ବଳୟାକାର ସୂର୍ଯ୍ୟୋପରାଗ

ସୂର୍ଯ୍ୟୋପରାଗ କେବଳ ଅମାବାସ୍ୟା ତିଥିରେ ସଂଘଟିତ ହୋଇଥାଏ। ମାତ୍ର ସମସ୍ତ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଘଟି ନ ଥାଏ। କୌଣସି ଅମାବାସ୍ୟା ତିଥିରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସମତଳରେ ଅବସ୍ଥାନ କରିଥାନ୍ତି। ମାତ୍ର କେତେକ ଅମାବାସ୍ୟାରେ ଏ ତିନି ମହାକାଶୀୟ ପିଣ୍ଡ ଏକ ସରଳରେଖାରେ ମଧ୍ୟ ଅବସ୍ଥାନ କରିଥାନ୍ତି। ଏହିଦିନ ହିଁ କେବଳ ସୂର୍ଯ୍ୟୋପରାଗ ଘଟିଥାଏ।“

ସୂର୍ଯ୍ୟୋପରାଗ ତିନି ପ୍ରକାର, ଯଥା ସମ୍ପୂର୍ଣ୍ଣ, ଆଂଶିକ ଓ ବଳୟାକାର ।
ଏକ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗରେ ସୂର୍ଯ୍ୟ ଆକାଶରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଉଥିବା ବେଳେ ଏକ ଆଂଶିକ ପରାଗରେ ସୂର୍ଯ୍ୟ ବିମ୍ବ ଆଂଶିକ ମାତ୍ରାରେ ଦୃଶ୍ୟ ହୋଇଥାଏ। ମାତ୍ର ସବୁଠାରୁ ଦର୍ଶନୀୟ ହେଉଛି ବଳୟାକାର ସୂର୍ଯ୍ୟୋପରାଗ। ଏହି ପରାଗରେ ଚନ୍ଦ୍ର ସୂର୍ଯ୍ୟ ବିମ୍ବର କେନ୍ଦ୍ରାଞ୍ଚଳର ଅଧିକାଂଶ ଭାଗ ଢାଙ୍କି ଦେଉଥିଲା ବେଳେ ପ୍ରାନ୍ତ ଭାଗକୁ ଅବରୋଧକରି ନ ଥାଏ। ଫଳରେ ସୂର୍ଯ୍ୟର କେବଳ ପ୍ରାନ୍ତ ଭାଗ ହିଁ ଦୃଶ୍ୟ ହୁଏ। ଏହା ଆକାଶରେ ଏକ ଆଲୋକିତ ବଳୟ ରୂପେ ଦୃଶ୍ୟମାନ ହେଉଥିବାରୁ ଏଭଳି ପରିସ୍ଥିତିକୁ ବଳୟାକାର ସୂର୍ଯ୍ୟୋପରାଗ କୁହାଯାଏ।
କେବଳ ଅମାବାସ୍ୟା ତିଥିରେ ସଂଘଟିତ ହୋଇଥାଏ। ମାତ୍ର ସମସ୍ତ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଘଟି ନ ଥାଏ। କୌଣସି ଅମାବାସ୍ୟା ତିଥିରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସମତଳରେ ଅବସ୍ଥାନ କରିଥାନ୍ତି। ମାତ୍ର କେତେକ ଅମାବାସ୍ୟାରେ ଏ ତିନି ମହାକାଶୀୟ ପିଣ୍ଡ ଏକ ସରଳରେଖାରେ ମଧ୍ୟ ଅବସ୍ଥାନ କରିଥାନ୍ତି। ଏହିଦିନ ହିଁ କେବଳ ସୂର୍ଯ୍ୟୋପରାଗ ଘଟିଥାଏ। ପୃଥିବୀର କକ୍ଷତଳ ଓ ଚନ୍ଦ୍ରର କକ୍ଷତଳ ପ୍ରାୟ ୫ ଡିଗ୍ରୀ କୋଣ ଅନ୍ତରରେ ରହୁଥିବାରୁ ସବୁ ଅମାବାସ୍ୟାରେ ଏ ତିନି ପିଣ୍ଡ ଏକ ସରଳରେଖାରେ ରହି ନ ଥାନ୍ତି। ତେଣୁ ପ୍ରତି ଅମାବାସ୍ୟା ତିଥିରେ ସୂର୍ଯ୍ୟୋପରାଗ ଘଟି ନ ଥାଏ।
ଆକାର ଚନ୍ଦ୍ରଠାରୁ ବଡ଼ ଥିଲେ ସୁଦ୍ଧା ଏହା ଦୂରରେ ଥିବାରୁ ଛୋଟ ଦେଖାଯାଏ। ସେହିପରି ଚନ୍ଦ୍ରର ଆକାର ଛୋଟ ଥିଲେ ସୁଦ୍ଧା ଏହା ପାଖରେ ଥିବାରୁ ବଡ଼ ଦେଖାଯାଏ। ଉଭୟ ପିଣ୍ଡର ଆକାର ଓ ଦୂରତା ଏପରି ଯେ ପୃଥିବୀୟ ଦୃଷ୍ଟିରେ ଉଭୟଙ୍କର ବିମ୍ବ ସମାନ ଆକାରରେ ଦେଖାଯାଏ। ତେଣୁ ଏକ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଢାଙ୍କିପାରେ। ମାତ୍ର ବେଳେ ବେଳେ ଚନ୍ଦ୍ର ପୃଥିବୀ ଚାରିପଟେ ନିଜ କକ୍ଷପଥରେ ଘୂରୁ ଘୂରୁ ସବୁଠାରୁ ଦୂର ସ୍ଥାନରେ ପହଞ୍ଚିଥାଏ। ଫଳରେ ପୃଥିବୀରୁ ଚାହିଁଲେ ଚନ୍ଦ୍ରର ବିମ୍ବ ସାମାନ୍ୟ ଛୋଟ ଦେଖାଯାଏ। ଏଭଳି ଅବସ୍ଥାରେ ଚନ୍ଦ୍ର ସୂର୍ଯ୍ୟ ବିମ୍ବକୁ ସମ୍ପୂର୍ଣ୍ଣ ଢାଙ୍କିପାରେ ନାହିଁ। ଚନ୍ଦ୍ର କେବଳ ସୂର୍ଯ୍ୟର ସମ୍ମୁଖରେ ରହି ସୂର୍ଯ୍ୟର କେନ୍ଦ୍ରଭାଗର ଅଧିକାଂଶ ଅଞ୍ଚଳ ଢାଙ୍କିଥାଏ। ମାତ୍ର ସୂର୍ଯ୍ୟର ପ୍ରାନ୍ତ ଭାଗ ଉନ୍ମୁକ୍ତ ରହିଥାଏ। ସୁତରାଂ ସୂର୍ଯ୍ୟର କେନ୍ଦ୍ରାଞ୍ଚଳ ଅନ୍ଧାର ଦେଖାଯାଉଥିଲେ ସୁଦ୍ଧା ଏହାର ପ୍ରାନ୍ତଭାଗ ଏକ ସରୁ ଆଲୋକିତ ବଳୟ ରୂପେ ଦୃଶ୍ୟମାନ ହୁଏ। ଏହା ହିଁ ବଳୟାକାର ସୂର୍ଯ୍ୟୋପରାଗ । ବଳୟାକାର ସୂର୍ଯ୍ୟୋପରାଗ ଭାରତର ଦକ୍ଷିଣ ଭାଗରେ ଦୃଶ୍ୟ ହୋଇଥିଲା ବେଳେ ପରବର୍ତ୍ତୀ ବଳୟାକାର ସୂର୍ଯ୍ୟୋପରାଗ ଆଗାମୀ ଜୁନ ୨୧ତାରିଖରେ ଉତ୍ତର ଭାରତରେ ଦୃଷ୍ଟିଗୋଚର ହେବ। ସୂର୍ଯ୍ୟୋପରାଗ ଏକ ବିରଳ ମହାକାଶୀୟ ଘଟଣା ହୋଇଥିବାରୁ ଏଥିରେ ଶଙ୍କିତ ନ ହୋଇ ଏହାକୁ ନିରାପଦ ମାଧ୍ୟମରେ ପର୍ଯ୍ୟବେକ୍ଷଣ କରି ଉପଭୋଗ କରିବା ଉଚିତ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri