ବଦଳିରୁ ବିବାଦ

ଦିଲ୍ଲୀକା ବାବୁ

ଦିଲୀପ ଚେରିଏନ୍‌

୧୯୯୫ କ୍ୟାଡର ଆଇଏଏସ୍‌ ଅଫିସର ପ୍ରତୀକ ହାଜେଲାଙ୍କୁ ୭ ଦିନ ମଧ୍ୟରେ ମଧ୍ୟପ୍ରଦେଶକୁ ବଦଳି କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ଆସାମ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଜେଲା ଭାରତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ସଂଯୋଜକ ଥିଲେ। ୧୯ ଲକ୍ଷ ଆବେଦନକାରୀଙ୍କ ନାମକୁ ବାଦ ଦେଇ ଏନ୍‌ଆର୍‌ସିର ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ତୀବ୍ର ବିବାଦ ପରିଲକ୍ଷିତ ହୋଇଥିଲା। ହାଜେଲା ଏହି ବୃହତ୍‌ ତଥା ସମ୍ବେଦନଶୀଳ କାର୍ଯ୍ୟକ୍ରମର ନିରୀକ୍ଷଣ କରୁଥିଲେ। ସୂତ୍ର ମୁତାବକ ,ହାଜେଲାଙ୍କୁ ଆସାମରୁ ବାହାରକୁ ନେବାର କାରଣ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଏହି ବାବୁ ଜଣକ ଯଦି ରାଜ୍ୟରେ ରହନ୍ତି ତେବେ ତାଙ୍କ ଜୀବନ ପ୍ରତି ବିପଦ ଥିତ୍ବାର କୋର୍ଟ ଅନୁଭବ କରି ଏହା କରିଥିବା ବୁଝାପଡେ। ତେବେ ବାବୁ ଭୁଲ୍‌ ଏନ୍‌ଆର୍‌ସି କରି ଆସାମର ଲୋକମାନଙ୍କ ଭାବାବେଗ ସହ ଖେଳିବା କାରଣରୁ ତାଙ୍କୁ ଦୋଷ ଦିଆଯାଇଛି। କିନ୍ତୁ କିଭଳି ଗୋଟିଏ ଗୋଟିଏ ପଇସା ଏ ବାବଦରେ ଖର୍ଚ୍ଚ କରାଯାଇଛି ତା’ର ହିସାବ ଯେ ପର୍ଯ୍ୟନ୍ତ ଏନ୍‌ଆର୍‌ସି ସଂଯୋଜକ ନ ଦେଇଛନ୍ତି, ସେ ଯାଏ ତାଙ୍କୁ ବଦଳି କରିବା ଉଚିତ ନୁହେଁ ବୋଲି କେତେକ ରାଜନେତା ଜୋର୍‌ ଦେଇଛନ୍ତି।
ଘରୋଇ ଟ୍ରେନ୍‌ର ଟେକ୍‌ନିକାଲ ଝଟକା
ଦିଲ୍ଲୀ -ଲକ୍ଷ୍ନୌ ମଧ୍ୟରେ ଦେଶର ପ୍ରଥମ କର୍ପୋରେଟ ସଂଚାଳିତ ଟ୍ରେନ୍‌ ଉତ୍ସାହର ସହ ଆରମ୍ଭ କରାଯାଇଥାଇପାରେ, କିନ୍ତୁ ଏହାର ଭଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌ ସମେତ ଅନ୍ୟ ଟ୍ରେନ୍‌ଠାରୁ ବେଶି ରହିଛି ବୋଲି ରେଲ୍‌ବାବୁମାନେ ସଙ୍କେତ ଦେବା ସହ ଏହା ଆଇନ୍‌ ଉଲ୍ଲଂଘନ ହୋଇଥିବା ଦର୍ଶାଇଛନ୍ତି। ଘରୋଇ ଭାବେ ଦେଶରେ ଚାଲିବାକୁ ଥିବା ୧୫୦ଟି ଟ୍ରେନ୍‌ ମଧ୍ୟରେ ଏହା ପ୍ରଥମ ଟ୍ରେନ୍‌। ଏହି ଟ୍ରେନ୍‌ ଆଇଆର୍‌ସିଟିସି ଦ୍ୱାରା ପରିଚାଳିତ ହେଉଛି। ଆଇଆର୍‌ସିଟିସି ରେଳବାଇର ଏକ ଖାଦ୍ୟ ବିତରକ ଓ ବାଣିଜି୍ୟକ ଶାଖା। ରେଲଓ୍ବେ ଅଧିନିୟମ ୧୯୮୯ ଅନୁଯାୟୀ କେବଳ କେନ୍ଦ୍ର ସରକାରଙ୍କ ଭଡ଼ା ସ୍ଥିର କରିବା ପାଇଁ ଅଧିକାର ରହିଛି, କିନ୍ତୁ ଆଇଆର୍‌ସିଟିସି ନୁହେଁ ବୋଲି ଅଧିକାରୀମାନେ କହିଛନ୍ତି। ବିଶେଷସୂତରୁ ଜଣାଯାଏ, ଯାତ୍ରୀ ଓ ମାଲ୍‌ଭଡ଼ା କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯାଇପାରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏହା ଘରୋଇ ସଂଚାଳିତ ଟ୍ରେନ୍‌କୁ ସ୍ବୀକୃତି ଦେଇନାହିଁ। ପୁନଶ୍ଚ ସରକାର ଘରୋଇ ଟ୍ରେନ କର୍ତ୍ତୃପକ୍ଷଙ୍କୁ ଭଡ଼ା ସ୍ଥିର କରିବା ପାଇଁ ଅଧିକାର ଦେବା ଉପରେ କୌଣସି ନିର୍ଦ୍ଦେଶନାମା ବି ଜାରି କରିନାହାନ୍ତି। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତଙ୍କ ଦ୍ୱାରା ଦେଶର ୫୦ଟି ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ଓ ଘରୋଇ ସଂଚାଳକଙ୍କୁ ୧୫୦ଟି ଟ୍ରେନ୍‌ ଚଳାଇବାର ଅନୁମତି ଦେବା ପାଇଁ ସଚିବମାନଙ୍କର ଏକ ଗ୍ରୁପକୁ ନେଇ ରେଲଓ୍ବେ ବୋର୍ଡ ଗଠନ କରାଯିବା ପରେ ଏହି ଘଟଣା ସାମ୍‌ନାକୁ ଆସିଛି।
ପ୍ରତ୍ୟାବର୍ତ୍ତନ ପାଇଁ ପାକଯୋଗ
ମୋଦି ସରକାର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ ରୀନା ରାୟଙ୍କୁ ବାଧ୍ୟତାମୂଳକ ଭାବେ ତାଙ୍କ ମୂଳ ୟୁଟି କ୍ୟାଡର୍‌କୁ ପଠାଇଛନ୍ତି। କାର୍ମିକ ମନ୍ତ୍ରଣାଳୟର କ୍ୟାବିନେଟ ନିଯୁକ୍ତି କମିଟି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ୧୯୮୪ ବ୍ୟାଚର ଆଇଏଏସ୍‌ ଅଫିସର୍‌ ରାୟଙ୍କୁ ତାଙ୍କ ମୂଳ କ୍ୟାଡର୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ପାନେଲ ଅନୁମୋଦନ କରି ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଏଥିରେ କୁହାଯାଇଛି। ଏହାସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅମିତ ଖାରେଙ୍କୁ ସ୍କୁଲ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରୀନା ରାୟଙ୍କର ଏପରି ପ୍ରତ୍ୟାବର୍ତ୍ତନ ଅନେକଙ୍କୁ ବିସ୍ମିତ କରିଛି। କିନ୍ତୁ ଏସମ୍ପର୍କରେ ଯେଉଁମାନେ ଅବଗତ ସେମାନେ କୁହନ୍ତି, ରୀନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ବିଶ୍ୱସନୀୟତା ହରାଇଛନ୍ତି। ତାଙ୍କ ପ୍ରଦର୍ଶନ ଓ ବ୍ୟବହାର ସମ୍ବନ୍ଧିତ ଘଟଣାରେ ପିଏମ୍‌ଓ ସନ୍ତୁଷ୍ଟ ନ ଥିଲା। ଚଳିତବର୍ଷ ଆରମ୍ଭରେ ଗ୍ରାମାଞ୍ଚଳରେ ମଧ୍ୟାହ୍ନଭୋଜନ ବିତରଣ ଘରୋଇ ସଂସ୍ଥା ଦ୍ୱାରା ସେଣ୍ଟ୍ରାଲାଇଜଡ୍‌ କିଚେନ୍ସ (କେନ୍ଦ୍ରୀକୃତ ରୋଷେଇଘର) ମାଧ୍ୟମରେ ଚଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବା ଯୋଗୁ ବରିଷ୍ଠ ଆଇଏଏସ୍‌ ଅଫିସର୍‌ ରୀନାଙ୍କୁ ପଦଚ୍ୟୁତି ବା ବଦଳି କରାଯାଇଥିବା ଅନୁମାନ କରାଯାଏ। ରାୟ ଜୁଲାଇ ୨୦୧୮ରେ ସଚିବ ଭାବେ ଦାୟିତ୍ୱ ନେବାପରେ ସେଣ୍ଟ୍ରାଲାଇଜଡ୍‌ କିଚେନ୍ସ ପାଇଁ ଦିଆଯାଇଥିବା ଅନୁମତି ଉପରେ ସମୀକ୍ଷା କରିଥିଲେ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ଏହି ବ୍ୟବସ୍ଥାକୁ ଘରୋଇସଂସ୍ଥା ପରିଚାଳନା କରିବା କେତେଦୂର ଯୁକ୍ତିଯୁକ୍ତ ତା’ ସମ୍ପର୍କରେ ବି ପ୍ରଶ୍ନ ଉଠାଇଥିଲେ। ତାଙ୍କର ଏଭଳି ଉତ୍ସାହରେ କିଏ ଆଘାତ ପାଇଲେ ତାହା ଯେ କେହି ଅନୁମାନ କରିପାରୁଥିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri