ବଦଳିଲେ ୨୭ ମେଡିକାଲ ଅଫିସର

ଭୁବନେଶ୍ୱର, ୮।୯(ବ୍ୟୁରୋ): ରାଜ୍ୟ ସରକାର ୨୭ ଜଣ ମେଡିକାଲ ଅଫିସରଙ୍କୁ ପଦୋନ୍ନତି ଓ ବଦଳି କରିଛନ୍ତି। ଏ ନେଇ ଶନିବାର ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ମେଡିକାଲ ଅଫିସରଙ୍କୁ ବଦଳି କରାଯାଇଥିବାବେଳେ ୧୩ ଜଣଙ୍କୁ ପଦୋନ୍ନତି ଦିଆଯାଇ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟିୀ ନବରଙ୍ଗପୁର ମେଡିକାଲ ଅଫିସର ଲକ୍ଷ୍ମୀଧର ସାହୁଙ୍କୁ ବୌଦ୍ଧ ବଦଳି କରାଯାଇଥିବାବେଳେ ଜଗତସିଂହପୁର ମେଡିକାଲ ଅଫିସର ଅଜୟ କୁମାର ବୈଥାରୁଙ୍କୁ ମୟୂରଭଞ୍ଜ, ପ୍ରଦୀପ କୁମାର ମହାପାତ୍ରଙ୍କୁ ମୟୂରଭଞ୍ଜ, ସନ୍ତୋଷ କୁମାର ସ୍ବାଇଁଙ୍କୁ ନବରଙ୍ଗପୁର, କୌଶଲ୍ୟା ପ୍ରଧାନଙ୍କୁ ରାଉରକେଲା, ଜଗଦୀଶ ବାରିକଙ୍କୁ ଝାରସୁଗୁଡା, ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ଅନୁଗୋଳକୁ ବଦଳି କରାଯାଇଛି। ସେହିପରି ନୀଳକଣ୍ଠ ମିଶ୍ରଙ୍କୁ ପୁରୀ ବଦଳି କରାଯାଇଥିବାବେଳେ ରଶ୍ମି ପ୍ରକାଶ ଶତପଥୀଙ୍କୁ କ୍ୟାପିଟାଲ ହସ୍ପିଟାଲ, ସତ୍ୟବ୍ରତ ଛୋଟରାୟଙ୍କୁ କଟକ, ଆର୍ତ୍ତବନ୍ଧୁ ନାୟକଙ୍କୁ ରାୟଗଡା, ବିମଳପ୍ରଭା ସାହୁଙ୍କୁ ଭୁବନେଶ୍ୱର, ସଞ୍ଜୁକ୍ତା ସାହୁଙ୍କୁ ଭୁବନେଶ୍ୱର ଲବଂ ଇତମାଚନ୍ଦ ସାହୁଙ୍କୁ ବଲାଙ୍ଗୀର ମେଡିକାଲ ଅଫିସର ଭାବେ ବଦଳି କରାଯାଇଛି। ଅନୁରୂପ ଭାବେ ୧୩ ଜଣ ଅତିରିକ୍ତ ନିର୍ଦ୍ଦେଶକ ଲେଭେଲ-୧ ମେଡିକାଲ ଅଫିସରଙ୍କୁ ଲେଭଲ-୧କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ପଦୋନ୍ନତି ପାଇଥିବା ମେଡିକାଲ ଅଫିସରମାନେ ହେଲେ ମନୋଜ କୁମାର ଉପାଧ୍ୟାୟ, ଜଗନ୍ନାଥ ପହି, ବଟକୃଷ୍ଣ ମୋହଲା, ଅଶୋକ କୁମାର ଦାଶ, ଶଶୀଭୂଷଣ ପଟେଲ, ଶିଶିର କୁମାର ରଥ, ବାନାର୍ଜୀ ପ୍ରସାଦ ଛୋଟରାୟ, ଦିଲ୍ଲୀପ କୁମାର ପଣ୍ଡା, ସଞ୍ଜିତ ପଟ୍ଟନାୟକ, ବିଜୟ ପଣ୍ଡା, ପୁଷ୍ପାଂଶୁ ସାହୁ, ଅରୁଣ କୁମାର ପାତ୍ର ଏବଂ ରାଜଶ୍ରୀ ପଟ୍ଟନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

୯ମ ଶ୍ରେଣୀ ଛାତ୍ରୀଙ୍କୁ ବେଙ୍ଗାଲୁରୁ ନେଇ ଅପହରଣ ପରେ ବଳାତ୍କାର: ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି, ୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣାରେ ପୋଲିସକୁ ଏକ ବଡ଼…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏୟାରବ୍ୟାଗ ଯୋଗୁ ଟଳିଲା…

କେନ୍ଦୁଝର,୧୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଦେଇ ୪୯ ନଂ ଜାତୀୟ ରାଜପଥରେ…

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ SP ଅଫିସ ଆଗରେ ଧାରଣା ଦେବି: DGP-IGଙ୍କୁ ଚିଠି ଲେଖି ଚେତାବନୀ ଦେଲେ ଚାମେଲି…

ମହାକାଳପଡ଼ା,୧୮।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନ୍ୟାୟ ପାଇଁ ଏବେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାମେଲି। ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ…

ଚାମେଲି ଓଝାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା ବଲାଙ୍ଗୀର ସରପଞ୍ଚ ମହାସଂଘ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ବଲାଙ୍ଗୀର,୧୮ା୬(ସୁନିଲ କୁମାର ମହାନ୍ତି): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତ ଏବଂ ନ୍ୟାୟ ପ୍ରଦାନ ପାଇଁ ବଲାଙ୍ଗୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri