ଆର୍ଥିକ ଅନଟନରେ ବାରିକ ପରିବାର

ସିନାପାଲି,୩ା୫(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କୌଣସି ସେଲୁନ ଓ ବିଉଟି ପାର୍ଲର ଖୋଲିବା ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ା ଏଥିପାଇଁ ଗତ ଦେଢ଼ ମାସ ହେବ ସେଲୁନଗୁଡିକ ବନ୍ଦ ରହିଛି ା ଫଳରେ ଏହି ବେଉସାକୁ ଆଶ୍ରା କରି ପରିବାର ଚଳାଉଥିବା ବାରିକମାନଙ୍କ ଆର୍ଥତ୍କ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି ା ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସିନାପାଲି ସେଲୁନ ବ୍ୟବସାୟୀ ସଂଘ ତରଫରୁ ବିଡିଓଙ୍କ ଜରିଆରେ ନୂଆପଡା ଜିଲାପାଳଙ୍କୁ ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି ା ବିଶେଷ କରି ସେଲୁନ,ପାର୍ଲରଗୁଡିକୁ ବିଶୋଧନ କରିବା ା ଆବଶ୍ୟକ ପ୍ରତିଷେଧକ ବ୍ୟବହାର, ମାସ୍କ, ଗ୍ଲୋବ ବ୍ୟବହାର ସହିତ କରୋନା କଟକଣା ନିୟମ ପାଳନ ପୂର୍ବକ ସେଲୁନ ଖୋଲିବାକୁ ଅନୁମତି ପ୍ରଦାନ ପାଇଁ ଅନୁରୋଧ କରାଯାଇଛି ା ପତ୍ର ସଂଖ୍ୟା ୨୩୨୮ / ଏଲ୍‌ଏଣ୍ଡଏଏସ୍‌ ଆଇନ ୨୪ା୪ା୨୦୧୭ ଅନୁଯାୟୀ ବାରିମାନଙ୍କୁ ଅଣସଙ୍ଗଠିତ ଶ୍ରମିକ ତାଲିକାରେ ସରକାର ସାମିଲ କରିଛନ୍ତି ା ହେଲେ ସେମାନଙ୍କ ପାଇଁ କୌଣସି ଆର୍ଥିକ ସହାୟତା ଘୋଷାଣ କରାଯାଇନାହିଁ ା ମାଇକ୍ରୋ ଫାଇନାନ୍ସ ଓ ବ୍ୟାଙ୍କରୁ ଋଣ କରି ବୃତ୍ତି କରୁଥିବା ବାରିକମାନଙ୍କୁ ସୁଧ ଛାଡ଼ କରାଯାଉ ବୋଲି ଉକ୍ତ ଦାବିପତ୍ରରେ ଉଲ୍ଲେଖ ଅଛି ା ସିନାପାଲି ବାରିକ ସଂଘର ସଭାପତି ଚିତ୍ତରଞ୍ଜନ ବାରିକ, ପୀତବାସ ବାରିକ, ପ୍ରଶାନ୍ତ ବାରିକ, ସୁଶାନ୍ତ ବାରିକ, ହରେକୃଷ୍ଣ ବାରିକ, ଅଚ୍ୟୁତ ବାରିକ, ବିକ୍ରମ ବାରିକ, ମନୋରଞ୍ଜନ ବାରିକ, ଦୈତାରୀ ବାରିକ, ରିଙ୍କୁ ବାରିକ, ସାମନ୍ତ ବାରିକ ଓ ଜିଲା ଭାଜପା ସଭାପତି ସୁବ୍ରତ କୁମାର ଠାକୁର ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri