ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଭଣ୍ଡାରିପୋଖରୀ, ୨୧।୭ (ଡି.ଏନ.ଏ.) – ଚଳିତବର୍ଷ ଚାଷକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଚାଷୀ। ମୌସୁମୀ ବର୍ଷା ଚାଷୀମାନଙ୍କୁ ନିରାଶ କରିଛି। ଆଷାଢ଼ ସରି ଶ୍ରାବଣ ମାସ ହେଲାଣି ହେଲେ ଚାଷ ପାଇଁ ଆଶାନୁରୂପ ବର୍ଷା ଏଯାଏ ହୋଇନାହିଁ। ବର୍ଷାଭାବ ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଚାଷୀମାନେ ବର୍ଷାକୁ ଚାହିଁ ବସିଛନ୍ତି। ଯାହା କିଛି ବର୍ଷା ହୋଇଛି ତାହା ଚାଷ ଉପଯୋଗୀ ହୋଇନାହିଁ। ବର୍ଷା ଅଭାବରୁ ଅଧିକାଂଶ ଚାଷୀ ବିଲରେ ଧାନ ତଳି ପକାଇ ପାରୁନାହାନ୍ତି। ଭଣ୍ଡାରିପୋଖରୀ ବ୍ଲକ ଏକ ବନ୍ୟାପ୍ଲାବିତ ଅଞ୍ଚଳ। ଚଳିତବର୍ଷ କୃଷି ପାଇଁ ଉପଯୁକ୍ତ ପାଗ ନ ମିଳିବାରୁ ଅଧିକାଂଶ ଚାଷୀ ଖରିଫ ବିହନ ପକାଇ ପାରୁନାହାନ୍ତି।
ବର୍ଷା ରେକର୍ଡରୁ ଯାହା ଜଣାପଡ଼ିଛି, ଗତ ମେ ୩ ତାରିଖରେ ୩୦ ମି.ମି. ଓ ୪ ତାରିଖରେ ୩୮ ମି.ମି. ବର୍ଷା ହୋଇଥିଲା। ଜୁନ ୧ ରୁ ୨୦ ପର୍ଯ୍ୟନ୍ତ ବର୍ଷା ଆଦୌ ହୋଇ ନ ଥିବାବେଳେ ୨୧ ତାରିଖରେ ୧୮ ମି.ମି., ୨୨ରେ ୮ ମି.ମି., ୨୮ରେ ୫୨ ମି.ମି. ଓ ୩୦ ତାରିଖରେ ୧୭ ମି.ମି. ବର୍ଷା ହୋଇଥିଲା। ଚଳିତମାସ ୧ ତାରିଖରେ ୨୦ ମି.ମି,, ୬ରେ ୧୩ ମି.ମି., ୮ ରେ ୬ ମି.ମି. ଓ ୧୦ ତାରିଖରେ ୮ ମି.ମି. ବର୍ଷା ହୋଇଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ରେକର୍ଡ କରାଯାଇଛି। ଏହି ଦିନଗୁଡିକ ବାଦ୍‌ ଦେଲେ ଅନ୍ୟ ଦିନରେ ଆଦୌ ବର୍ଷା ହୋଇନାହିଁ। ଯାହା ବର୍ଷା ହୋଇଥିଲା ତାହା ଶୁଖିବା ପରେ ଚାଷ କାର୍ଯ୍ୟ ବିଳମ୍ବ ଦେଖି ଚାଷୀ ଅଧିକାଂଶ ସ୍ଥାନରେ ତଳି ପକାଇଥିଲେ। ସେଗୁଡ଼ିକ ଶୁଖିଗଲାଣି। ସ୍ବଳ୍ପ ବୃଷ୍ଟିପାତକୁ ନେଇ କେତେକ ଚାଷୀ ଶୁଖିଲା ବିଲରେ ତଳି ପକାଇଛନ୍ତି। ଚଳିତବର୍ଷ ପାଣିପାଗ ଖରିଫ ଧାନ ଚାଷରେ ବାଧକ ହୋଇଛି। ଚାଷଜମି ପଡ଼ିଆ ପଡିଥିବା ବେଳେ ଗୋରୁଗାଈ ଚରୁଛନ୍ତି। ଗଡ଼ିଆ, ପୋଖରୀ, ନାଳ, ନୟନଯୋରୀ ସବୁ ଶୁଖିଲା ପଡ଼ିଛି। କେନାଲ ଅଞ୍ଚଳର ଚାଷୀ କେନାଲରେ ପାଣି ଛାଡ଼ିବାକୁ ଦାବି କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ପ୍ରତିବର୍ଷ ଜୁଲାଇ ୧୦ ତାରିଖରେ ଜଳସମ୍ପଦ ବିଭାଗ ଖରିଫ ଚାଷ ପାଇଁ କେନାଲରେ ପାଣି ଯୋଗାଇଥାଏ। ଏବର୍ଷ ଜଳସେଚନ ବିଭାଗ ନିର୍ଦ୍ଧାରିତ ସମୟରେ ଜଳସେଚିତ ଜମିକୁ ଜଳ ଯୋଗାଇବାକୁ ସକ୍ଷମ ହୋଇପାରି ନାହିଁ। ଆଖୁଆପଦାସ୍ଥିତ ବୈତରଣୀ ଆନିକଟ ସିଷ୍ଟମ ସହ ମାଳଆନନ୍ଦପୁର, ରୁଢିଆ ଆନିକଟ ମରାମତି ସରି ନ ଥିବାରୁ ଜଳ ଯୋଗାଣ ହୋଇପାରୁ ନ ଥିବା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି। ତୁରନ୍ତ କେନାଲରେ ପର୍ଯ୍ୟାପ୍ତ ପାଣି ଯୋଗାଇ ଦେବାକୁ ବିଭିନ୍ନ ପାଣି ପଞ୍ଚାୟତ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ଆଖୁଆପଦା ଜଳ ସମ୍ପଦ ବିଭାଗ ଏସ୍‌ଡିଓ ଶଙ୍କର୍ଷଣ ବେହେରା କହିଛନ୍ତି ଯେ, ଉପରମୁଣ୍ଡରେ ବର୍ଷା ନାହିଁ। ପାଣି କେଉଁଠୁ ଅଣାଯିବ। ଯାହା ଥିଲା କେନାଲରେ ଛଡ଼ାଯାଇଛି। ଜଳସେଚନ ବ୍ୟବସ୍ଥା ପାଇଁ ନିର୍ମାଣ କରାଯାଇଥିବା କେନାଲଗୁଡିକ ସଫା କରାଯାଉ ନ ଥିବାରୁ କଳମବଣରେ ଭର୍ତ୍ତି ହୋଇଛି। ଶାଳନିଆ ଜଳସେଚନ ଉପଖଣ୍ଡ ମଞ୍ଜୁରିରୋଡ ସେକ୍ସନ ଅଧୀନରେ ଥିବା ବିରିଡି-କେନ୍ଦୁଆପଦା ମାଇନର କେନାଲରେ କଳମବଣ ସାଙ୍ଗକୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି। ପାଣି ଅଭାବରୁ ବିଳମ୍ବରେ ଚାଷ କାମ ଆରମ୍ଭ କଲେ ଅଧିକ ଖର୍ଚ୍ଚାନ୍ତ ହେବା ସହ ଅମଳ ମଧ୍ୟ ହ୍ରାସ ଘଟିବ ବୋଲି ରାଣୀଗଡ଼ିଆ ଗ୍ରାମର ଚାଷୀ ଜଡ଼ା ସାମଲ, ଦେଉଳପଦୀ ଗ୍ରାମର ଦେବେନ୍ଦ୍ର ସାମଲ, ରାଣିଗଡିଆ ଗ୍ରାମର କୈଳାସ ସାମଲ ଓ ନାଉରିଗଡ଼ିଆ ଗ୍ରାମର ଦିଲୀପ ସ୍ବାଇଁ ପ୍ରମୁଖ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri