ବନ୍ୟାସ୍ଥିତି ପରଖିଲେ କଲମପୁର ବ୍ଲକ ଅଧ୍ୟକ୍ଷା

କଲମପୁର,୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଞ୍ଚଳରେ ଗତ ୩ ଦିନର ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କଲମପୁର ବ୍ଲକ ଅଧ୍ୟକ୍ଷା ମଞ୍ଜୁଲା ସାହୁ ଶୁକ୍ରବାର ବନ୍ୟା ପ୍ରଭାବିତ ବଙ୍କାପଳା, ବାଲିଛଡା, ବିରିପୁର, ମାଟିଖାଲ ଆଦି ଗାଁକୁ ଯାଇଁ ବନ୍ୟା ପରିସ୍ଥିତି ପରଖିଛନ୍ତି। ବନ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ସମସ୍ୟାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଏବଂ ପଞ୍ଚାୟତ ସମିତି ପକ୍ଷରୁ ମଧ୍ୟ କ୍ଷତିଗ୍ରସ୍ତମାନଙ୍କୁ ସହାୟତା ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯିବ ବେଲି ସାହୁ ପ୍ରକାଶ କରିଥିଲେ। ବ୍ଲକ ଅଧ୍ୟକ୍ଷାଙ୍କ ଗସ୍ତ ସମୟରେ କଲମପୁର ବ୍ଲକ ବିଜେଡି ସଭାପତି ପ୍ରଦୀବ କୁମାର ବେହେରା, ଦେପୁର ସରପଞ୍ଚ ଭୋକୁଲୁ ବାଗ, ମୀନଗୁର ସରପଞ୍ଚ ହରିପ୍ରିୟା ରଣା, ପଣ୍ଡିଗାଁ ସରପଞ୍ଚ ବନଜା ବାସିନି ମହାପାତ୍ର, ବନକୋନା ସରପଞ୍ଚ ମଧୁଛନ୍ଦା ଭ, ସାମାଜିକ କର୍ମୀ ଗଣେଶ ପଣ୍ଡା, ମଣ୍ଡଳ ସରପଞ୍ଚ ପ୍ରଦୀପ କୁମାର ଭୋଇ, ବଡକୁଟ୍ରୁ ସରପଞ୍ଚ ସମୀର ସାହୁ, ଦେପୁର ସମିତି ସଭ୍ୟ ଗଜିନ୍ଦ୍ର ବିହାରୀ, ମଣ୍ଡଳ ସମିତି ସଭ୍ୟ ଚିନ୍ତାମଣି ବେହେରା, ଶ୍ରୀକାନ୍ତ ଛତ୍ରୀଆ, ନିକା ନାଏକ, ପ୍ରଶାନ୍ତ ମାଝି ପ୍ରମୁଖ ମଧ୍ୟ ବନ୍ୟା ଅଞ୍ଚଳ ବୁଲିଥିଲେ।
ସୂଚନା ଅନୁସାରେ, ନଈ କୁଳିଆ ଗାଁରେ ଦୀର୍ଘ ବର୍ଷରୁ ବନ୍ୟା ପରିସ୍ଥିତି ଦେଖାଦେଇ ଆସୁଥିବାବେଳେ ବାଲିଛଡାଠାରେ ଥିବା ବନ୍ୟା ଆଶ୍ରୟସ୍ଥଳି କାମରେ ଆସୁନାହିଁ। ଫଳରେ ବନ୍ୟା ହେଲେ ଗ୍ରାମବାସୀ ଆତଙ୍କିତ ହୋଇପଡନ୍ତି। ବାଳିଛଡା ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ସମସ୍ୟା ସମାଧାନ ପାଇଁ ଗତ ଦିନରେ ଓଡିଶା ସରକାରଙ୍କ ପୂର୍ବତନ ରାଜସ୍ବ ମନ୍ତ୍ରୀ, ତକତ୍ାଳିନ ଜିଲାପାଳ, ପୂର୍ବତନ ଧର୍ମଗଡ ବିଧାୟକ ତଥା ବହୁ ପ୍ରଶାସନିକ ଅଧିକାରୀମାନେ ବନ୍ୟା ପ୍ରପିଡିତ ଗାଁକୁ ଯାଇ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ। ଆଜି ଯାଁଏ ମଧ୍ୟ ତାହା ପ୍ରତିଶ୍ରୁତିରେ ହିଁ ରହିଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳ ବାଲିଛଡାରେ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବନ୍ୟା ଆଶ୍ରୟସ୍ଥଳି ନିର୍ମାଣ କରାଯାଇଛି। କିନ୍ତୁ ବନ୍ୟା ସମୟରେ ଆଶ୍ରୟସ୍ଥଳିରେ କୌଣସି ରିଲିଫ୍‌ ସାମଗ୍ରୀ ଦିଆଯାଉନାହିଁ କି କୌଣସି ଅଧିକାରୀ ଆସୁ ନ ଥିବା ଗ୍ରାମବାସୀ କହିଛନ୍ତି। ବାଲିଛଡା ଗ୍ରାମର ନଈ ପାର୍ଶ୍ୱରେ ପଥର ବାନ୍ଧେଇ ନିମ୍ନମାନ ହୋଇଥିବାବେଳେ ବାଲିଛଡା ଯିବା ରାସ୍ତା ଶୋଚନୀୟ ହୋଇପଡିଛି। ଗ୍ରାମବାସୀ ଯାତାୟାତ କରିବାରେ ଅନେକ ଅସୁବିଧା ଭୋଗୁଛନ୍ତି। ପ୍ରତିବର୍ଷ ଏଠାରେ ବନ୍ୟା ପରିସ୍ଥିତି ଦେଖାଦେଉଥିବା ବେଳେ ଏହାର ସ୍ଥାୟି ପ୍ରତିକାର ପାଇଁ ସ୍ଥନୀୟ ରାଜନେତା କିମ୍ବା ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରମାନଙ୍କୁ ପିଟିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ଅମିତ ଶାହାଙ୍କୁ ଚିଠି ଲେଖି ରାହୁଲ ପଚାରିଲେ ଏମିତି ତୀକ୍ଷ୍ଣ ପ୍ରଶ୍ନ

ନୂଆଦିଲ୍ଲୀ,୨୬ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ର ପ୍ରତିବାଦ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଛନ୍ତି ଯେ,…

ରାଜଧାନୀରେ ମୁଣ୍ଡବିହୀନ ମୃତଦେହ : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ଭୁବନେଶ୍ୱର, ୨୬।୭: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ମୁଖ ରାସ୍ତାରୁ ରବିବାର ଭୋର ସମୟରେ ଏକ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ଅଞ୍ଚଳରେ…

ସଙ୍ଗୀତ ଶିକ୍ଷାର ମହତ୍ତ୍ୱ , ସଂସ୍କାର ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଭଞ୍ଜନଗର,୨୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭଞ୍ଜନଗର ସଙ୍କୁଳ ପକ୍ଷରୁ ଆୟୋଜିତ ଦୁଇଦିନିଆ ସଙ୍ଗୀତ କର୍ମଶାଳା ଶନିବାର ଉଦ୍‌ଘାଟିତ ହୋଇଯାଇଛି।…

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ଭଞ୍ଜନଗର, ୨୬/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସର ପଶ୍ଚିମ ସାଂଗଠନିକ ଜିଲା କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।…

ବିଦ୍ୟୁତ କାଟ ଘୋଷଣାର ୬ ଘଣ୍ଟା ପୂର୍ବରୁ ବିଦ୍ୟୁତ ସେବା ଅଚଳ ଅନ୍ଧାରରେ ଦାରିଙ୍ଗବାଡି ଅଞ୍ଚଳ

ଦାରିଙ୍ଗବାଡି, ୨୬/୭ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ବିଳମ୍ବିତ ରାତିଠାରୁ ଉକ୍ତ ବ୍ଲକରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅନ୍ନା ହଜାରେ, କିଏ ହାରିଲା…

ନୂଆଦିଲ୍ଲୀ,୨୬ା୭: NEET ପେପର୍‌ ଲିକ୍ ମାମଲାକୁ ନେଇ ସାରା ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସମାଜସେବୀ ଅନ୍ନା…

କେତେ ସମ୍ପତ୍ତିର ମାଲିକ ପ୍ରହ୍ଲାଦ ଯୋଶୀ, ଜାଣନ୍ତୁ ଶିକ୍ଷାମନ୍ତ୍ରୀଙ୍କ ନେଟଓ଼୍ବର୍ଥ…

ନୂଆଦିଲ୍ଲୀ,୨୬ା୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ସେ ପୂର୍ବରୁ ହିଁ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ସମ୍ଭାଳୁଛନ୍ତି। ଶିକ୍ଷାମନ୍ତ୍ରୀ…

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri