ବର୍ଷା ସାଜିଛି ବାଧକ, ଚାଷ ଆଗେଇ ପାରୁନି୨ ମାସରେ ୪୦୫ ମି.ମି. ବର୍ଷା ହୋଇଛି

କର୍ଲାମୁଣ୍ଡା,୬।୮(ଡି.ଏନ.ଏ.)
ଦିନକୁ ଦିନ ଗଡି ଚାଲିଥିଲେ ହେଁ ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ଚାଷ କାର୍ଯ୍ୟ ଏବେ ଠପ୍‌ ହୋଇଯାଇଛି । କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । କର୍ଲାମୁଣ୍ଡା ବ୍ଲକ କୃଷି ବିଭାଗଠାରୁ ମିଳିଥିବା ତଥ୍ୟ ମୁତାବକ ଏହି ବ୍ଲକରେ ମୋଟ ୭୮୦୦ ହେକ୍ଟର ଧାନ ଚାଷ ଜମି ରହିଛି । ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୬୫୦ ହେକ୍ଟର ବୁଣା ଓ ୩୦୦ ହେକ୍ଟର ଧାନ ତଳି (ନର୍ସରି) ପଡିଛି । ତେବେ ଆବଶ୍ୟକ ସମୟରେ ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ଚାଷ କାର୍ଯ୍ୟ ଆଗେଇ ପାରୁ ନ ଥିବା ଚାଷୀ ରାମ ପ୍ରସାଦ ସାହୁ କହିଛନ୍ତି । ଅନ୍ୟପଟେ ପାଣିପାଗ ରିପୋର୍ଟ ଅନୁଯାୟୀ ଗତ ଜୁନରେ ୧୨୬ ମି.ମି., ଜୁଲାଇ ମାସରେ ୨୭୫.୪୦ ମି.ମି. ଓ ଅଗଷ୍ଟ ମାସ ପ୍ରଥମ ସପ୍ତାହ ସୋମବାର ସୁଦ୍ଧା ମାତ୍ର ୪ ମି.ମି. ବର୍ଷା ହୋଇଛି । ଫଳରେ ଚାଷୀଙ୍କ ପାଇଁ ଜୁଲାଇ ଶେଷ ସପ୍ତାହ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ଦରକାର ପଡୁଥିବା ବର୍ଷା ପାଣି ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ବିଶେଷ ଭାବେ ଏହି ବ୍ଲକର ରିଞ୍ଜା, କର୍ଲାମୁଣ୍ଡା, ସ-ମାଲପଡା, ଯୋରାବେରା, ରେଗଡା, ସାପଲହରା, ଗଜବାହାଲ, ପୌରକେଲା, ତେରେସିଙ୍ଗା, ରିଷିଡା ପଞ୍ଚାୟତ ଗୁଡିକର ଅଧିକାଂଶ ଗାଁରେ ଚାଷୀଙ୍କ ଚାଷ କାର୍ଯ୍ୟ ହୋଇ ପାରି ନ ଥିବା ଦେଖିବାକୁ ମିଳିଛି । ଉତେଇ ଜଳସେଚନ ବ୍ୟବସ୍ଥା ରହିଥିଲେ ହେଁ କମ ବର୍ଷା ହେତୁ କେନାଲଗୁଡିକରେ ଆବଶ୍ୟକ ମୁତାବକ ପାଣି ଆସି ପାରୁନାହିଁ । ଏବେଠୁ ବର୍ଷା ଜଳ ସଂରକ୍ଷଣ ଦିଗରେ ବ୍ଲକ ପ୍ରଶାସନ ପଞ୍ଚାୟତଗୁଡିକରେ ଯୋଜନାମାନ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ଷମ କରାଯାଇ ପାରିଲେ ମରୁଡିର ମୁକାବିଲା କରାଯାଇ ପାରନ୍ତା ବୋଲି ବୃଦ୍ଧିଜୀବି ମହଳଲରେ ମତ ପ୍ରକାଶ ପାଇଛି।

ଫଟୋ:


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri