ବର୍ଷକ ପରେ ପହଞ୍ଚିଲା ବିବାହ ଉପହାର ଟଙ୍କା

ଟିକ୍ରାପଡା,୩ା୫(ଡି.ଏନ.ଏ.)
ଡାକ ଯୋଗେ ପଠାଯାଇଥିବା ମନିଅର୍ଡର ଟଙ୍କା ପଠାଇବାର ବର୍ଷକ ପରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିବା ଖବର ସମସ୍ତଙ୍କୁ ଚକିତ କରିଛି। ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ସଦର ମହକୁମାର ମହେନ୍ଦ୍ର ତ୍ରିପାଠୀ ୨୬ ଏପ୍ରିଲ ୨୦୧୯ରେ ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ସଦର ମହକୁମାର ଧର୍ମେନ୍ଦ୍ର ମୁଦୁଲିଙ୍କ ପାଖକୁ ମନିଅର୍ଡର ଯୋଗେ ୪୦୦ଟଙ୍କା ପଠାଇଥିଲେ। ଯାହାର ମନି ଅର୍ଡର ନମ୍ବର ୦୮୯୪୫୫୫୨୬୦୧୮୬୭୦୧୦। ଉକ୍ତ ଟଙ୍କା ଦୀର୍ଘ ବର୍ଷକ ପରେ ୧ ମେ ୨୦୨୦ରେ ଧର୍ମେନ୍ଦ୍ରଙ୍କ ନିକଟରେ ପହଞ୍ଚିଛି। ମହେନ୍ଦ୍ର ବର୍ଷକ ତଳେ ସମ୍ପନ୍ନ ହୋଇଥିବା ବନ୍ଧୁ ଧର୍ମେନ୍ଦ୍ରଙ୍କ ବିବାହ ଉତ୍ସବରେ କୌଣସି କାରଣରୁ ପହଞ୍ଚି ନ ପାରି ଉକ୍ତ ଟଙ୍କା ଉପହାର ସ୍ବରୂପ ପଠାଇଥିଲେ। ଏ ନେଇ ସେ ତାଙ୍କୁ ଫୋନ କରି ଜଣାଇଥିଲେ। ହେଲେ ଏହି ଟଙ୍କା ଧର୍ମେନ୍ଦ୍ରଙ୍କ ପାଖରେ ପହଞ୍ଚି ନ ଥିଲା। ଏ ନେଇ ସ୍ଥାନୀୟ ପୋଷ୍ଟ ଅଫିସରେ ପଚାରିଲେ ମନି ଅର୍ଡର ଆସି ନ ଥିବା କହିଥିଲେ। ହେଲେ ବର୍ଷକ ପରେ ଉକ୍ତ ଟଙ୍କା ଦେବାକୁ ତାଙ୍କ ନିକଟକୁ ଆସିଥିବା ପୋଷ୍ଟ ପିଅନକୁ ପଚାରିବାରୁ ଭୁଲବଶତଃ ଉକ୍ତ ମନି ଅର୍ଡର ରହି ଯାଇଥିଲା ବୋଲି କହିଥିଲେ। ଏ ସମ୍ପର୍କରେ ଝିଙ୍କିଡୁଙ୍ଗୁରି ପୋଷ୍ଟମାଷ୍ଟର ରାଜ କିଶୋର ବାଙ୍କଙ୍କୁ ପଚାରିବାରୁ ଅସମ୍ପୂର୍ଣ୍ଣ ଠିକଣା ଯୋଗୁ ଏହି ମନି ଅର୍ଡର ଠିକ୍‌ ସମୟରେ ପହଞ୍ଚତ୍ ନ ପାରି ମୁଖ୍ୟ କ୍ଷେତ୍ରରୁ ଫେରି ଆସିଥିଲା ା ଏହି କାରଣରୁ ମନିଅର୍ଡର ପହଞ୍ଚତ୍ବାରେ ବିଳମ୍ବ ହେଲା ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri