ବନ କର୍ମଚାରୀଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ : ପ୍ରତିବାଦରେ ସରପରିବାରଙ୍କ ଅନଶନ

ବରଗଡ଼ ଅଫିସ,୨୦।୧୦: ବରଗଡ଼ ବନଖଣ୍ଡ ବିଭାଗ ଆକ୍ରୋଶମୂଳକଭାବେ ଜିଲାର ନୃସିଂହନାଥ ବନାଞ୍ଚଳରେ କାର୍ଯ୍ୟରତ ପାରା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଘଟଣାକୁ ନେଇ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ବନ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଝାରବନ୍ଧ ବ୍ଲକ ଘୁଚାପାଲି ଗ୍ରାମର ଅନିରୁଦ୍ଧ ସେଠ୍‌ ସପରିବାର ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ପୂର୍ବାହ୍ନରୁ ରବିବାର ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି। ଅନିରୁଦ୍ଧଙ୍କ ସମେତ ସ୍ତ୍ରୀ ସସ୍ମିତା, ଝିଅ ବବ୍‌ଲି, ପୁଅ ବବଲୁ ଏବଂ ଅନ୍ୟ ୩ଜଣ ବନ ପାରା କର୍ମଚାରୀ ପ୍ରଦୀପ ସାହୁ, ପରେଶ ଦାଶ ଓ ଅବିନାଶ ପଟ୍ଟନାୟକ ସାମିଲ ଅଛନ୍ତି। ନୃସିଂହନାଥରେ ଗଛଟାକୁ ନେଇ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ସେହି ଫଟୋ ସେମାନେ ଉତ୍ତୋଳନ କରି ଗଣମାଧ୍ୟମକୁ ଦେଇଥିବା କହି ବନ ବିଭାଗ ସେମାନଙ୍କୁ ଗତ ଅଗଷ୍ଟ ମାସରୁ ନିଲମ୍ବିତ କରି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅନିରୁଦ୍ଧ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ୪ଜଣଙ୍କୁ ନିଲମ୍ବନ କରାଯାଇ ଥିବାବେଳେ ୩ଜଣଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି।
ଅନ୍ୟପକ୍ଷରେ ଅନିରୁଦ୍ଧଙ୍କ ଉପରୁ ନିଲମ୍ବନ ଆଦେଶ ହଟାଯାଇ ନାହିଁ। ଫଳରେ ବନ ବିଭାଗର ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ଅନିରୁଦ୍ଧଙ୍କ ସପରିବାର ଅନଶନକୁ ଓହ୍ଲାଇଛନ୍ତି। ବାପାଙ୍କୁ ଚାକିରି ନ ମିଳିବା ପର୍ଯ୍ୟନ୍ତ ସେମାନେ ଅନ୍ନ ଛୁଇବେ ନାହିଁ ବୋଲି ପଞ୍ଚମ ଶ୍ରେଣୀରେ ପଢୁଥିବା ଅନିରୁଦ୍ଧଙ୍କ ଝିଅ ବବ୍‌ଲି ଏବଂ ଅଷ୍ଟମ ପଢୁଥିବା ପୁଅ ବବ୍‌ଲୁ କହିଛନ୍ତି। ତେବେ ଏଠାରୁ ପ୍ରାୟ ୧୫୦ କି. ମି ଦୂରରୁ ଆସି ଜିଲା ସଦର ମହକୁମାରେ ରହିଥିବା ବନଖଣ୍ଡ ଅଧିକାରୀଙ୍କ ଅଫିସ ସମ୍ମୁଖରେ ଏହି ଅନଶନ ଚାଲିଥିଲେ ସୁଦ୍ଧା ଜିଲା ଶିଶୁ ମଙ୍ଗଳ ସମିତି କର୍ମକର୍ତ୍ତାଙ୍କ ବ୍ୟତୀତ ଅନ୍ୟ କୌଣସି ଅଧିକାରୀ ଆଲୋଚନା ପାଇଁ ପହଞ୍ଚିନାହାନ୍ତି। ଦୀର୍ଘ ୨୪ ଘଣ୍ଟା ଧରି ଚାଲିଥିବା ଅନଶନରେ ୨ଶିଶୁ ମଧ୍ୟ ଭୋକ ଉପାସରେ ରହିବା ଘଟଣା ଏଠାରେ ଆଲୋଚନାର ବିଷୟ ହୋଇଛି। ଆମ ଆଦ୍‌ମୀ ପାର୍ଟିର ଭବାନୀ ପ୍ରସାଦ ସାହୁ, ଅମିତାଭ ପାତ୍ର ପ୍ରମୁଖ ଅନଶନସ୍ଥଳରେ ପହଞ୍ଚି ଅନଶନକାରୀଙ୍କୁ ଭେଟିଥିଲେ। ଜିଲା ପ୍ରଶାସନ ଅନଶନକାରୀଙ୍କ ଦାବି ପୂରଣ ସହିତ ସେମାନଙ୍କ ଅନଶନ ଭାଙ୍ଗିବା ଦିଗରେ ପଦକ୍ଷେପ ନେବା ପାଇଁ ଆମ ଆଦମୀ ପାର୍ଟିର ଏହି ପ୍ରତିନିଧିମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri