ବଳଶାଳୀ ବିଲ୍‌ଡରଙ୍କ ବଡ଼ କାରନାମା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, ପୁଣି ଜବରଦଖଲ ଉଦ୍ୟମ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଭୁବନେଶ୍ୱରରେ ଏବେ ଜମି ଦର ଆକାଶଛୁଆଁ। ଜଣେ ସାଧାରଣ ବର୍ଗର ଲୋକ ପାଇଁ ଭୁବନେଶ୍ୱରରେ ଜମି କିଣିବା ସ୍ବପ୍ନ। ଏପରି ସ୍ଥଳେ କେତେକ ଅସାଧୁ ଅଫିସରଙ୍କ ସହାୟତାରେ ଜାଲ ନକ୍ସା ତିଆରି କରି ଏକରରୁ ଊର୍ଦ୍ଧ୍ୱ ଜଳାଶୟ ଜମି ଓ ଡ୍ରେନ ଯାଉଥିବା ରାସ୍ତାକୁ କବ୍‌ଜା କରିବାକୁ ବସିଛନ୍ତି ବଳଶାଳୀ ବିଲଡର୍‌। ସ୍ଥାନୀୟ ଲୋକଙ୍କୁ ଧମକଚମକ ଦେବା ସହ ଭୟଭୀତ କରିବା ଓ ଆର୍ଥିକ ପ୍ରଲୋଭନ ଦେଖାଇ ଜବରଦଖଲ କରିବାକୁ ଚେଷ୍ଟା ଚଳାଇଛନ୍ତି ସମ୍ପୃକ୍ତ ବିଲଡର। ଏପରି ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ପାଇକ ନଗର ଅଞ୍ଚଳରେ।
ପାଇକ ନଗର ଓ୍ବେଲ ଫେୟାର ଆସୋସିଏସନ୍‌ ନିକଟରେ ଥିବା ପ୍ଲଟ୍‌ ନଂ ୨୨୭, ୨୨୮ ସରକାରୀ ଜମି ଓ ପ୍ଲଟ ନଂ ୨୩୩ ଜଳାଶୟ ଜମିରେ ଜବରଦଖଲ ହୋଇଛି। ବଡ଼ କଥା ହେଲା ୨୦୦୬ ମସିହାରୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜମିକୁ ସରକାରୀ ଜମି କହୁଥିବା ବେଳେ ୨୦୦୯ରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ସାଧାରଣ ପ୍ରଶାସନ(ଜିଏ) ବିଭାଗ ଉକ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରିଥିଲା। ହେଲେ ଏବେ ପୁଣି ସମ୍ପୃକ୍ତ ବିଲ୍‌ଡଲ ଜଣକ ପୁନର୍ବାର ଜବରଦଖଲ କରି ଜମି ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ସ୍ଥାନୀୟ ଲୋକେ ଥାନା ଓ କୋର୍ଟ ଦ୍ୱାରସ୍ଥ ହେବା ସହ ଭୁବନେଶ୍ୱର ଜିଲା ଦୌରାଜଜ୍‌ଙ୍କଠାରୁ ଉକ୍ତ ଜମିରେ ନିର୍ମାଣରେ ରୋକ୍‌ ଲଗାଇବା ପାଇଁ ସ୍ଥଗିତାଦେଶ ଆଣିବାରୁ ଘଟଣାସ୍ଥଳରେ ନିର୍ମାଣ କାମ ବନ୍ଦ ପଡ଼ିଥିବା ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ବିଲଡର ଜଣକ ୨୦୦୬ରୁ ବଳପୂର୍ବକ ପାଇକ ନଗରରେ ଥିବା ଜଳାଶୟ ସମେତ ଡ୍ରେନ ଓ ଅନ୍ୟଜମିକୁ ମାଟି ପକାଇ ପୋତି ଦେଇଥିଲେ। ସେହି ସମୟରେ ସ୍ଥାନୀୟ ଲୋକଙ୍କ ବିରୋଧ ଏବଂ ବିଧାନସଭାରେ ଏହା ଉପରେ ପ୍ରଶ୍ନ ଉଠିବା ପରେ କାର୍ଯ୍ୟ ବନ୍ଦ ହୋଇଥିଲା। ତତ୍‌କାଳୀନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଦେବୀ ପ୍ରସନ୍ନ ଚାନ୍ଦ, ଯୋଗେଶ ସିଂଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଉକ୍ତ ୭ ଟି ପ୍ଲଟରେ ଥିବା ସରକାରୀ ଜମି ଜବରଦଖଲ କରାଯାଇଛି। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହା ସ୍ବୀକାର କରିବା ସହ ଏହାକୁ ଉଚ୍ଛେଦ କରାଯିବ ବୋଲି କହିଥିଲେ। ପରେ ୨୦୦୯ରେ ଉକ୍ତ ପ୍ଲଟରୁ ଜବରଦଖଲ ଉଚ୍ଛେଦ ହୋଇଥିଲା।
କିନ୍ତୁ ଗତ ଡିସେମ୍ବର ୨୭ରୁ ପୁନର୍ବାର ଉକ୍ତ ଜମି ଜବରଦଖଲ କରାଯାଉଛି। ବିଲଡର ଜଣକ ରାତାରାତି ସେଠାରେ ବାଲି ଗୋଡ଼ି ପକାଇ ଡ୍ରୋଜର ଜରିଆରେ ଜମି ଖୋଳାକାମ ଆରମ୍ଭ କରିଛନ୍ତି। ଗତ ୫ ତାରିଖରେ ସେଠାରେ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ସ୍ଥାନୀୟବାସିନ୍ଦା ଏନେଇ ନୟାପଲ୍ଲୀ ଥାନା ଘେରାଉ କରିବା ପରେ ପୋଲିସ କାର୍ଯ୍ୟ ବନ୍ଦ କରିଥିଲା ଓ ଡିସିପିଙ୍କ କୋର୍ଟ ଏକ ମାମଲା ଦାଏର କରି ଜମି ଉପରେ ୧୪୪ ଧାରା ଜାରି କରିଛି। ହେଲେ ବାରମ୍ବାର ସ୍ଥାନୀୟ ଲୋକଙ୍କୁ ଏବେ ବିନା ଶୁଣାଣିରେ ଫେରିବାକୁ ପଡ଼ୁଛି। ପୋଲିସ ମାମଲାରେ ନିରପେକ୍ଷତା ନଦେଖାଇ ଏଯାବତ୍‌ ଚାର୍ଜଶିଟ୍‌ ଦାଖଲ କରୁନାହିଁ। ଫଳରେ ଡିସିପିଙ୍କ କୋର୍ଟରେ ମାମଲାର ଶୁଣାଣି ହୋଇପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେହିପରି ବିଲ୍‌ଡର ଜଣକ ବିଭିନ୍ନ ସମୟରେ ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେଉଥିବା କଥା ସ୍ଥାନୀୟ ଲୋକ କହିଛନ୍ତି। ଡୁମ୍‌ଡୁମା, ବଡ଼ଗଡ଼ରୁ ପିଲା ଆଣି ଏ ଏରିଆରେ କାହାକୁ ରଖେଇ ଦେବିନି ପରି ଧମକ ଦେଉଥିବାର କଥା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଜବରଦଖଲକୁ ବିରୋଧ କରି ଧାରଣା:

ନୟାପଲ୍ଲୀ ଥାନା ଅନ୍ତର୍ଗତ ପାଇକ ନଗର ଅଞ୍ଚଳରେ ଥିବା ସରକାରୀ ଜମିରେ ଜବରଦଖଲକୁ ବିରୋଧ କରି ସ୍ଥାନୀୟବାସିନ୍ଦା ଜାତୀୟ ରାଜପଥରେ ଧାରଣା ଦେଇଛନ୍ତି। ବଳଶାଳୀ ବିଲଡରଙ୍କ ଦୌରାତ୍ମ୍ୟ ସହ ନୟାପଲ୍ଲୀ ଥାନା ଅଧିକାରୀଙ୍କ ମନମାନୀ କାର୍ଯ୍ୟକଳାପକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଶେଷରେ ଧାରଣା ପନ୍ଥା ବାଛିଛନ୍ତି ବୋଲି କହିଛନ୍ତି। ଉକ୍ତ ଜମିରେ ପୂର୍ବରୁ ଜଳାଶୟ ଥିବା ବେଳେ ବଳପୂର୍ବକ ଉକ୍ତ ଜଳାଶୟକୁ ପୋତି ଜାଲ ନକ୍ସାରେ ବିଲଡର ଜଣଙ୍କ ତାକୁ ନିଜର ସ୍ଥିତିବାନ ଜମି ବୋଲି ଦର୍ଶାଉଛନ୍ତି। ଏହି ଜମିକୁ ନେଇ ୨୦୦୯ରେ ବିଲଡରଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ବିବାଦ ଲାଗିରହିଥିବା ବେଳେ ଶନିବାର ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ବିଲଡର ଜଣକ ପୁନର୍ବାର ସେଠାରେ କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ବିରୋଧ କରିଥିଲେ ମଧ୍ୟ ବିଲଡର ଜଣଙ୍କ କିଛି ଶୁଣି ନ ଥିଲେ। ଫଳରେ ସ୍ଥାନୀୟ ବାସିନ୍ଦା ନୟାପଲ୍ଲୀଠାରେ ଜାତୀୟ ରାଜପଥକୁ ବନ୍ଦ କରିବା ସହ ଧାରଣାରେ ବସିଥିଲେ। ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ ସ୍ବାଇଁ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ଉଭୟ ପକ୍ଷରୁ କିଛି ମୁରବୀ ଲୋକଙ୍କୁ ନେଇ ପୋଲିସ ଆଲୋଚନା କରିଥିଲା। ଆଲୋଚନାରେ ସ୍ଥାନୀୟ ଏସିପି ଅନିଲ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଆଲୋଚନା ପରେ ସୋମବାର ଏହି ଜମି ଉପରେ ମାପଚୁପ କରାଯିବ। ମାପ ହେବା ପରେ ବିଲଡରଙ୍କ ଜମି ସେ ନେବେ ସରକାରୀ ଜମି ଛାଡିଦେବେ ବୋଲି ନିଷ୍ପତ୍ତି ହୋଇଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri