ବନ ବିଭାଗ ନୀରବ,ପଦା ହେଲାଣି ଜଙ୍ଗଲ

ଫୁଲବାଣୀ ଅଫିସ, ୩୧ା୧୨-କନ୍ଧମାଳ ଜିଲା ଫୁଲବାଣୀ ବନଖଣ୍ଡରେ କାର୍ଯ୍ୟରତ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ପଦାକୁ ଆସିଛି। ଜଙ୍ଗଲ ଜଗିବା ଦାୟିତ୍ୱରେ ଥିବା କର୍ମଚାରୀ ଏବଂ କାଠ ଚୋରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଫୁଲବାଣୀ ସହର ନାରାୟଣୀ ପାହାଡ ପଦା ହେବା ଘଟଣାରେ ପ୍ରମାଣିତ ହୋଇଛି। ବନଖଣ୍ଡ କାର୍ଯ୍ୟାଳୟ, ବନାଞ୍ଚଳ କାର୍ଯ୍ୟାଳୟର ମାତ୍ର ୧ କି.ମି. ଭିତରେ ନାରାୟଣୀ ମନ୍ଦିର ପାହାଡ ଅଞ୍ଚଳରେ ପ୍ରାୟ ୧୦ ଏକରରୁ ଊର୍ଦ୍ଧ୍ୱ ସ୍ଥାନକୁ ପଦା କରି ଦିଆଯାଇଛି। ଦିନରେ କାଠ କଟା ହେଉଥିବା ବେଳେ ବନ ବିଭାଗ କିପରି ଜାଣି ପାରିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାସୀ ସୃଷ୍ଟି କରୁତ୍ଛି। ଏପଟେ ଲକ୍ଷା ଧିକ ଟଙ୍କା ଖର୍ଚ୍ଚ କରାଯାଇ ଜଙ୍ଗଲ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତୁ ଏହା ଖାଲି ପ୍ରଚାରରେ ରହିଛି। ସବୁଠୁ ବଡ କଥା ହେଉଛି ନାରାୟଣୀ ପାହାଡରେ ମୂଲ୍ୟବାନ ଚନ୍ଦନ ଗଛ କାଟି ନିଆଯାଇଛି। ଜଙ୍ଗଲ ପଦା ହେବାପରେ କର୍ମଚାରୀ ସେଠାକୁ ଯାଇ ଏହା ସରକାରୀ ଜମି ବୋଲି ବ୍ୟାନର ଲଗାଇଛନ୍ତି। ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଗତ ସପ୍ତାହେ ପୂର୍ବରୁ ପାହାଡରେ ଗଛ କଟା ଅଭିଯାନ ଧୀରେ ଧୀରେ ଆରମ୍ଭ ହୋଇଥିଲା। ସେଠାରେ ଘର କରିବା ପାଇଁ କେତେକ ଲୋକେ ଜାଗା ଅକ୍ତିଆର କରିବା ଆରମ୍ଭ କଲେ। ଏପରିକି କିଛି ଲୋକଙ୍କୁ ବିକ୍ରି ମଧ୍ୟ କରାଗଲା। ଏସବୁ ଜାଣି ବନ ବିଭାଗ ଚୁପ୍‌ ବସିଥିଲା। ସ୍ଥାନୀୟ ଲୋକେ ଏନେଇ ବନ ବିଭାଗ ଓ ପୋଲିସରେ ଖବର ଦେବାପରେ ସମସ୍ତେ ତପତ୍ର ହୋଇ ଉଠିଥିଲେ। ଗୋଟିଏ ପଟେ ଗଛ କଟା ଚାଲିଥିବା ବେଳେ ବନ ବିଭାଗ ହର୍ବାଲ ମେଳାରେ ବ୍ୟସ୍ତ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବର୍ଷେ ମଧ୍ୟରେ ଏହି ପାହାଡ ଉପରେ ମଧ୍ୟ କିଛି ଘର ନିର୍ମାଣ ହୋଇଥିଲା। ଅଭିଯୋଗ ହେବା ପରେ ଯାଇ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଗଛ କଟାଯିବା ବିଷୟରେ ଫୁଲବାଣୀ ରେଞ୍ଜର ସଚିଦାନନ୍ଦ ସେଠୀ କହିଛନ୍ତି, କଟା ଯାଇଥିବା ଗଛ ଜବତ କରାଯାଇଛି। ଗଛ କିଏ କାଟିଛନ୍ତିି ତାହା ଜଣା ପଡୁ ନ ଥିବାରୁ କାହା ନାମରେ ମାମଲା ରୁଜୁ ହୋଇ ପାରିନି ବୋଲି ସେ କହିଛନ୍ତି। ଶନିବାର ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ଚନ୍ଦନ ଗଛ କାଟିବା ଅଭିଯୋଗରେ ଗିରଫ କରିଛି। ଏ ନେଇ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କୁ ପଚାରିବାରେ ଗଛ କଟା ଯାଇଥିବା ସ୍ଥାନ ଜଙ୍ଗଲ କିସମ। ସେଠାରେ ଥିବା ଶାଳ ଗଛ କଟାଯାଇନାହିଁ। ଛୋଟ ଛୋଟ ଗଛ କଟାଯାଇଛି। ଏହା ସଂରକ୍ଷିତ ଜଙ୍ଗଲ ନୁହେଁ। ଏହି ସ୍ଥାନରେ ଖାଲି ଆମର ନୁହେଁ, ରାଜସ୍ବ ବିଭାଗ ଏବଂ ପୋଲିସର ଉତ୍ତର ଦାୟିତ୍ୱ ରହିଛି। ସମନ୍ବୟ ଅଭାବରୁ ଏସବୁ ହୋଇଛି। ଆଗାମୀ ଦିନରେ ଏସବୁ ଦିଗ ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତିି।
ସୂଚନାଯୋଗ୍ୟ, ଦୁର୍ଗମ ଅଞ୍ଚଳ ବିଲାବାଡିକୁ ବିଦ୍ୟୁତ୍‌ ଯିବା ପାଇଁ କାମ କରୁଥିବା ସଂସ୍ଥା ଖୁଣ୍ଟ ପକାଇବା ପାଇଁ କିଛି ଗଛ କାଟିଥିଲା। ସେତେବେଳେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ବିଭାଗ ଗିରଫ କରିଥିଲା। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବି ପ୍ରକାଶ ପାଇଥିଲା। ଏଠି ସହର ଏବଂ ବନ ବିଭାଗ କାର୍ଯ୍ୟାଳୟ ପାଖରେ ଜଙ୍ଗଲ, ପାହାଡ ସଫା କରାଯାଉଛି। ସବୁ ଜାଣି ବନ ବିଭାଗ ଚୁପ୍‌ ବସିବା ପଛରେ କ’ଣ କାରଣ ରହିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ କଟିବା ପରେ ସୂର୍ଯ୍ୟମଣିଙ୍କ ଘର ଆଗରେ ମେଳି

ଖଲ୍ଲିକୋଟ,୨୮ା୪(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକା ପ୍ରାର୍ଥୀ ରୂପେ ସୂର୍ଯ୍ୟମଣି ବୈଦ୍ୟଙ୍କ ନାମ ଘୋଷଣା ହୋଇଥିଲା କିନ୍ତୁ ଟିକେଟ୍‌ ପାଇଁ ନାମ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri