ ଜୋରରେ ଚିତ୍କାର କରିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଗାଡିରେ ଥିବା ଅନ୍ୟ ଲୁଟେରା ସହଯୋଗୀ ବାଲେଶ୍ୱର ଅଭିମୁଖେ ଚାଲିଯାଇଥିଲେ। ଲୁଟେରା ଜଣକ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଟଙ୍କା ବ୍ୟାଗ୍‌କୁ ଶିକ୍ଷକଙ୍କୁ ସ୍ଥାନୀୟ ଲୋକେ ହସ୍ତାନ୍ତର କରିଥିବାବେଳେ ଲୁଟେରାଙ୍କୁ ପୋଲିସରେ ଜିମା ଦେଇଥିଲେ। ଏ ନେଇ ଶିକ୍ଷକ ନାରାୟଣ କିସ୍କୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟେରାଙ୍କୁ ପୋଲିସ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି। ତେବେ ଲୁଟେରା ଜଣକ ତାର ନାମ କହୁ ନ ଥିବା ବେଳେ ତାଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି କହିଛନ୍ତି। ତେଣୁ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri