ବମିଖାଲ ଓଭରବ୍ରିଜ୍‌ ତଳେ ଚାଲିଛି ଖୁଲମଖୁଲା ନିଶା କାରବାର: ତାରିଣୀ ମା’ ଡାକିଲେ ମିଳେ ବ୍ରାଉନ ସୁଗାର

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ନିଶା କାରବାର ରୋକିବାକୁ ପୋଲିସ ପକ୍ଷରୁ ବିଭିନ୍ନ ଉଦ୍ୟମ ଚଳାଉଥିବାବେଳେ ବେପାରୀମାନେ ମଧ୍ୟ ନୂଆ ନୂଆ ତରିକା ଆପଣାଉଛନ୍ତି। କିଛିଦିନ ବ୍ୟବଧାନ ପରେ ପୁଣି ଏକ ନିଶା ବ୍ୟବସାୟୀ ଠିକଣା ପୋଲିସ ହାତରେ ଲାଗିଛି। ଘର, ଦୋକାନ ପରେ ଏବେ ମନ୍ଦିରକୁ ମଧ୍ୟ ବେପାରୀମାନେ ନିଶା କାରବାରର ନୂଆ ଠିକଣା କରିସାରିଲେଣି। ଏବେ ମନ୍ଦିରରେ ମିଳୁଛି ନିଶା ସାମଗ୍ରୀ। ତାରିଣୀ ମା’ ଡାକିଦେଲେ ଗ୍ରାହକ ପାଇଯାଉଛନ୍ତି ବ୍ରାଉନ ସୁଗାର । ଏହି ତାରିଣୀ ମା’ ଏକ ପ୍ରକାର କୋଡ ଆକାରରେ ବ୍ୟବହାର କରାଯାଉଛି। ଏହାକୁ ପୁଣିି ଯୋଗାଉଛନ୍ତି ମନ୍ଦିରରେ ପୂଜା କରୁଥିବା ଜଣେ ବୟସ୍କା ମହିଳା(ତାରିଣୀ ମା’)। ଶହୀଦ ନଗର ଥାନା ଅଧୀନ ବମିଖାଲ ଓଭରବ୍ରିଜ ଲେବୁଲ କ୍ରସିଂ ନିକଟରେ ଥିବା ତାରିଣୀ ମନ୍ଦିରରେ ଚାଲିଛି ଏହି ନିଶା ବ୍ୟବସାୟୀ। ଏହି ନିଶା କାରବାର ପଛରେ ମୁଖ୍ୟଧାର ହେଉଛି ଶାନ୍ତିପଲ୍ଲୀ ବସ୍ତିର ସଞ୍ଜୟ ଖଟୁଆ। ସଞ୍ଜୟର ଦୁଇ ସହଯୋଗୀ କୁନା ଓ ଦିବାକର ନାମକ ଯୁବକ କାରରେ ଆସି ଏଠାରେ ବ୍ରାଉନ ସୁଗାର ଦେଇଯାଉଛନ୍ତି। ସଞ୍ଜୟ ପ୍ରଥମେ ଦେହ ବ୍ୟବସାୟ କରୁଥିଲେ ପରେ ସେଥିରେ ବିଶେଷ ଲାଭ ନ ହେବାରୁ ଖୁବ୍‌ କମ୍‌ ସମୟରେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ବ୍ରାଉନ ସୁଗାର ବ୍ୟବସାୟ କରୁଛନ୍ତି। ଏହିପରି ଏହି ମହିଳା ଜଣଙ୍କ ମନ୍ଦିର ଭିତରେ ବ୍ରାଉନ ସୁଗାର ଲୁଚାଇ ରଖୁଛନ୍ତି। ଜଣେ ସାଧାରଣ ବ୍ୟକ୍ତି ମନ୍ଦିରରେ ବ୍ରାଉନ ସୁଗାର ବ୍ୟବସାୟ ହେଉଥିବା ନେଇ ସହଜରେ ଜାଣିପାରିବେ ନାହିଁ। ଅନ୍ୟପକ୍ଷରେ ନିଶା କାରବାର ରୋକିବା ପାଇଁ ଅତିରିକ୍ତ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଗତ ୩ମାସ ମଧ୍ୟରେ ଅତିରିକ୍ତ ସିପିଙ୍କ ଉଦ୍ୟମରେ ୧୨୨ଟି ଏନ୍‌ଡିପିଏସ୍‌ ମାମଲା କରାଯାଇଛି। ତେଣୁ ପୋଲିସ ଏହି ନିଶା କାରବାର ଖବର ଜାଣିିବା ପରେ ସୋମବାର କ୍ୟୁଏଟି ସ୍ବତନ୍ତ୍ର ସେଠାରେ ଚଢାଉ କରି ଦୁଇଜଣ ଯୁବକଙ୍କୁ ସନ୍ଦେହରେ ଉଠାଇ ନେଇଛି।
ଅନ୍ୟପଟେ କିଭଳି ଏହି ବ୍ରାଉନ ସୁଗାର କାରବାର ହେଉଛି ସେନେଇ ମହିଳାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ମହିଳା ଜଣଙ୍କ କହୁଛନ୍ତି, ସେ ପ୍ରଥମେ ମଦ ବ୍ୟବସାୟ କରୁଥିଲେ। ହେଲେ ସଞ୍ଜୟ ସହ ତାଙ୍କର ପରିଚୟ ହେବା ପରେ ସେ ଏହି ନିଶା ବେପାର କରୁଛନ୍ତି। ଏଥିପାଇଁ ସଞ୍ଜୟ ତାଙ୍କୁ ମାସକୁ ଦରମା ଦିଅନ୍ତି। ସେ ୩ଥର ଜେଲ ଯାଇଥିବା ବେଳେ ତାଙ୍କୁ ସଞ୍ଜୟ ଜାମିନ୍‌ରେ ଆଣିଥିଲେ। ତେଣୁ ଆଉ ୧୨ଟି ମାମଲା ହେଲେ ମୁଁ ରାଜଗାଦିରେ ବସିବି ବୋଲି ସେ କହୁଥିବାରୁ ଭିଡିଓରେ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ସେ ଆହୁରି କହିଛନ୍ତି, ସେ ସଞ୍ଜୟକୁ କେବେ ଧୋକା ଦେବେ ନାହିଁ। ସେ ତାଙ୍କ ପେଟକୁ ଦାନା ଦେଇଛନ୍ତି। ଏହି ସ୍ଥାନରେ ବ୍ରାଉନ ସୁଗାର ବେପାର କରିବା ପାଇଁ ଅନେକ ଟଙ୍କା ଯାଚୁଛନ୍ତି। କିନ୍ତୁ ମୁଁ ଛାଡୁନାହିଁ। କାରଣ ସୁବିଧା ଅସୁବିଧା ସମୟରେ ସଞ୍ଜୟ ଟଙ୍କା ମାଗିଲେ ସାହାଯ୍ୟ କରେ। ଏହାସହ ଶହୀଦନଗର ଥାନା ପୋଲିସ ଏବଂ ଅବକାରୀକୁ ସଞ୍ଜୟ ମାସିକ ବଟି ଦେଉଛି। ତେଣୁ ପୋଲିସ ଏହା ଉପରେ ଚଢାଉ କରୁ ନ ଥିବା କହିଛନ୍ତି।
ନିକଟରେ ଏକାଧିକ ଲୋକେ ରହୁଥିବାରୁ ପିଲାମାନଙ୍କ ଉପରେ ଏହାର ପ୍ରଭାବ ପଢୁଛି। ସେମାନେ ନିଶା ସେବନ କରି ମୃତ୍ୟୁ ମୁଖରେ ପଢୁଛନ୍ତି। ତେଣୁ ଏହାକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ପୋଲିସକୁ ନିବେଦନ କରିଛନ୍ତି।
ଏ ସମ୍ପର୍କରେ ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ କହିଛନ୍ତି, ଏ ନେଇ ଆମ ନିକଟରେ ଖବର ନ ଥିଲା। ଏଭଳି ହେଉଥିଲେ ଆମ ଚଢାଉ କରି ତୁରନ୍ତ ଏହା ପଛରେ ଥିବା ର଼୍ୟାକେଟକୁ ଧରିବୁ । ଏନେଇ ସ୍ଥାନୀୟ ଲୋକେ ଆମକୁ ଖବର ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri