ବଲାଙ୍ଗୀର ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଗତ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ବଲାଙ୍ଗୀର ଜିଲାର ସମସ୍ତ ବ୍ଲକରେ ପ୍ରବଳ ବୃଷ୍ଟିପାତ ହୋଇଥିଲା। ବଲାଙ୍ଗୀର ବ୍ଲକରେ ୧୪ ତାରିଖରେ ୫୫୦ମି.ମି. ବର୍ଷା ହୋଇଥିଲା। ସେହିପରି ୧୩ତାରିଖରେ ଗୁଡ୍‌ଭେଲା ବ୍ଲକରେ ୪୧୪ ମି.ମି. ବର୍ଷା ହୋଇଥିବାର ରେକର୍ଡ ହୋଇଛି। ଏହି ବର୍ଷା ପ୍ରଭାବରେ ବଲାଙ୍ଗୀର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କ୍ଷୟକ୍ଷତିର ଆକଳନ ଠିକ୍‌ କରାଯାଇ ନାହିଁ ବୋଲି କଂଗ୍ରେସ ସଦସ୍ୟ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏହାସହ ସେହି ସମୟରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଆକାଶ ମାର୍ଗରୁ ଜିଲାର କ୍ଷୟକ୍ଷତି ସମୀକ୍ଷା କରି ପ୍ରତିଶ୍ରୁତି ଦେଇ ଚାଲିଗଲେ ବୋଲି ଆକ୍ଷେପ କରିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଗୁରୁବାର ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଦସ୍ୟ ସନ୍ତୋଷ ସିଂ ସାଲୁଜା ଏବଂ ଅଧିରାଜ ପାଣିଗ୍ରାହୀ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଣି ଆଲୋଚନା ପାଇଁ ଯୁକ୍ତି ରଖିବା ସହିତ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର ଲୋଡିଥିଲେ।
ଏହି ଅବସରରେ ନରସିଂହ ମିଶ୍ର କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ବଲାଙ୍ଗୀର ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଲା। ଲୋକମାନେ ରଖିଥିବା ନଗଦ ଟଙ୍କା ପାଣିରେ ଭାସିଯାଇଥିବା ସେମାନେ ଅଭିଯୋଗ କରୁଛନ୍ତି। ଯେତିକି ସରକାରୀ କର୍ମଚାରୀ ଦିଆଯିବା କଥା ପୁନରୁଦ୍ଧାର କାର୍ଯ୍ୟ ଲାଗି ସେତିକି ମଧ୍ୟ ମିଳିଲା ନାହିଁ। ଯଦି ବଲାଙ୍ଗୀର ଜିଲା ପାଇଁ ସରକାରଙ୍କ ସାମାନ୍ୟ ଆନ୍ତରିକତା ଅଛି ତେବେ ୧୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ। ଏହାସହ ଏନ୍‌ଏଚ୍‌ ସଂଯୋଗ ମଧ୍ୟ ନଷ୍ଟ ହୋଇଛି। ଏ ବାବଦରେ ଆଉଥରେ ସମୀକ୍ଷା କରି ଜିଲା ପ୍ରଶାସନ ଠିକ୍‌ ରିପୋର୍ଟ ପ୍ରଦାନ କରନ୍ତୁ। ଲୋକ ସଭା ଏମ୍‌ପି, ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରାଯାଉ। ଏନେଇ ୧ହଜାର କୋଟି ଟଙ୍କା ଦେବାକୁ କହିବାପରେ ଜିଲାପାଳ ଏକ ରିପୋର୍ଟ ସରକାରଙ୍କୁ ପଠାଇଥିଲେ। ସେଥିରେ ସେ ଜିଲା ପାଇଁ ୪୦୦କୋଟି ଟଙ୍କା ଦେବାକୁ କହିଥିଲେ। ମାତ୍ର ସରକାର ମାତ୍ର ୪୦କୋଟି ଟଙ୍କା ଦେଲେ ବୋଲି ନରସିଂହ କହିଛନ୍ତି। ତେଣୁ ଜିଲାର କ୍ଷୟକ୍ଷତି ଉପରେ ଦୃଷ୍ଟି ରଖି ସ୍ବତନ୍ତ୍ର ପ୍ୟାକେଜ ଦାବିକୁ ସେ ପୁଣିଥରେ ଦୋହରାଇଥିଲେ। ସନ୍ତୋଷ ସିଂ ସାଲୁଜା ମଧ୍ୟ ନରସିଂହଙ୍କ ଦାବିକୁ ସମର୍ଥନ ଜଣାଇ ସରକାରଙ୍କୁ ଚାରିଆଡୁ ଘେରିବାକୁ ପ୍ରୟାସ କରିଥିଲେ। ସେ କହିଛନ୍ତି ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ସରକାର ଆଂଶିକ ରିପୋର୍ଟ ଦେଇଛନ୍ତି। ଏଥିରେ ୧୪ ବ୍ଲକ କଥା ଉଲ୍ଲେଖ ଅଛି। ଟିଟିଲାଗଡ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ନଦୀ ବାବଦରେ ଯାହା ଉଲ୍ଲେଖ ଅଛି ତାହା ସମ୍ପୂର୍ଣ୍ଣ ନୁହେଁ। ବ୍ୟାପକ ବର୍ଷା ଯୋଗୁ ବ୍ୟାପକ କ୍ଷତି ହୋଇଛି। ଚାଷୀଙ୍କ ଭଲ ଫସଲ ହୋଇଥିବା ବେଳେ ପାଣିପଶି ସବୁ ନଷ୍ଟ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଆଂଶିକ ସହାୟତା ଦିଆଯାଇଛି। ସମ୍ପୂର୍ଣ୍ଣ ସହାୟତା ନ ମିଳିଲେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯିବ ବୋଲି ସେ କହିଛନ୍ତି। ସଦସ୍ୟ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। କେନ୍ଦ୍ରମନ୍ତ୍ରୀ ହାଓ୍ବାଇରେ ଆସି ବୁଲି ନିଜ କଥାକୁ ହାଓ୍ବାରେ ଉଡାଇଦେଲେ। ସେ ନିର୍ବାଚନ ସମୟରେ ଯେମିତି ଜୁମ୍‌ଲା ମାରୁଥିଲେ ସମାନ କଥା ଦୋହରାଇଦେଇ ଗଲେ। ଭାଜପା ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନେଇ ତାଙ୍କ ନିକଟରେ ଦାବି ରଖନ୍ତୁ ବୋଲି ସେ କହିଛନ୍ତି। ଖରିଆର ନିର୍ବାଚନମଣ୍ଡଳୀର ୧୦ରୁ ୧୫ ଗ୍ରାମ ବର୍ତ୍ତମାନ ନଦୀ ମୁହଁରେ ଅଛି। ସେଠାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉ। ଏହାସହ ବଲାଙ୍ଗୀର ଜିଲା ପାଇଁ ୧ ହଜାର କୋଟି ଟଙ୍କାର ସ୍ବତନ୍ତ ପ୍ୟାକେଜ ଘୋଷଣା କରାଯାଉ ବୋଲି ପାଣିଗ୍ରାହୀ କହିଛନ୍ତି।
ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ବାସ୍ତବିକ ଭାବେ ଅଗଷ୍ଟ ୧୩ ଓ ୧୪ରେ ବଲାଙ୍ଗୀର ଜିଲାରେ ହୋଇଥିବା ବର୍ଷା ଯୋଗୁ ଅଧିକ ମାତ୍ରାରେ ଜଳ ମାଡି ଆସିଥିଲା। ଏନେଇ ଏସ୍‌ଆରସି(ସ୍ବତନ୍ତ୍ର ରିଲିଫ କମିଶନର)ଙ୍କ ସହିତ ଆଲୋଚନା କରିଛି, ଯାହା ସମସ୍ତ ସାହାଯ୍ୟ ଏନ୍‌ଡିଆର୍‌ଏଫ, ଏସ୍‌ଡିଆର୍‌ଏଫରୁ ସହାୟତା ଦେବା କଥା ଦିଆଯାଇଛି। ଏ ପର୍ଯ୍ୟନ୍ତ କେତେଗୁଡିଏ ରିପୋର୍ଟ ଆସିନାହିଁ। ସରକାରଙ୍କ ପାଖରେ ଟଙ୍କା ଅଛି, ବିଭାଗଗୁଡିକୁ ନିର୍ଦ୍ଦେଶ ଦେବି ରିପୋର୍ଟ ତୁରନ୍ତ ପ୍ରଦାନ କରି ଅର୍ଥ ବରାଦ କରିବା ଲାଗି। ବନ୍ୟା ନେଇ ସମୀକ୍ଷା କରିଥିଲି। ରାସ୍ତା ବହୁତ ନଷ୍ଟ ହୋଇଛି। ନଦୀକୂଳ ଗାଁଗୁଡିକୁ ସ୍ଥାନାନ୍ତରିତ କରାଯିବ। ଚାଷୀଙ୍କ ରିପୋର୍ଟ ଆସିନାହିଁ, ଆସିଗଲେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମାରାଣ୍ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri