Posted inଜାତୀୟ

ବଢିବ ଲକ୍‌ଡାଉନ ଅବଧି !

ନୂଆଦିଲ୍ଲୀ,୨୬।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍‌ଡାଉନ ପାଳନ କରାଯାଉଥିବା ବେଳେ ଅନ୍ୟପଟେ କିନ୍ତୁ ସଂକ୍ରମଣ କମିବାର ନାଁ ନେଉନାହିଁ। ଏବେ ରାଜ୍ୟ ବାହାରେ ଥିବା ଲୋକଙ୍କୁ ପ୍ରତି ରାଜ୍ୟ ସରକାର ନିଜ ନିଜ ରାଜ୍ୟକୁ ଫେରାଇ ଆଣୁଥିବା ଦେଖାଯାଉଛି। ମେ’୩ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ସରୁଥିବା ବେଳେ ଏହା ଆଗକୁ ବୃଦ୍ଧି ହେବ କି ନା ତାକୁ ନେଇ ପ୍ରଶ୍ନ ଉଠୁଛି। କାରଣ କରୋନା ସଂକ୍ରମଣକୁ ରୋକିବାକୁ ଲକ୍‌ଡାଉନ୍‌ ବଡ ପଦକ୍ଷେପ ହୋଇଥିବା ବେଳେ ମହାରାଷ୍ଟ୍ରରେ ଅଧିକ ସଂକ୍ରମିତ ଅଞ୍ଚଳରେ ଲକ୍‌ଡାଉନ ଅବଧି ବୃଦ୍ଧି ପାଇପାରେ ବୋଲି ଗୋଟିଏ ଦିନ ପୂର୍ବରୁ ସେଠାକାର ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ଏବେ ରାଜ୍ୟ ବାହାରର ଲୋକେ ରାଜ୍ୟକୁ ଫେରିବାକୁ ନେଇ ଅନୁମାନ କରାଯାଉଛି କି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ସମୟ ମଧ୍ୟରେ ଏମାନଙ୍କୁ ଶୃଙ୍ଖଳାର ସହ ରାଜ୍ୟକୁ ଫେରାଇ ଆଣିବା ପରେ ହୁଏତ ପୁଣିଥରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇପାରେ। କାହିଁକିନା ଯେପର୍ଯ୍ୟନ୍ତ କରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ହୋଇନାହିଁ ସେପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ ଭଳି ନିୟମ ପାଳନ କରିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି। ରବିବାର ପଞ୍ଜାବର କେତେଜଣ ଶ୍ରଦ୍ଧାଳୁ ଘରକୁ ଫେରିବା ସହ ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟ ବାହାରେ ଥିବା ନାଗରିକଙ୍କୁ ଆଣିବା ପାଇଁ କେନ୍ଦ୍ର ସହ କଥା ହୋଇଥିବା ଜଣାପଡିଛି। ତେଣୁ ଏସବୁକୁ ଦେଖିବା ପରେ ଲାଗୁଛି ହୁଏତ ଲକ୍‌ଡାଉନ ଅବଧି ବୃଦ୍ଧି ପାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

TVK ଏଣ୍ଟ୍ରି, DMK-AAP ଆଉଟ, ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗଦେବେ ରାହୁଲ, ମମତା, ଅଖିଳେଶ

ନୂଆଦିଲ୍ଲୀ,୮।୬: ପଶ୍ଚିମବଙ୍ଗରେ ଟିଏମସି ଏବଂ ତାମିଲନାଡୁରେ ଡିଏମକେର ପରାଜୟ ପରେ ପରିବର୍ତ୍ତନଶୀଳ ରାଜନୈତିକ ସମୀକରଣ ମଧ୍ୟରେ ସୋମବାର ଇଣ୍ଡିଆ ମେଣ୍ଟର ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

କ୍ରାଇମ୍‌ବ୍ରାଞ୍ଚ ସ୍କାନର୍‌ରେ ଗଙ୍ଗଓ୍ବାର

ଭୁବନେଶ୍ୱର, ୮ା୬ (ତ୍ରିନାଥ ମହାନ୍ତି) ବାଲିଅନ୍ତା ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମ୍‌ ବ୍ରାଞ୍ଚ(ସିବି) ସ୍କାନରକୁ ଆସିଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦୟାଲ ଗଙ୍ଗଓ୍ବାର। ତାଙ୍କ ଘରେ…

୧,୪୦୦ କି.ମି. ଯାଇ ଦିଲ୍ଲୀ ପ୍ରଫେସରଙ୍କୁ ହତ୍ୟା କରିଥିଲେ ପଶ୍ଚିମବଙ୍ଗ ଦମ୍ପତି

ନୂଆଦିଲ୍ଲୀ,୮ା୬: ଦିଲ୍ଲୀ ୟୁନିଭର୍ସିଟିର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ଗତ ବୁଧବାର ପୂର୍ବ ଦିଲ୍ଲୀର ବସୁନ୍ଧରା ଏନ୍‌କ୍ଲେଭସ୍ଥିତ ସତ୍ୟମ ଆପାର୍ଟମେଣ୍ଟରେ…

ବକୁଳବନ ଢାଞ୍ଚାରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର/ଖୋର୍ଦ୍ଧା, ୮।୬ (ରବିନାରାୟଣ ଜେନା/ ପ୍ରଭାତ ପାଣିଗ୍ରାହୀ) ରାଜ୍ୟରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଏବଂ ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇ ଦେବାପାଇଁ ରାଜ୍ୟ ସରକାର…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ଏମିତି ପ୍ରଶ୍ନ ପଚାରିଲେ ନ୍ୟୁଜ ଆଙ୍କର, ରାଗରେ ନାଲି ପଡ଼ିଗଲେ ଡୋନାଲ୍ଡ ଟ୍ରମ୍ପ, ସାକ୍ଷାତକର ମଝିରୁ ଚାଲିଯିବ ସହ କହିଲେ…

ଓ୍ବାଶିଂଟନ,୮।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାର ସମୟରେ ଏତେ କ୍ରୋଧିତ ହୋଇଗଲେ ଯେ ସେ ସାମ୍ବାଦିକଙ୍କୁ ‘ବେଇମାନ ଏବଂ ମୂର୍ଖ’ ବୋଲି କହି ମଝିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri