ବର୍ଷାଦିନେ ଷ୍ଟ୍ରିଟ୍‌ଫୁଡ୍‌

ମୌସୁମୀ ଆସିଲେ ପ୍ରଥମେ ସମସ୍ତଙ୍କ ମନକୁ ଆସେ ଘରେ ବସି କେମିତି ଗରମ ଗରମ ଖାଦ୍ୟର ମଜାନେବା। ଗରମ ପକୁଡ଼ି ସାଙ୍ଗକୁ ଗରମ ଚା’ ହୋଇଗଲେ ବର୍ଷାଦିନିଆ ସନ୍ଧ୍ୟା ଆଉ ସକାଳର ମଜା ଆହୁରି ଜମିଯାଏ। ହେଲେ ଏହାପରେ ବି ମନ ଖୋଜେ ବାହାରର କିଛି ଚଟ୍‌ପଟା ଖାଦ୍ୟ। ବର୍ଷାଦିନେ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବାକୁ ଡାକ୍ତର ମନାକଲେ ବି ମନ ମାନେନା। ବର୍ଷାପାଗର ମଜାନେବାକୁ ମନ ଖୋଜେ ଭଳିକି ଭଳି ସୁସ୍ବାଦୁ ଖାଦ୍ୟ। ତେବେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ବର୍ଷାଦିନେ ସବୁଠାରୁ ଅଧିକ ଜରୁରୀ ହୋଇଥିବା ବେଳେ ଚାଟ୍‌, ଗୁପ୍‌ଚୁପ୍‌, ଦହିବରା, ଫ୍ରୁଟ୍‌ ସାଲାଡ୍‌ କିମ୍ବା ରାସ୍ତାକଡ଼ ଫ୍ରୁଟ୍‌ ଜୁସ୍‌ ଭଳି ଖାଦ୍ୟଠାରୁ ଦୂରେଇ ରହିବା ଏହିଦିନେ ସବୁଠାରୁ ଭଲ। ନଚେତ୍‌ ଫୁଡ୍‌ ପଏଜନିଂ, ଝାଡ଼ାବାନ୍ତି ଭଳି ରୋଗରେ ପଡ଼ିବା ଆଶଙ୍କା ରହିଥାଏ। ହେଲେ ଷ୍ଟ୍ରିଟ୍‌ଫୁଡ୍‌କୁ ଭଲପାଉଥିବା ଲୋକଙ୍କ ପାଇଁ କିନ୍ତୁ ବର୍ଷାଦିନେ ରହିଛି କିଛି ଭିନ୍ନ ଅପ୍‌ସନ୍‌, ଯାହାକି କେବଳ ସୁସ୍ବାଦୁ ନୁହେଁ, ସ୍ବାସ୍ଥ୍ୟକର ମଧ୍ୟ। ବର୍ଷାଦିନେ ରାସ୍ତାକଡ଼ରେ ମିଳୁଥିବା ସେଭଳି କିଛି ଖାଦ୍ୟ ମଧ୍ୟରେ ରହିଛି ମକା ପୋଡ଼ା, ଗ୍ରୀଲ୍‌ଡ କିମ୍ବା ତନ୍ଦୁରି ଖାଦ୍ୟ, ମୋମୋ କିମ୍ବା ଗରମ ଗରମ ଭେଜ୍‌ ଓ ନନ୍‌ଭେଜ୍‌ ସୁପ୍‌ ଇତ୍ୟାଦି।

ମକାପୋଡ଼ା/ମକାସିଝା
ବର୍ଷାରେ ରାସ୍ତାରେ ଯାଉଥିବା ବେଳେ ରାସ୍ତାକଡ଼ରେ ବିକ୍ରି ହେଉଥିବା ପୋଡ଼ା ମକାର ବାସ୍ନା ଆମକୁ ଅଟକାଇ ଦିଏ। ଲୁଣ, ଲଙ୍କାଗୁଣ୍ଡ ସହ ଲେମ୍ବୁ ଲଗାଯାଇଥିବା ଗରମ ଗରମ ମକା ପୋଡ଼ାର ମଜା ସବୁବେଳେ ନିଆରା। ବର୍ଷାଦିନେ କୋଣ ଅନୁକୋଣରେ ମକା ବିକାଳିମାନଙ୍କୁ ଦେଖିବାକୁ ମିଳୁଥିବାବେଳେ ମକାରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ସ ଓ ହାଇ ଫାଇବର୍‌ ଆମକୁ ବର୍ଷାରେ ଫିଟ୍‌ ରଖିବାରେ ସାହାଯ୍ୟକରେ। ଏହାସହ ଅତ୍ୟଧିକ ତାପମାତ୍ରାରେ ଏହାକୁୁ ସିଝା ଏବଂ ପୋଡ଼ାଯାଉଥିବାରୁ ଏଥିରେ ବ୍ୟାକ୍ଟେରିଆଲ ଇମ୍ଫେକ୍ସନ ହେବାର ଆଶଙ୍କାମଧ୍ୟ ନ ଥାଏ। ତେଣୁ ସାଙ୍ଗମାନଙ୍କ ସହ ଏକାଠି ରାସ୍ତାକଡ଼ରେ ଛିଡା ହୋଇ ଗରମ ଗରମ ଚା’ ସହ ମକା ଖାଇବାର ମଜା ଏ ବର୍ଷାରେ ନିଶ୍ଚୟ ଉଠାନ୍ତୁ।

ଗରମ ପକୁଡ଼ିକୁ ମସଲା ଚା’
ପକୁଡ଼ି ଓ ଚା’ ମୌସୁମୀର ସବୁଠାରୁ ଫେଭରାଇଟ୍‌ ଫୁଡ୍‌ କହିଲେ ଅତ୍ୟୁକ୍ତି ହେବନାହିଁ। ଘରେ ହେଉ କି ବାହାରେ ଚା’ ସହ ପକୁଡ଼ି ଖାଇବାକୁ ସମସ୍ତେ ଭଲପାଆନ୍ତି। ତେବେ ବର୍ଷାରେ ପାଗକୁ ମାତ୍‌ ଦେବାକୁ ପକୁଡ଼ି ସହ ଟିକେ ମସଲା ଚା’ ହୋଇଗଲେ ଖଟି ଆହୁରି ଜମେ। ଗୁଜୁରାତି, ଲବଙ୍ଗ, ଡାଳଚିନି, ପାନମଧୁରୀ, ଗୋଲମରିଚ, ଜାଇଫଳ ଓ ଅଦା ପଡ଼ିଥିବା ମସଲା ଚା’ ବର୍ଷାରେ ଯେତିକି ଆରାମଦାୟକ ସେତିକି ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ। ଏଥିରେ ଥିବା ମସଲା ଥଣ୍ଡାରୁ ଦୂରେଇ ରଖିବା ସହ ଇମ୍ୟୁନିଟି ବା ରୋଗ ନିରାକରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହାସହ ତନ୍ଦୁରୀ ଚା’ ମଧ୍ୟ ଆଜିକାଲି ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଲାଣି। ଭୁବନେଶ୍ୱରରେ ୟୁନିଟ୍‌-୩ କେଶରୀ ହଲ୍‌ ନିକଟ ଏବଂ ଶହୀଦନଗର ଦୁର୍ଗାମଣ୍ଡପ ଅଞ୍ଚଳ ମସଲା ଚା’ ପାଇଁ ପ୍ରସିଦ୍ଧ ହୋଇଥିବାବେଳେ କିଟ୍‌ ରୋଡ୍‌ ଏବଂ ବମିଖାଲ କେନାଲ ରୋଡରେ ଥିବା ତନ୍ଦୁରି ଚା’ ବେଶ୍‌ ଲୋକପ୍ରିୟ।
ଗ୍ରୀଲ୍‌ଡ/ତନ୍ଦୁରି ଖାଦ୍ୟ
ବର୍ଷାଦିନେ ଗ୍ରୀଲ୍‌ଡ ଓ ତନ୍ଦୁରି ଖାଦ୍ୟ ଖାଇବାର ମଜା ନିଆରା। ବର୍ଷାରେ ଅଧିକ ଡିଫ୍‌ ଫ୍ରାଇଡ୍‌ ଫୁଡ୍‌ ଏସିଡିଟି ଓ ବଦହଜମୀ ଭଳି ସମସ୍ୟା ସୃଷ୍ଟି କରୁଥିବା ବେଳେ ଏହିଦିନେ ଗ୍ରୀଲ୍‌ଡ ଓ ତନ୍ଦୁରୀ ଖାଦ୍ୟ ଏକ ଭଲ ଅପ୍‌ସନ୍‌। ଏଥିରେ କମ୍‌ ତେଲ ଓ ବଟର୍‌ ବ୍ୟବହାର ହେଉଥିବାରୁ ଏହା ସହଜରେ ହଜମ ହେବାସହ ଏଥିରେ ସଂକ୍ରମଣର ଆଶଙ୍କା ରହି ନ ଥାଏ। ହେଲେ ତନ୍ଦୁରି ହେଉ ଗ୍ରୀଲ୍‌ଡ ସର୍ବଦା ଗରମ ଗରମ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଏହାବ୍ୟତୀତ କମ୍‌ ମସଲା ଓ କମ୍‌ ଲୁଣ ବ୍ୟବହୃତ ଖାଦ୍ୟ ଖାଆନ୍ତୁ। ଭୁବନେଶ୍ୱରର ରାମମନ୍ଦିର ନିକଟରେ ଥିବା ଖାଓଗଳି ତନ୍ଦୁରି ଓ ଗ୍ରୀଲ୍‌ଡ ଖାଦ୍ୟ ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ କିଟ୍‌ ରୋଡ୍‌ରେ ମଧ୍ୟ ଏହା ବହୁଳଭାବେ ଉପଲବ୍ଧ।


ମୋମୋ/ସୁପ୍‌
ଷ୍ଟିମର୍‌ରୁ ବାହାରିଥିବା ଗରମ ଗରମ ମୋମୋ ଓ ତା’ ସହ ଚଟପଟା ଚଟଣି, ପ୍ରାୟତଃ ସମେସ୍ତ ଏହାକୁ ଭଲପାଆନ୍ତି। ଏହାସହ ବର୍ଷାରେ ଫୁଡ୍‌ଷ୍ଟଲରେ ମିଳୁଥିବା ଚିକେନ୍‌, ମଟନ୍‌ ସୁପ୍‌ ଓ ଭଳିକି ଭଳି ଭେଜ୍‌ ସୁପ୍‌ ପିଇବା ବର୍ଷାରେ ହିତକର। ଏହା ଥଣ୍ଡା ଓ ସଂକ୍ରମଣରୁ ମୁକ୍ତ ରଖିବା ସହ ଶରୀରକୁ ଗରମ ରଖିବାରେ ସାହାଯ୍ୟକରେ। ଆଜିକାଲି ତନ୍ଦୁରି ମୋମୋ ଭୁବନେଶ୍ୱରରେ ଏକ ଲୋକପ୍ରିୟ ଷ୍ଟ୍ରିିଟ୍‌ଫୁଡ୍‌ ହୋଇଛି।
-ରିପୋର୍ଟ: ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri