ବମିଖାଲ ଫ୍ଲାଏଓଭର: ବନ୍ଦ ହେଉନି ରଙ୍ଗରୁଟ୍‌ରେ ଚଳପ୍ରଚଳ

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ଭଲ କାମ କରି ପୁରସ୍କାର ନିଅ, ନହେଲେ ଦଣ୍ଡ ପାଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ସତ, ହେଲେ ପ୍ରକୃତରେ ପୋଲିସର ଇଚ୍ଛାଶକ୍ତିର ଅଭାବ ଥିବା ଭଳି ମନେହେଉଛି। ନୂଆ ମୋଟର ଯାନ ଆଇନ ଲାଗୁ ହେବାପରେ ବଡ଼ଧରଣର ଜରିମାନା ଓ ଧରପଗଡ଼ ଉପରେ ମୁଖ୍ୟମନ୍ତ୍ରୀ ୩ ମାସ କୋହଳ କରିଛନ୍ତି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମାତ୍ର ୫ଟି ଟ୍ରାଫିକ୍‌ ନିୟମ ଅବମାନନା ପାଇଁ ଜରିମାନା କଥା କହିଥିଲେ। କିନ୍ତୁ ପୋଲିସ ସମ୍ପୂର୍ଣ୍ଣ ଭାବେ ହାତବାନ୍ଧି ବସିପଡ଼ିଛି। ଫଳରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲୋକମାନେ ଯେଭଳି ସତର୍କ ହୋଇ ଟ୍ରାଫିକ୍‌ ନିୟମ ମାନିବା ଦେଖିବାକୁୁ ମିଳିଥିଲା, ତାହା ଏବେ ଆଉ ନାହିଁ। ଲୋକମାନେ ପୂର୍ବଭଳି ମନଇଚ୍ଛା ରାସ୍ତାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କିଏ ହେଲମେଟ୍‌ ପିନ୍ଧୁନି ତ କିଏ ରୁଙ୍ଗ୍‌ରୁଟ୍‌ରେ ଯାଉଛି। ଏହାକୁ ରୋକିବାକୁ କେହିନାହିଁ। ବିଶେଷ କରି ଉଦ୍‌ଘାଟନ ପରଠାରୁ ବମିଖାଲ ଫ୍ଲାଏଓଭର ଉପରେ ଗୁରୁତର ସମସ୍ୟା ସୃଷ୍ଟି କରୁଥିବା ରଙ୍ଗରୁଟ୍‌ ଚଳପ୍ରଚଳକୁ ରୋକାଯାଇପାରିଲା ନାହିଁ। ଟ୍ରାଫିକ୍‌ ନିୟମକୁ ମାନି ଚଳୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଆଶା ରଖିଥିଲେ, ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏହି ରଙ୍ଗରୁଟ୍‌ ଚଳପ୍ରଚଳ ବନ୍ଦ ହେବ, କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ।

ବମିଖାଲ ଫ୍ଲାଏଓଭରକୁ ଓ୍ବାନ୍‌ ଓ୍ବେ କରାଯାଇଛି। ଅର୍ଥାତ୍‌ ତାହା ଉପରେ ରସୁଲଗଡ଼ରୁ ଶହୀଦନଗର କିମ୍ବା ବମିଖାଲ କେହି ଯାଇପାରିବେ ନାହିଁ। ସେହିପରି ଫ୍ଲାଏଓଭରରେ ଶହୀଦନଗରରୁ ଆସୁଥିବା ଲୋକେ ବମିଖାଲକୁ ଯାଇପାରିବେ ନାହିଁ କି ବମିଖାଲରୁ ରସୁଲଗଡ଼ ମଧ୍ୟ କେହି ସେଥିରେ ଯାଇପାରିବେ ନାହିଁ। କିନ୍ତୁ ଏହାକୁ ଅଧିକାଂଶ ଲୋକେ ଖାତିର କରୁନାହାନ୍ତି। ପ୍ରତିଦିନ ଶହ ଶହ ବାଇକ ଦ୍ରୁତଗତିରେ ଫ୍ଲାଏଓଭର ଉପରେ ରଙ୍ଗ୍‌ ରୁଟ୍‌ରେ ଚଳପ୍ରଚଳ କରୁଛି। କେବଳ ବାଇକ ନୁହେଁ, ୪ଚକିଆ ଯାନ ମଧ୍ୟ ଯାଉଛି। ଯେଉଁମାନେ ହେଲମେଟ ପିନ୍ଧି ନିୟମ ମାନି ଯାଉଛନ୍ତି, ସେମାନେ ରଙ୍ଗରୁଟ୍‌ରେ ଯାଉଥିବା ଯାନଗୁଡ଼ିକୁ ଭୟ କରି ଧୀରେ ଧୀରେ ଯାଉଛନ୍ତି। ବୋଧହୁଏ ଏହି ଫ୍ଲାଏଓଭର ଭୁବନେଶ୍ୱରରେ ଏକମାତ୍ର ସ୍ଥାନ, ଯେଉଁଠି ନିୟମ ମାନି ଯାଉଥିବା ଲୋକେ ସତର୍କ ହୋଇଯିବାକୁ ପଡ଼ୁଛି। କାରଣ ଅନେକ ସମୟରେ ଦୁର୍ଘଟଣାର ଆଶଙ୍କା ଥାଏ।
ସାମାଜିକ କର୍ମୀ ବାସୁଦେବ ଭଟ୍ଟ କୁହନ୍ତି, ପ୍ରଥମତଃ ବମିଖାଲ ଫ୍ଲାଏଓଭର ଭବିଷ୍ୟତକୁ ଦେଖି କରାଯାଇ ନାହିଁ। ଆଜିକାଲି ରାଜଧାନୀରେ ଟ୍ରାଫିକ ସମସ୍ୟା ଯେଉଁଭଳି ଭାବେ ଦେଖାଯାଉଛି ସେ କ୍ଷେତ୍ରରେ ଏହି ଫ୍ଲାଏଓଭର ନିର୍ମାଣ ବାବଦ ଟଙ୍କା ପାଣିରେ ପଡ଼ିଲା ଭଳି ହୋଇଛି। କାରଣ ଏହା ସଂକୀର୍ଣ୍ଣ ଓ ଅଜବ ଭାବେ ତିଆରି ହୋଇଛି। ତ୍ରୁଟି ଘୋଡ଼ାଇବାକୁ ତାହାକୁ ଓ୍ବାନ୍‌ଓ୍ବେ କରାଯାଇଥିବାବେଳେ ତାହାକୁ ଅନେକେ ନ ମାନି ରଙ୍ଗ୍‌ରୁଟ୍‌ରେ ଯାତାୟାତ କରୁଛନ୍ତି। ତେଣୁ ଯଥାଶୀଘ୍ର ସେଠାରେ ଯାଞ୍ଚ ବ୍ୟବସ୍ଥା କରାଯିବା ଉଚିତ। ସେହିପରି ନୂଆ ନିୟମ ଅନୁଯାୟୀ ଉଲ୍ଲଂଘନକାରୀଙ୍କଠାରୁ ୧୦ଗୁଣା ଜରିମାନା ଆଦାୟ କରାଯିବା ଜରୁରୀ।

ଭୁବନେଶ୍ୱର ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀ କୁହନ୍ତି, ରାଜଧାନୀର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ତେବେ ସେହି ସ୍ଥାନକୁ ଆମେ ଅଧିକ ଗୁରୁତ୍ୱ ଦେବୁ। ଫ୍ଲାଏଓଭରରେ ରଙ୍ଗ୍‌ରୁଟ୍‌ରେ ଏବଂ ବିନା ହେଲ୍‌ମେଟ୍‌ରେ କେହି ଯାଉଥିଲେ ସେ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri