ବଲାଙ୍ଗୀର ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଗତ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ବଲାଙ୍ଗୀର ଜିଲାର ସମସ୍ତ ବ୍ଲକରେ ପ୍ରବଳ ବୃଷ୍ଟିପାତ ହୋଇଥିଲା। ବଲାଙ୍ଗୀର ବ୍ଲକରେ ୧୪ ତାରିଖରେ ୫୫୦ମି.ମି. ବର୍ଷା ହୋଇଥିଲା। ସେହିପରି ୧୩ତାରିଖରେ ଗୁଡ୍‌ଭେଲା ବ୍ଲକରେ ୪୧୪ ମି.ମି. ବର୍ଷା ହୋଇଥିବାର ରେକର୍ଡ ହୋଇଛି। ଏହି ବର୍ଷା ପ୍ରଭାବରେ ବଲାଙ୍ଗୀର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କ୍ଷୟକ୍ଷତିର ଆକଳନ ଠିକ୍‌ କରାଯାଇ ନାହିଁ ବୋଲି କଂଗ୍ରେସ ସଦସ୍ୟ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏହାସହ ସେହି ସମୟରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଆକାଶ ମାର୍ଗରୁ ଜିଲାର କ୍ଷୟକ୍ଷତି ସମୀକ୍ଷା କରି ପ୍ରତିଶ୍ରୁତି ଦେଇ ଚାଲିଗଲେ ବୋଲି ଆକ୍ଷେପ କରିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଗୁରୁବାର ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଦସ୍ୟ ସନ୍ତୋଷ ସିଂ ସାଲୁଜା ଏବଂ ଅଧିରାଜ ପାଣିଗ୍ରାହୀ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଣି ଆଲୋଚନା ପାଇଁ ଯୁକ୍ତି ରଖିବା ସହିତ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର ଲୋଡିଥିଲେ।
ଏହି ଅବସରରେ ନରସିଂହ ମିଶ୍ର କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ବଲାଙ୍ଗୀର ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଲା। ଲୋକମାନେ ରଖିଥିବା ନଗଦ ଟଙ୍କା ପାଣିରେ ଭାସିଯାଇଥିବା ସେମାନେ ଅଭିଯୋଗ କରୁଛନ୍ତି। ଯେତିକି ସରକାରୀ କର୍ମଚାରୀ ଦିଆଯିବା କଥା ପୁନରୁଦ୍ଧାର କାର୍ଯ୍ୟ ଲାଗି ସେତିକି ମଧ୍ୟ ମିଳିଲା ନାହିଁ। ଯଦି ବଲାଙ୍ଗୀର ଜିଲା ପାଇଁ ସରକାରଙ୍କ ସାମାନ୍ୟ ଆନ୍ତରିକତା ଅଛି ତେବେ ୧୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ। ଏହାସହ ଏନ୍‌ଏଚ୍‌ ସଂଯୋଗ ମଧ୍ୟ ନଷ୍ଟ ହୋଇଛି। ଏ ବାବଦରେ ଆଉଥରେ ସମୀକ୍ଷା କରି ଜିଲା ପ୍ରଶାସନ ଠିକ୍‌ ରିପୋର୍ଟ ପ୍ରଦାନ କରନ୍ତୁ। ଲୋକ ସଭା ଏମ୍‌ପି, ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରାଯାଉ। ଏନେଇ ୧ହଜାର କୋଟି ଟଙ୍କା ଦେବାକୁ କହିବାପରେ ଜିଲାପାଳ ଏକ ରିପୋର୍ଟ ସରକାରଙ୍କୁ ପଠାଇଥିଲେ। ସେଥିରେ ସେ ଜିଲା ପାଇଁ ୪୦୦କୋଟି ଟଙ୍କା ଦେବାକୁ କହିଥିଲେ। ମାତ୍ର ସରକାର ମାତ୍ର ୪୦କୋଟି ଟଙ୍କା ଦେଲେ ବୋଲି ନରସିଂହ କହିଛନ୍ତି। ତେଣୁ ଜିଲାର କ୍ଷୟକ୍ଷତି ଉପରେ ଦୃଷ୍ଟି ରଖି ସ୍ବତନ୍ତ୍ର ପ୍ୟାକେଜ ଦାବିକୁ ସେ ପୁଣିଥରେ ଦୋହରାଇଥିଲେ। ସନ୍ତୋଷ ସିଂ ସାଲୁଜା ମଧ୍ୟ ନରସିଂହଙ୍କ ଦାବିକୁ ସମର୍ଥନ ଜଣାଇ ସରକାରଙ୍କୁ ଚାରିଆଡୁ ଘେରିବାକୁ ପ୍ରୟାସ କରିଥିଲେ। ସେ କହିଛନ୍ତି ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ସରକାର ଆଂଶିକ ରିପୋର୍ଟ ଦେଇଛନ୍ତି। ଏଥିରେ ୧୪ ବ୍ଲକ କଥା ଉଲ୍ଲେଖ ଅଛି। ଟିଟିଲାଗଡ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ନଦୀ ବାବଦରେ ଯାହା ଉଲ୍ଲେଖ ଅଛି ତାହା ସମ୍ପୂର୍ଣ୍ଣ ନୁହେଁ। ବ୍ୟାପକ ବର୍ଷା ଯୋଗୁ ବ୍ୟାପକ କ୍ଷତି ହୋଇଛି। ଚାଷୀଙ୍କ ଭଲ ଫସଲ ହୋଇଥିବା ବେଳେ ପାଣିପଶି ସବୁ ନଷ୍ଟ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଆଂଶିକ ସହାୟତା ଦିଆଯାଇଛି। ସମ୍ପୂର୍ଣ୍ଣ ସହାୟତା ନ ମିଳିଲେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯିବ ବୋଲି ସେ କହିଛନ୍ତି। ସଦସ୍ୟ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। କେନ୍ଦ୍ରମନ୍ତ୍ରୀ ହାଓ୍ବାଇରେ ଆସି ବୁଲି ନିଜ କଥାକୁ ହାଓ୍ବାରେ ଉଡାଇଦେଲେ। ସେ ନିର୍ବାଚନ ସମୟରେ ଯେମିତି ଜୁମ୍‌ଲା ମାରୁଥିଲେ ସମାନ କଥା ଦୋହରାଇଦେଇ ଗଲେ। ଭାଜପା ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନେଇ ତାଙ୍କ ନିକଟରେ ଦାବି ରଖନ୍ତୁ ବୋଲି ସେ କହିଛନ୍ତି। ଖରିଆର ନିର୍ବାଚନମଣ୍ଡଳୀର ୧୦ରୁ ୧୫ ଗ୍ରାମ ବର୍ତ୍ତମାନ ନଦୀ ମୁହଁରେ ଅଛି। ସେଠାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉ। ଏହାସହ ବଲାଙ୍ଗୀର ଜିଲା ପାଇଁ ୧ ହଜାର କୋଟି ଟଙ୍କାର ସ୍ବତନ୍ତ ପ୍ୟାକେଜ ଘୋଷଣା କରାଯାଉ ବୋଲି ପାଣିଗ୍ରାହୀ କହିଛନ୍ତି।
ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ବାସ୍ତବିକ ଭାବେ ଅଗଷ୍ଟ ୧୩ ଓ ୧୪ରେ ବଲାଙ୍ଗୀର ଜିଲାରେ ହୋଇଥିବା ବର୍ଷା ଯୋଗୁ ଅଧିକ ମାତ୍ରାରେ ଜଳ ମାଡି ଆସିଥିଲା। ଏନେଇ ଏସ୍‌ଆରସି(ସ୍ବତନ୍ତ୍ର ରିଲିଫ କମିଶନର)ଙ୍କ ସହିତ ଆଲୋଚନା କରିଛି, ଯାହା ସମସ୍ତ ସାହାଯ୍ୟ ଏନ୍‌ଡିଆର୍‌ଏଫ, ଏସ୍‌ଡିଆର୍‌ଏଫରୁ ସହାୟତା ଦେବା କଥା ଦିଆଯାଇଛି। ଏ ପର୍ଯ୍ୟନ୍ତ କେତେଗୁଡିଏ ରିପୋର୍ଟ ଆସିନାହିଁ। ସରକାରଙ୍କ ପାଖରେ ଟଙ୍କା ଅଛି, ବିଭାଗଗୁଡିକୁ ନିର୍ଦ୍ଦେଶ ଦେବି ରିପୋର୍ଟ ତୁରନ୍ତ ପ୍ରଦାନ କରି ଅର୍ଥ ବରାଦ କରିବା ଲାଗି। ବନ୍ୟା ନେଇ ସମୀକ୍ଷା କରିଥିଲି। ରାସ୍ତା ବହୁତ ନଷ୍ଟ ହୋଇଛି। ନଦୀକୂଳ ଗାଁଗୁଡିକୁ ସ୍ଥାନାନ୍ତରିତ କରାଯିବ। ଚାଷୀଙ୍କ ରିପୋର୍ଟ ଆସିନାହିଁ, ଆସିଗଲେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମାରାଣ୍ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri