ବଳାତ୍କାର ବନାମ ପୁରୁଷତ୍ୱ ହ୍ରାସ

ଡ. ରମେଶ ଚନ୍ଦ୍ର ପରିଡ଼ା
ଆମ ପ୍ରଚଳିତ ପରମ୍ପରାରେ ନୈତିକତା ସମୃଦ୍ଧ ମୂଲ୍ୟବୋଧ ନାରୀକୁ ସମାଜରେ ଏକ ଉଚ୍ଚ ସମ୍ମାନାସ୍ପଦ ଆସନ ଦେଇ ଆସିଛି। ସେଥିପାଇଁ ଆମେ କହିଆସିଛୁ ଯେ, ଯେଉଁଠି ନାରୀମାନେ ପୂଜା ପାଆନ୍ତି ସେଠି ଦେବତାଙ୍କର ଆବିର୍ଭାବ ଘଟେ। ଅନ୍ୟପକ୍ଷରେ, ନାରୀର ଶାରୀରିକ ସାମର୍ଥ୍ୟ ତୁଳନାତ୍ମକ ଭାବେ ନମନୀୟ ହୋଇଥିବାରୁ ତାକୁ ସବୁ ଅବସ୍ଥାରେ ସୁରକ୍ଷା ଯୋଗାଇଦେବା ପୁରୁଷତ୍ୱର ଏକ ବଳିଷ୍ଠ ପରିପ୍ରକାଶ ବୋଲି ବିଚାର କରାଯାଏ। ସେଥିପାଇଁ ଭାଇ ଦିଏ ଭଉଣୀକୁ ପ୍ରତିଶ୍ରୁତି ରକ୍ଷା ବନ୍ଧନ ଅବସରରେ ଏବଂ ଅଗ୍ନିକୁ ସାକ୍ଷୀ ରଖି ପତି ଦିଏ ପତ୍ନୀକୁ। କିନ୍ତୁ ବର୍ତ୍ତମାନ ଏ ମୂଲ୍ୟବୋଧର କେବଳ ଅବକ୍ଷୟ ଘଟିନାହିଁ ବରଂ ତାହା ପ୍ରାୟତଃ ଲୋପ ପାଇଯାଇଛି। ତେଣୁ ପ୍ରତିଦିନ ସାରା ଦେଶର କୋଣ-ଅନୁକୋଣରେ ବଢି ବଢି ଚାଲିଛି ନାରୀ ନିର୍ଯାତନା, ଯୌନ ଶୋଷଣ ଏବଂ ବଳାତ୍କାର। କେବଳ ଆମରି ରାଜ୍ୟରେ ଦୈନିକ ପ୍ରାୟ ୮ଟି ବଳାତ୍କାର ଘଟୁଥିବାର କୁହାଯାଉଛି।
ଏହାର କାରଣ ରୂପେ ଅନେକ ବିଜ୍ଞ ଲୋକ ନାନା କଥା କହୁଛନ୍ତି। ବିଦେଶୀ ସଂସ୍କୃତିର ପ୍ରଭାବ, ଭୋଗସର୍ବସ୍ବ ଯୌନାଚାର ପ୍ରତି ଆମ ଦୃଷ୍ଟିକୋଣରେ ପରିବର୍ତ୍ତନ ଇତ୍ୟାଦିକୁ ଏହାର ଗୋଟିଏ ଗୋଟିଏ କାରଣ ରୂପେ ଦର୍ଶାଯାଇଛି। ପୁନଶ୍ଚ କେହି କେହି ଏଥିପାଇଁ ଆଧୁନିକ ନାରୀର ବେଶଭୂଷା ଓ ଚାଲିଚଳନକୁ ମଧ୍ୟ କିଛି ମାତ୍ରାରେ ଦାୟୀ କରୁଛନ୍ତି। ଏଥିରେ କୁହାଯାଉଛି ଯେ, ପୁରୁଷର ସ୍ବଭାବତଃ ଅଧିକ ଦୁର୍ବଳତା ଥାଏ ଯୌନାଚାର ପ୍ରତି। ଏସବୁ ତାହାକୁ ଉଦ୍ଦୀପିତ କରୁଛି। ତେଣୁ ଏପରି ଘଟୁଛି। ଅନ୍ୟପକ୍ଷରେ ପୁରୁଷକୁ ଜୈବିକସ୍ତରରେ ଏହି ଉଦ୍ଦୀପନା ଯୋଗାଉଥିବା କାରକଗୁଡିକ କ୍ରମଶଃ ସ୍ତିମିତ ହେବାରେ ଲାଗିଛି ବୋଲି କହୁଛନ୍ତି ବୈଜ୍ଞାନିକମାନେ। ତାହା ସତ୍ତ୍ୱେ ଏପରି ଘଟୁଛି କାହିଁକି? ବରଂ ତାହା ଫଳରେ ପୁରୁଷର ଉଗ୍ର ଯୌନକାମନା ହ୍ରାସ ପାଇବା ଉଚିତ।
ନାରୀ ଓ ପୁରୁଷ ମଧ୍ୟରେ ଥିବା ସମସ୍ତ ପ୍ରଭେଦର ମୂଳରେ ରହିଛି ସେମାନଙ୍କଠାରେ ଥିବା ଲିଙ୍ଗୀୟ କ୍ରୋମୋଜମ୍‌ ଯୋଡିର ବିଭିନ୍ନତା। ନାରୀଠାରେ ଏହା ଦୁଇଟି ଏକ୍ସ-କ୍ରୋମୋଜମ୍‌ ନେଇ ଗଠିତ ହେଲାବେଳେ ପୁରୁଷଠାରେ ତହିଁରୁ ଗୋଟିଏ ଏକ୍ସ ଏବଂ ଅନ୍ୟଟି ଓ୍ବାଇ। ଏହି ଶେଷୋକ୍ତଟି ହିଁ ପୁରୁଷକୁ ତା’ର ଅଧିକାଂଶ ପୁରୁଷସୁଲଭ ଗୁଣ ପ୍ରଦାନ କରିଥାଏ।
ବୈଜ୍ଞାନିକମାନଙ୍କ ମତରେ ଆଜିଠାରୁ କେତେ ଶହ ନିୟୁତ ବର୍ଷ ପୂର୍ବେ ଉଭୟ ଏକ୍ସ ଏବଂ ଓ୍ବାଇ କ୍ରୋମୋଜମ୍‌ରେ ସମାନ ସଂଖ୍ୟକ, ଅର୍ଥାତ୍‌ ପ୍ରାୟ ୧୫୦୦ରୁ ଅଧିକ ଜିନ୍‌ ଥିଲା। କିନ୍ତୁ ବର୍ତ୍ତମାନ ପ୍ରଥମଟିରେ ତାହା ସେତିକି ଥିଲାବେଳେ, ଦ୍ୱିତୀୟଟିରେ ଅବକ୍ଷୟ ଘଟି ପହଞ୍ଚିଲାଣି ପ୍ରାୟ ୫୦ରେ। ପେନ୍‌ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ କାଟେରିନା ମାକୋଭଙ୍କ ମତରେ ଏକ୍ସ ତୁଳନାରେ ଓ୍ବାଇ କ୍ରୋମୋଜମ୍‌ର ବିକାଶ ଦ୍ରୁତ ଗତିରେ ଘଟିଥିଲା। ସମ୍ଭବତଃ ଏହି କାରଣରୁ ଏହାର ଅବକ୍ଷୟ ମଧ୍ୟ ଦ୍ରୁତ ହେଲା। ତେବେ, ଇମ୍ପେରିଆଲ କ୍ୟାନସର ରିସର୍ଚ୍ଚ ଫଣ୍ଡର ପିଟର ଗୁଡ୍‌ଫେଲୋଙ୍କ ମତରେ ଅନନ୍ୟ ମନେହେଉଥିବା ଓ୍ବାଇ-କ୍ରୋମୋଜମ୍‌ର ଜିନ୍‌ଗୁଡିକ ମଧ୍ୟରେ ‘ଏସ୍‌ଆର୍‌ଓ୍ବାଇ’ (ସେକ୍ସ ରିଲେଟେଡ୍‌ ଓ୍ବାଇ) ଜିନ୍‌ଟି ମୁଖ୍ୟତଃ ପୁରୁଷସୁଲଭ ଗୁଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଅନ୍ୟ ଜିନ୍‌ଗୁଡିକୁ ଏ ଦିଗରେ ସକ୍ରିୟ କରିଥାଏ। ଏବେ ଏଥିରେ ପରିବର୍ତ୍ତନ ପରିଲକ୍ଷିତ ହେଲାଣି।
ପୁରୁଷତ୍ୱ ସହିତ ସମ୍ପୃକ୍ତ ବୋଲି ମନେକରାଯାଉଥିବା ସେହିପରି ଅନ୍ୟ ଏକ ଘଟଣା ନିକଟରେ ଦୃଷ୍ଟିକୁ ଆସିଛି। ଆମେରିକୀୟ ବୈଜ୍ଞାନିକ ଡ. ଜେମସ୍‌ ହୋଟାଲିଙ୍ଗ୍‌ ଏବଂ ତାଙ୍କ ସହଯୋଗୀମାନଙ୍କ ଗବେଷଣାରୁ ଜଣାପଡ଼ିଛି ଯେ, ବିଗତ ଦୁଇ ଦଶନ୍ଧି ଧରି ଫର୍ଟିଲିଟି କ୍ଳିନିକ୍‌ମାନଙ୍କୁ ଚିକିତ୍ସା ପାଇଁ ଆସୁଥିବା ପ୍ରାୟ ଦେଢଲକ୍ଷ ପୁରୁଷଙ୍କ ଶୁକ୍ରର ମାନ ହ୍ରାସ ପାଇଛି। ସେଥିରେ ଶୁକ୍ରାଣୁଙ୍କ ସଂଖ୍ୟା କମ୍‌ ହେବା ସହ ସେଗୁଡିକର ଚଳତ୍‌ଶକ୍ତି ମଧ୍ୟ ମନ୍ଥର ହୋଇଛି।
ହେଟାଲିଙ୍ଗ୍‌ଙ୍କ ଅଧ୍ୟୟନ ଥିଲା ‘ପହଁରି ପାରୁଥିବା’ ଶୁକ୍ରାଣୁଙ୍କ ଉପରେ। କାରଣ, ଏହାରି ଉପରେ ନିର୍ଭର କରିଥାଏ ସେମାନଙ୍କର ଡିମ୍ବାଣୁ ନିକଟରେ ପହଞ୍ଚି ତାକୁ ନିଷିକ୍ତ କରିବାର ଦକ୍ଷତା। ଏହାକୁ କୁହାଯାଏ ‘ଟୋଟାଲ୍‌ ମୋଟାଇଲ୍‌ ସ୍ପର୍ମ କାଉଣ୍ଟ’। ଏଥିରେ ସେମାନେ ବାଛିଥିବା ସ୍ବେଚ୍ଛାସେବୀମାନଙ୍କୁ ତିନୋଟି ଦଳରେ ବିଭକ୍ତ କରାଯାଇଥିଲା-ସର୍ବନିମ୍ନ, ମଧ୍ୟମ ଏବଂ ଉତ୍ତମ ଶୁକ୍ରାଣୁଧାରୀ ରୂପେ। ସେ ସମସ୍ତଙ୍କଠାରେ ବର୍ଷକୁ ତାହା ୨ ଶତାଂଶ ହାରରେ ହ୍ରାସ ପାଉଥିବାର ଜଣାପଡିଲା। ଅନ୍ୟପକ୍ଷରେ, କୃତ୍ରିମ ଗର୍ଭଧାରଣ ପାଇଁ ଶୁକ୍ରାଣୁ ଦାନ କରୁଥିବା ଉଚ୍ଚ କ୍ଷମତାସମ୍ପନ୍ନ ପ୍ରାୟ ୩ ହଜାର ପୁରୁଷଙ୍କଠାରେ ମଧ୍ୟ ସେପରି ଘଟିବାର ଦେଖାଯାଉଛି। ଏସବୁ ସହିତ ନିମ୍ନଗାମୀ ହେବାରେ ଲାଗିଛି ପୁରୁଷଠାରେ ଯୌନ ପ୍ରବୃତ୍ତି ସୃଷ୍ଟି ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ‘ଟେଷ୍ଟୋଷ୍ଟେରୋନ୍‌’ ନାମକ ପୁଂ ହରମୋନ୍‌ର ସ୍ତର।
ଏଭଳି ଘଟିବା ମୂଳରେ ବିବର୍ତ୍ତନ ପ୍ରକ୍ରିୟା ହୁଏତ କିଛିମାତ୍ରାରେ ଥାଇପାରେ। ତେବେ ତାହାକୁ ଅଧିକ ତ୍ୱରାନ୍ବିତ କରୁଛି ପରିବେଶର ପ୍ରଦୂଷଣ। ତହିଁରେ ଡିଡିଟି, ବିଏଚ୍‌ସି ଆଦି କୀଟନାଶକ ସମେତ ବିବିଧ ଶିଳ୍ପଜାତ ବିଷାକ୍ତ ପଦାର୍ଥର ମାତ୍ରା ବୃଦ୍ଧି ହେବା ମଧ୍ୟ ଏହାର ପ୍ରମୁଖ କାରଣ ହୋଇପାରେ ବୋଲି କହୁଛନ୍ତି ବୈଜ୍ଞାନିକମାନେ। ଏହାଫଳରେ ଜନ୍ମଲାଭ କରୁଥିବା ପୁତ୍ର ସନ୍ତାନମାନେ ରୁଗ୍ଣ ଓ ନପୁଂସକ ହେବାର ସମ୍ଭାବନା ମଧ୍ୟ ବୃଦ୍ଧିପାଉଛି।
ଏସବୁ କଥା ବିଚାରକୁ ନେଲେ ସ୍ପଷ୍ଟ ପ୍ରତିପାଦିତ ହୁଏ ଯେ, ଆଜିକାଲି ବଢି ବଢି ଚାଲିଥିବା ବଳାତ୍କାରର କୌଣସି ଜୈବିକ କାରଣ ନାହିଁ, ବରଂ ସେ ଦୃଷ୍ଟିରୁ ତାହା ହ୍ରାସ ପାଇବା କଥା। ତେବେ ଏପରି ଓଲଟା ଘଟୁଛି କାହିଁକି? ମଣିଷ ଚରିତ୍ର ଉପରେ ଜନ୍ମଗତ ବା ଜିନୀୟ ପ୍ରଭାବ ଯେତିକି ତା’ ପାରିପାର୍ଶ୍ୱିକ ଅବସ୍ଥାର ପ୍ରଭାବ ମଧ୍ୟ ସେତିକି ବୋଲି କୁହାଯାଏ। ଅତଏବ ପୁରୁଷଠାରେ ଏପ୍ରକାର ବିକୃତ ଯୌନ ଲାଳସା ବୃଦ୍ଧି ପାଇବାର କାରଣ ସମ୍ଭବତଃ ଦ୍ୱିତୀୟଟି। ମଣିଷ କ୍ରମେ ହୋଇଚାଲିଛି ସମୀପ ଦୃଷ୍ଟିସମ୍ପନ୍ନ ଏବଂ ସ୍ବାର୍ଥାନ୍ବେଷୀ। ବସ୍ତୁବାଦର ପ୍ରସାର ଫଳରେ ତା’ ମନରୁ ଲୋପପାଉଛି ଆଧ୍ୟାତ୍ମିକ ଚେତନା। ମଣିଷ-ମଣିଷ ଭିତରେ ସୁସ୍ଥ ସମ୍ପର୍କ ଏବେ ଘୋର ସଙ୍କଟର ସମ୍ମୁଖୀନ। ଏସବୁ ତା’ର ଏଭଳି ପାଶବିକ ଆଚରଣର କାରଣ ହୋଇପାରନ୍ତି। ତେବେ, ମନକୁ ଆଉ ଗୋଟିଏ କଥା ଆସୁଛି- କୁହାଯାଏ ଯେ, ଶକ୍ତିଶାଳୀ ମଣିଷ ସର୍ବଦା ଉଦାର ଓ ନୀତିନିଷ୍ଠ ହୋଇଥାଏ। ଏବେ ପୁରୁଷଠାରେ ଓ୍ବାଇ କ୍ରୋମୋଜମ୍‌ର ଅବକ୍ଷୟ, ଶୁକ୍ରାଣୁର ସଂଖ୍ୟା ହ୍ରାସ, ପୁଂ-ହରମୋନ୍‌ କ୍ଷରଣରେ ଅନିୟମିିତତା ଇତ୍ୟାଦି ତା’ପୁରୁଷପଣକୁ ହ୍ରାସ କରିଦେବାରୁ ସେ ଏପରି କରୁନି ତ?
ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri