ବନ୍ଧୁକରେ ରୋମାନ୍ସ, ଫୁଟିଲା ଗୁଳି

ଭୁବନେଶ୍ୱର, ୧୧ା୨(ବ୍ୟୁରେ): ପ୍ରେମିକାଙ୍କ ଶରୀରରେ ବନ୍ଧୁକ ଲଗାଇ ରୋମାନ୍ସ କରୁଥିଲେ ପ୍ରେମିକ। ଅଜାଣତରେ ଦବି ହୋଇଯାଇଥିଲା ଟ୍ରିଗର। ବନ୍ଧୁକର ଗୋଟିଏ ଗୁଳି ପ୍ରେମିକାଙ୍କ ଜଙ୍ଘରୁ ବାହାରି ଗୋଡ଼ର ଅନ୍ୟ ଏକ ଅଂଶରେ ପଶିଯାଇଥିଲା। ପ୍ରେମିକ ଜଣକ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଘଟଣା ପଦାକୁ ଆସିଛି। ପ୍ରେମିକାଙ୍କ ସହ ଖେଳୁ ଖେଳୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ପ୍ରେମିକ ଜଣକ କହିଥିବା ଡିସିପି ଅନୁପ କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି।
ଇନ୍‌ଫୋସିଟି ଥାନା ଅନ୍ତର୍ଗତ କାନନବିହାରସ୍ଥିତ ବଜରଙ୍ଗବିହାରରେ ସୋମବାର ମଧ୍ୟାହ୍ନରେ ଘଟିଥିବା ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପୋଲିସ ନିଜ ଆଡୁ ଆଇପିସି ଦଫା ୩୦୭ ଓ ୨୭ ଆମର୍‌ସ ଆକ୍ଟରେ ଏକ ମାମଲା (ନଂ-୨୨/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ଗୁଳିମାଡ଼ କରିଥିବା ପ୍ରେମିକ ତଥା ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି। ସେ ହେଲେ ଜଗତ୍‌ସିଂହପୁର ଜିଲା ଏରସମା ଅଞ୍ଚଳର ଆଶିଷ କୁମାର ନାୟକ। ସେ ଭୁବନେଶ୍ୱରର ଏକ ସରକାରୀ କଲେଜରେ ଯୁକ୍ତ୩ରେ ପଢ଼ୁଥିବା କହୁଥିବାବେଳେ ପୋଲିସ ଏହାର ସତ୍ୟାସତ୍ୟ ଯାଞ୍ଚ କରୁଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି। ତେବେ ଗୁଳିମାଡ଼ ପରେ ମୁଣ୍ଡ କିଛି କାମ ନ କରିବାରୁ ବନ୍ଧୁକ ଫିଙ୍ଗି ଦେଇଥିବା ଆଶିଷ ପୋଲିସକୁ କହିଥିଲେ। ଏହାପରେ ଏକ ଟିମ୍‌ ତାଙ୍କୁ ଧରି ଫିଙ୍ଗିଥିବା ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବନ୍ଧୁକ ମିଳିପାରିନି। ଫଳରେ ଘଟଣାକୁ ନେଇ ରହସ୍ୟ ସୃଷ୍ଟି ହୋଇଥିବାବେଳେ ପୋଲିସର ଚିନ୍ତା ବଢ଼ିଛି। ଡିସିପି ସାହୁ, ଜୋନ୍‌ ଏସିପି ତରୁଣ କୁମାର ଦାସ ଓ ଥାନାଧିକାରୀ ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଏପଟେ ଦୀର୍ଘ ସମୟ ଅସ୍ତ୍ରୋପଚାର ପରେ ଯୁବତୀଙ୍କ ଗୋଡ଼ରୁ ଗୁଳି ବାହାରିଛି। ଯୁବତୀ ଜଣକ ସୁସ୍ଥ ଥିବାବେଳେ ଚିକିତ୍ସା ପାଇଁ କମିଶନରେଟ ପୋଲିସ ପାଣ୍ଠିରୁ ତାଙ୍କୁ ୨୫ହଜାର ଟଙ୍କା ଦିଆଯାଇଥିବା ଡିସିପି ଟୁଇଟ୍‌ କରି ଜଣାଇଛନ୍ତି।
ଥାନା ଅଧିକାରୀ ମହାନ୍ତି କହିଛନ୍ତି, ଆହତ ଯୁବତୀଙ୍କ ଘର ବାଲେଶ୍ୱର ହୋଇଥିବାବେଳେ ସେ ଦୁଇବର୍ଷ ହେବ ଭୁବନେଶ୍ୱର ଆସି ଏକ ଘରୋଇ କଲେଜରେ ଫ୍ୟାଶନ ଡିଜାଇନ୍‌ ପାଠ ପଢୁଥିଲେ। ଏହି ସମୟରେ ଆଶିଷଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ବଜରଙ୍ଗବିହାରରେ ଏକ ଫ୍ଲାଟ୍‌ରେ ଘରଭଡ଼ା ନେଇ ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହୁଥିଲେ। ଯୁବତୀଙ୍କ ଜଙ୍ଘ ଉପରେ ବନ୍ଧୁକ ଚଲାଇ ରେମାନ୍ସ କରୁଥିବା ସମୟରେ ଗୁଳି ଫୁଟି ଯାଇଥିଲା ବୋଲି ଅଭିଯୁକ୍ତ ଆଶିଷ ସ୍ବୀକାର କରିଥିବା ଥାନାଧିକାରୀ କହିଛନ୍ତି। ତେବେ ଗୁଳି ପଶିଯିବା ପରେ ଯୁବତୀଙ୍କ ଜଙ୍ଘରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଫ୍ଲାଟ୍‌ରୁ ତାଙ୍କୁ ଗାଡ଼ିକୁ ନେବା ପର୍ଯ୍ୟନ୍ତ ରକ୍ତଛିଟା ତଳେ ପଡିଥିବା ତଦନ୍ତବେଳେ ଦେଖିବାକୁ ମିିଳିଥିଲା। ଆଶିଷଙ୍କ ନାମରେ ବୋମା ମାଡ଼ ସହ ବହୁ ମାମଲା ରହିଛି। ସମସ୍ତ ଘଟଣାର ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri