ବନ୍ଦ ହେଲା ଜେଲ ଫାଟକ, ଲାଗିବ କ୍ୟାମେରା

ଅନୁଗୋଳ ଅଫିସ, ୧୦।୫ – ରାଜ୍ୟ ଜେଲ ବିଭାଗ ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ସମସ୍ତ ଜେଲ୍‌ ପାଇଁ ଜାରି କରିଥିବା କଟକଣା ଅନୁଗୋଳରେ ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା। ଏ ନେଇ ‘ଧରିତ୍ରୀ’ରେ ଶୁକ୍ରବାର ଖବର ପ୍ରକାଶ ପରେ ଅନୁଗୋଳ ଜେଲ୍‌ କର୍ତ୍ତୃପକ୍ଷ ଚେତିଛନ୍ତି। ଏଣିକି କଏଦୀ କିମ୍ବା ବିଚାରାଧୀନ ବନ୍ଦୀଙ୍କ ସହ ସାକ୍ଷାତ କରିବାକୁ ଯାଉଥିବା ସମ୍ପର୍କୀୟମାନେ କଟକଣା ଅନୁଯାୟୀ କେବଳ ଭିଡିଓ କନଫରେନ୍ସିଂ ଜରିଆରେ ଦେଖାକରି ପାରିବେ। ଏଥିପାଇଁ ଜେଲ୍‌ରେ କ୍ୟାମେରା ଲଗାଯିବା ପାଇଁ ତାର ଟଣା ଯାଉଥିବା ବେଳେ ପରିସରକୁ ବାହାର ଲୋକ ଯେପରି ପଶି ନ ପାରିବେ ସେଥିପାଇଁ ଫାଟକ ବନ୍ଦ କରାଯାଇଛି। ତେବେ ନିର୍ଦ୍ଦେଶ ପାଳନ ନ ହେବା ଅଭିଯୋଗର ଅନୁଧ୍ୟାନ କରାଯିବ ବୋଲି ରାଜ୍ୟ ଜେଲ ବିଭାଗ ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଅନୁଗୋଳ କରାଗାର ସୁପରିଣ୍ଟେଣ୍ଡେଣ୍ଟ ସୁଚିତ୍ର ଦାସ କହିଛନ୍ତି, ଶୁଖିଲା ଖାଦ୍ୟ ଭିତରକୁ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ହୋଇନାହିଁ। ତେଣୁ ରନ୍ଧା ଖାଦ୍ୟ ନୁହେଁ କେବଳ ଶୁଖିଲା ଖାଦ୍ୟ ଛଡ଼ାଯାଉଥିବା ସେ କହିଛନ୍ତି। ତେବେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାକ୍ଷାତ ପାଇଁ ମାସେ ତଳୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ କାହିଁକି ବ୍ୟବସ୍ଥା କରା ନ ଯାଇ ପୂର୍ବପରି ସାକ୍ଷାତ ପାଇଁ ସମ୍ପର୍କୀୟଙ୍କୁ ସିଧାସଳଖ ଛଡ଼ାଯାଉଥିଲା ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ଦୁଲୁକିବ ସୁବଳୟା ଖେଳ ପଡିଆ ମଞ୍ଚ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଗଞ୍ଜାମ,୧୦।୫ (ବିଦ୍ୟାଧର ସାହୁ ): ପ୍ରଥମ ଥର ପାଇଁ ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ଅପେରା ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୨୮ ରୁ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

‘ପେନ୍‌ସନ୍‌ଭୋଗୀଙ୍କ ପାଇଁ କାର୍ଯ୍ୟକାରୀ ହେବନାହିଁ କୌଣସି ନୂଆ ନିୟମ’

ଦିଗପହଣ୍ଡି,୧୦|୫(ଅଶେଷ ନାଥ ମିଶ୍ର):  ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଶ୍ରୀ ପାତାଳେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ…

ଇଣ୍ଡୋର ଷ୍ଟାଡିୟମରେ ଲାଇଟ୍‌ ଅଚଳ, ଅନ୍ଧାରରେ ଖେଳୁଛନ୍ତି ଖେଳାଳି

କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ପିଏମ୍‌ ଶ୍ରୀ ବିଦ୍ୟାପୀଠର ପଛ ଭାଗରେ ତତ୍କାଳୀନ ବିଜେଡି ସରକାର ଶାସନ ସମୟ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିଲା।…

୧୨ ଘଣ୍ଟାରେ ଗଲା ୩ ହରିଣଙ୍କ ଜୀବନ, ମାଂସ କାଟିବାକୁ ଶିକାରୀ ହେଉଥିଲେ ସଜବାଜ, ଆଉ ତା’ ପରେ…

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଶନିବାର ୧୨ ଘଣ୍ଟା ମଧ୍ୟରେ ୩ଟି ହରିଣ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ମୁଜାଗଡ଼ ରେଞ୍ଜରେ ଦୁଇଟି…

ରିଭଲଭର ଦେଖାଇ ଡକାୟତି: ଘର କବାଟ ବାଡ଼ାଇଲେ, ଖୋଲିବାରୁ ୩ ଆଇଫୋନ୍‌ ସହ…

ପଦ୍ମପୁର,୧୦ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକର ପଗଡ଼ ନଦେଇଦିହ ଗ୍ରାମର ଶନିବାର ରାତିରେ ରିଭଲବର ଦେଖାଇ ଡକାୟତି ହୋଇଛି। ସୂଚନାନୁଯାୟୀ ଶନିବାର ରୀତିରଞ୍ଜନ ସ୍ବାଇଁ ଘରେ ନ…

ଫୁଟିଲା ଅଫୁଟା ବାଣ,୨ ଭଉଣୀ ଗୁରୁତର

ତିହିଡ଼ି,୧୦ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଦପା ଗ୍ରାମରେ ରବିବାର ଅଫୁଟା ବାଣ ଫୁଟି ୨ ଭଉଣୀ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri