ବଡ଼ସାହିରେ କାଳବୈଶାଖୀ: ବଜ୍ରପାତରେ ୨ମୃତ

ବଡ଼ସାହି, ୨୬ା୫(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡସାହି ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଖେଳାଇଛି। ଝଡବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବେଲପାଳ ଗ୍ରାମର ମାର୍କଣ୍ଡ ଓରଫ ନିରଞ୍ଜନ ବିଶୋଇ(୩୫) ଓ ମୁନା ଓରଫ ବଳରାମ ବିଶୋଇ(୨୪) । ସେମାନେ ବୁଢ଼ାବଳଙ୍ଗ ନଦୀର ନିଶିନ୍ତପୁର ଘାଟକୁ ଯାଇ ଟ୍ରାକ୍ଟରରେ ବାଲି ବୋଝେଇ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଟ୍ରାକ୍ଟର ଚାଳକ ନିରଞ୍ଜନ ଓ ଶ୍ରମିକ ବଳରାମ ସଂଜ୍ଞାହୀନ ହୋଇ ପଡିଥିଲେ। ସେମାନଙ୍କୁ ଦମକଳ ବାହିନୀ ଉଦ୍ଧାର କରି ବଡ଼ସାହି ଡାକ୍ତରଖାନାକୁ ଆଣିଥିଲେ। ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ଫଳରେ ମୃତକଙ୍କ ଗ୍ରାମ ବେଲପାଳରେ ଶୋକର ଛାୟା ଖେଳିଯାଇଛି ା ବଡ଼ସାହି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ରବିବାର ଶବ ବ୍ୟବଚ୍ଛେଦ କରାଯିବ। ଏହି ପରିପ୍ରେକ୍ଷୀରେ ମୃତକଙ୍କ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ପ୍ରଦାନ ପାଇଁ କଂଗ୍ରେସର ବଡ଼ସାହି ଜୋନ ସଭାପତି ଶଶାଙ୍କ ଶେଖର କର ଦାବି କରିଛନ୍ତି । ଅପରାହ୍ନରେ ଝଡବର୍ଷା ଯୋଗୁ ଅନ୍ୟ କେଉଁଠି କ’ଣ କ୍ଷୟକ୍ଷତି ଘଟିଛି, ତାହା ଜଣାପଡି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri