ବଳକା ରଥକାଠ ପାଇଁ ଜାଗା ନାହିଁ: ଖରା ବର୍ଷାରେ ନଷ୍ଟ ହେଉଛି ରଥଚକ

ପୁରୀ ଅଫିସ, ୧୫ା୬: ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ତିିନୋଟି ରଥ ନିର୍ମାଣ କରାଯାଉଛି। ଏଥିପାଇଁ ଆବଶ୍ୟକ କାଠ ନୟାଗଡ଼ ଏବଂ ଖୋର୍ଦ୍ଧା ବନମଣ୍ଡଳରୁ ଅଣାଯାଇଥାଏ। ଗତ ଦୁଇବର୍ଷ ହେଲା ବୌଦ୍ଧ ବନମଣ୍ଡଳରୁ କାଠ ଆସୁଛି। ତେବେ ରଥ ନିର୍ମାଣ ପରେ ପ୍ରତିବର୍ଷ କିଛି ନା କିଛି କାଠ ବଳକା ରହିଯାଏ। ଏହି କାଠ ଆଗାମୀ ବର୍ଷ ପାଇଁ ସାଇତି ରଖାଯାଏ। ହେଲେ ଏହି ବଳକା କାଠ ରଖିବାକୁ ଏବେ ଆଉ ଜାଗା ନାହିଁ। ଏଠିସେଠି ରଖାଯାଉଥିବାରୁ କାଠ ମଧ୍ୟ ନଷ୍ଟ ହେଉଛି। ସେହିପରି ରଥଯାତ୍ରା ଶେଷ ପରେ ରଥ ଚକ ସୁରକ୍ଷିତ ଭାବେ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦିଷ୍ଟ ଜାଗା ସ୍ଥିର କରିପାରିନି। ଗୁଣ୍ଡିଚା ମନ୍ଦିର ପରିସରରେ ଚକ ରହୁଥିବାବେଳେ ତାହା ଖରା, ବର୍ଷାରେ ମଧ୍ୟ ଖରାପ ହେଉଛି। ତେଣୁ ବଳକା ରଥ କାଠ ଏବଂ ଚକକୁ ସାଇତି ରଖିବା ଲାଗି ଶେଡ୍‌ ତିଆରି କରାଯିବା ଦରକାର ବୋଲି କୁହାଯାଉଛି।
ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ଲାଗି ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ପୂର୍ବବର୍ଷର କାଠ ଯଦି ବଳକା ଥାଏ ତେବେ ତାକୁ ବାଦ୍‌ ଦେଇ ଆଉ ଆବଶ୍ୟକ କାଠ ଅଣାଯାଇଥାଏ। ଦେଖିବାକୁ ଗଲେ ପ୍ରତିବର୍ଷ କିଛି କାଠ ବଳକା ରହିଥାଏ। ଗତବର୍ଷ ୧୯୫ ଖଣ୍ଡ କାଠ ବଳକା ରହିଥିଲା। ତେଣୁ ଏଥର ଶ୍ରୀମନ୍ଦିର ପ୍ରଶାସନ ରଥ ନିର୍ମାଣ ଲାଗି ୬୭୦ ଖଣ୍ଡ କାଠ ନୟାଗଡ଼, ଖୋର୍ଦ୍ଧା ଏବଂ ବୌଦ୍ଧ ବନଖଣ୍ଡରୁ ଆଣିଛି। କିନ୍ତୁ ପ୍ରତିବର୍ଷ ବଳକା ରହୁଥିବା କାଠକୁ ରଖିବା ଲାଗି ଏବେ ସମସ୍ୟା ହେଲାଣି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ବଳକା କାଠ ହାତୀବାରିରେ ରଖୁଥିଲା। ହେଲେ ଏହି ଜାଗାରେ ପ୍ରାୟ ୨ ବର୍ଷ ହେବ ନୀଳାଦ୍ରି ଭକ୍ତନିବାସ ତିଆରି କରାଯିବା ପରେ କାଠ ରଖିବାକୁ ଆଉ ଜାଗା ମିଳିଲାନି। ଏହାପରେ ପୁରୁଣା ଜେଲ୍‌ରୋଡ ନିକଟରେ ଥିବା ଶ୍ରୀମନ୍ଦିର ଜାଗାରେ କାଠ ରଖାଯାଉଥିଲା। ଏବେ ଏହାର ପରିସର ବି ସଙ୍କୁଚିତ ହୋଇଯାଇଛି। ଏଠି ବି ତିଆରି ଚାଲିଛି ଭକ୍ତନିବାସ। ତେଣୁ ବଳକା ରଥକାଠ ରଖିବା ପାଇଁ ଏବେ ସମସ୍ୟା ହେଲାଣି।
କେବଳ ବଳକା ରଥ କାଠ ନୁହେଁ, ରଥଚକ, ପ୍ରଭା, ଗୁଜ ଏବଂ ଅସୁଆରୀକୁ ସୁରକ୍ଷିତ ଭାବେ ରଖିବା ପାଇଁ ଜାଗା ନାହିଁ। ପ୍ରତିବର୍ଷ ରଥଯାତ୍ରା ପରେ ତିନିରଥକୁ ଭଙ୍ଗାଯାଇଥାଏ। ରଥଗୁଡ଼ିକର ଚକ, ପ୍ରଭା, ଗୁଜ ଓ ଅସୁଆରୀକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଉଛି। ହେଲେ ଚକ ଦାମ୍‌ ଅଧିକ ରହୁଥିବାରୁ ବିକ୍ରି ଏତେଟା ଉତ୍ସାହଜନକ ହୋଇପାରୁନାହିଁ। ୨୦୧୫ ପର୍ଯ୍ୟନ୍ତ ରଥ ଚକ ଗୋଟାକୁ ଶ୍ରୀମନ୍ଦିର ପ୍ରଶାସନ ୫୦ ହଜାର ଟଙ୍କା ରଖିଥିଲା। ହେଲେ ବିକ୍ରି ନ ହେବାରୁ ଏହାର ଦାମ୍‌ ହ୍ରାସ କରାଯାଇଛି। ବର୍ତ୍ତମାନ ଚକ ଗୋଟିକର ଦାମ୍‌ ୨୫ ହଜାର ରହିଛି। ଏହାସତ୍ତ୍ବେ ବିକ୍ରି ହେଉନାହିଁ। ପ୍ରତିବର୍ଷ ୪୨ଟି ଚକ ବାହାରୁଛି। ହେଲେ ସେମିତି ବିକ୍ରି ହେଉ ନ ଥିବାରୁ ଗୁଣ୍ଡିଚା ମନ୍ଦିର ପରିସରରେ ଏହା ଗଚ୍ଛିତ ହୋଇ ରହୁଛି। ପ୍ରତିବର୍ଷ ୪୨ଟି ଲେଖାଏ ଚକ ରଖାଯାଉଥିବାରୁ ଆଉ ସେମିତି ଜାଗା ବି ନାହିଁ। ବର୍ତ୍ତମାନ ଶତାଧିକ ଚକ ଗୁଣ୍ଡିଚା ମନ୍ଦିର ପରିସରରେ ଖରା, ବର୍ଷା ଖାଇ ନଷ୍ଟ ହେଉଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ରହିଛି। ଅନେକ ଜମି ମଧ୍ୟ ଜବରଦଖଲ କରାଯାଇଛି। ମହାପ୍ରଭୁଙ୍କ ଏହି ଜମିରେ ଶେଡ୍‌ ତିଆରି କରାଗଲେ ବଳକା କାଠ, ରଥଚକ, ଗୁଜ, ପ୍ରଭା, ଅସୁଆରୀ ଆଦିକୁ ସାଇତି ରଖାଯାଇପାରନ୍ତା। କିନ୍ତୁ ମନ୍ଦିର ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନାହିଁ। ଫଳରେ ରଥଚକ ଖରା, ବର୍ଷା ଖାଇ ଗୁଣ୍ଡିଚା ମନ୍ଦିର ପରିସରରେ ଏଠିସେଠି ରଖାଯାଇଥିବା ବେଳେ ଜେଲ୍‌ରୋଡ ପରିସରରେ ବଳକା ରଥକାଠ ରଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri