ବନାଗ୍ନି ବଦଳାଇଦେଲା ହିମବାହ ରଙ୍ଗ

ଓ୍ବେଲିଂଟନ୍‌: ଦୁଇସପ୍ତାହ ହେଲା ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ। ବନାଗ୍ନିରେ ହଜାର ହଜାର ବନ୍ୟଜୀବନ ଧ୍ୱଂସ ପାଇଯାଇଥିବାବେଳେ ବହୁ ବିରଳ ଜୀବଜନ୍ତୁ ବାସହରା ହୋଇ ଜନବସତିମୁହଁା ହୋଇଛନ୍ତି। ବନାଗ୍ନିର ପ୍ରତିକୂଳ ପ୍ରଭାବ ପଡ଼ୋଶୀ ନ୍ୟୁଜିଲାଣ୍ଡର ଫ୍ରାଞ୍ଜ୍‌ ଜୋସେଫ୍‌ ଗ୍ଲେସିୟର (ହିମବାହ) ଉପରେ ପଡିଛି। ଏହାର ରଙ୍ଗ ଧଳାରୁ ହଳଦିଆ ହୋଇଯାଇଛି। ବନାଗ୍ନିରୁ ଉଠୁଥିବା ଧୂଅଁାର ବିଶାଳ ବଳୟ ଡିସେମ୍ବର ୩୧ରେ ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଥିଲା। ଆଲ୍‌ପାଇନ ଗାଇଡ୍‌ସ କମ୍ପାନୀର ଗାଇଡ୍‌ ଆର୍ଥ ମେକ୍‌ବ୍ରାଇଡ୍‌ଙ୍କ କହିବା କଥା, ମଙ୍ଗଳବାରଠାରୁ ପରିସ୍ଥିତି ଗମ୍ଭୀର ହୋଇଯାଇଛି। ଏହାକୁ ନେଇ ଗ୍ଲେସିୟରକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଠାକାର ପବନରେ ପୋଡାକାଠର ଗନ୍ଧ ବାରିହେଉଛି। ଏଥିରୁ ଜଙ୍ଗଲ ନିଅଁାର ଭୟାବହତା ସ୍ପଷ୍ଟ ଭାବେ ଜଣାପଡୁଛି।
ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆରେ ଲାଗିଥିବା ଭୀଷଣ ନିଅଁା ନୂଆ ଇଲାକାକୁ ବ୍ୟାପି ଚାଲିଛି। ଏଥିରେ ପୋଡ଼ିହୋଇ ଅଦ୍ୟାବଧି ୧୮ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଅନେକ ନିଖୋଜ ଅଛନ୍ତି। ଯୁଦ୍ଧକାଳୀନ ଭତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଚଳିତବର୍ଷ ବନାଗ୍ନିରେ ବେଟମ୍ୟାନ୍ସ, କୋବାର୍ଗୋ, ନାଉରା ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି। ନିଅଁାରୁ ବର୍ତ୍ତିବା ଲାଗି ଲୋକମାନେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଶରଣ ନେଇଛନ୍ତି। ଅଧିକାରୀଙ୍କ କହିବା କଥା, ଜଙ୍ଗଲ ନିଅଁାରେ ପାଖାପାଖି ୧୦୦୦ଟି ଘର ନଷ୍ଟ ହୋଇଯାଇଛି। ୩୫୦ରୁ ଊର୍ଦ୍ଧ୍ୱ ବାସଗୃହ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଅଞ୍ଚଳରୁ ୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଧୂଅଁା ବ୍ୟାପିବା ଦ୍ୱାରା ହୋଇଥିବା କ୍ଷୟକ୍ଷତି ଆକଳନ କରିବା କାଠିକର ପାଠ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri