ବନ୍ୟାସ୍ଥିତି ପରଖିଲେ କଲମପୁର ବ୍ଲକ ଅଧ୍ୟକ୍ଷା

କଲମପୁର,୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଞ୍ଚଳରେ ଗତ ୩ ଦିନର ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କଲମପୁର ବ୍ଲକ ଅଧ୍ୟକ୍ଷା ମଞ୍ଜୁଲା ସାହୁ ଶୁକ୍ରବାର ବନ୍ୟା ପ୍ରଭାବିତ ବଙ୍କାପଳା, ବାଲିଛଡା, ବିରିପୁର, ମାଟିଖାଲ ଆଦି ଗାଁକୁ ଯାଇଁ ବନ୍ୟା ପରିସ୍ଥିତି ପରଖିଛନ୍ତି। ବନ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ସମସ୍ୟାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଏବଂ ପଞ୍ଚାୟତ ସମିତି ପକ୍ଷରୁ ମଧ୍ୟ କ୍ଷତିଗ୍ରସ୍ତମାନଙ୍କୁ ସହାୟତା ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯିବ ବେଲି ସାହୁ ପ୍ରକାଶ କରିଥିଲେ। ବ୍ଲକ ଅଧ୍ୟକ୍ଷାଙ୍କ ଗସ୍ତ ସମୟରେ କଲମପୁର ବ୍ଲକ ବିଜେଡି ସଭାପତି ପ୍ରଦୀବ କୁମାର ବେହେରା, ଦେପୁର ସରପଞ୍ଚ ଭୋକୁଲୁ ବାଗ, ମୀନଗୁର ସରପଞ୍ଚ ହରିପ୍ରିୟା ରଣା, ପଣ୍ଡିଗାଁ ସରପଞ୍ଚ ବନଜା ବାସିନି ମହାପାତ୍ର, ବନକୋନା ସରପଞ୍ଚ ମଧୁଛନ୍ଦା ଭ, ସାମାଜିକ କର୍ମୀ ଗଣେଶ ପଣ୍ଡା, ମଣ୍ଡଳ ସରପଞ୍ଚ ପ୍ରଦୀପ କୁମାର ଭୋଇ, ବଡକୁଟ୍ରୁ ସରପଞ୍ଚ ସମୀର ସାହୁ, ଦେପୁର ସମିତି ସଭ୍ୟ ଗଜିନ୍ଦ୍ର ବିହାରୀ, ମଣ୍ଡଳ ସମିତି ସଭ୍ୟ ଚିନ୍ତାମଣି ବେହେରା, ଶ୍ରୀକାନ୍ତ ଛତ୍ରୀଆ, ନିକା ନାଏକ, ପ୍ରଶାନ୍ତ ମାଝି ପ୍ରମୁଖ ମଧ୍ୟ ବନ୍ୟା ଅଞ୍ଚଳ ବୁଲିଥିଲେ।
ସୂଚନା ଅନୁସାରେ, ନଈ କୁଳିଆ ଗାଁରେ ଦୀର୍ଘ ବର୍ଷରୁ ବନ୍ୟା ପରିସ୍ଥିତି ଦେଖାଦେଇ ଆସୁଥିବାବେଳେ ବାଲିଛଡାଠାରେ ଥିବା ବନ୍ୟା ଆଶ୍ରୟସ୍ଥଳି କାମରେ ଆସୁନାହିଁ। ଫଳରେ ବନ୍ୟା ହେଲେ ଗ୍ରାମବାସୀ ଆତଙ୍କିତ ହୋଇପଡନ୍ତି। ବାଳିଛଡା ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ସମସ୍ୟା ସମାଧାନ ପାଇଁ ଗତ ଦିନରେ ଓଡିଶା ସରକାରଙ୍କ ପୂର୍ବତନ ରାଜସ୍ବ ମନ୍ତ୍ରୀ, ତକତ୍ାଳିନ ଜିଲାପାଳ, ପୂର୍ବତନ ଧର୍ମଗଡ ବିଧାୟକ ତଥା ବହୁ ପ୍ରଶାସନିକ ଅଧିକାରୀମାନେ ବନ୍ୟା ପ୍ରପିଡିତ ଗାଁକୁ ଯାଇ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ। ଆଜି ଯାଁଏ ମଧ୍ୟ ତାହା ପ୍ରତିଶ୍ରୁତିରେ ହିଁ ରହିଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳ ବାଲିଛଡାରେ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବନ୍ୟା ଆଶ୍ରୟସ୍ଥଳି ନିର୍ମାଣ କରାଯାଇଛି। କିନ୍ତୁ ବନ୍ୟା ସମୟରେ ଆଶ୍ରୟସ୍ଥଳିରେ କୌଣସି ରିଲିଫ୍‌ ସାମଗ୍ରୀ ଦିଆଯାଉନାହିଁ କି କୌଣସି ଅଧିକାରୀ ଆସୁ ନ ଥିବା ଗ୍ରାମବାସୀ କହିଛନ୍ତି। ବାଲିଛଡା ଗ୍ରାମର ନଈ ପାର୍ଶ୍ୱରେ ପଥର ବାନ୍ଧେଇ ନିମ୍ନମାନ ହୋଇଥିବାବେଳେ ବାଲିଛଡା ଯିବା ରାସ୍ତା ଶୋଚନୀୟ ହୋଇପଡିଛି। ଗ୍ରାମବାସୀ ଯାତାୟାତ କରିବାରେ ଅନେକ ଅସୁବିଧା ଭୋଗୁଛନ୍ତି। ପ୍ରତିବର୍ଷ ଏଠାରେ ବନ୍ୟା ପରିସ୍ଥିତି ଦେଖାଦେଉଥିବା ବେଳେ ଏହାର ସ୍ଥାୟି ପ୍ରତିକାର ପାଇଁ ସ୍ଥନୀୟ ରାଜନେତା କିମ୍ବା ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri