ବଡ଼ଦାଣ୍ଡରେ ନାବାଳକଙ୍କ ଭିକ୍ଷାବୃତ୍ତି: ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁର ବାସ୍ତବତାକୁ ନେଇ ପ୍ରଶ୍ନ

ପୁରୀ ଅଫିସ, ୨୩ା୨: ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ। ୬ରୁ ୧୪ ବର୍ଷ ବୟସର ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରି ସାମାଜିକ, ଆଞ୍ଚଳିକ ତଥା ଲିଙ୍ଗଗତ ବୈଷମ୍ୟ ଦୂର କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। କିନ୍ତୁ ଅନେକ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। କେଉଁଠି ନାବାଳକ ଭିକ୍ଷାବୃତ୍ତିକୁ ଆପଣାଇଥାନ୍ତି ତ ପୁଣି କେଉଁଠି ସେମାନଙ୍କୁ କାମରେ ଲଗାଯାଇଥାଏ। ଏହାକୁ ଦେଖିଲେ ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ଅଭିଯାନର ବାସ୍ତବତାକୁ ନେଇ ସନ୍ଦେହ ଉଠିଥାଏ। ଏମିତି ଚିତ୍ର ଶନିବାର ଦେଖିବାକୁ ମିଳିଥିଲା ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ। ଦୁଇଜଣ ନାବାଳକ ବଡ଼ଦାଣ୍ଡରେ ଭିକାରିଙ୍କ ମଧ୍ୟରେ ବସି ହାତରେ ଥାଳି ଧରି ଭିକ ମାଗୁଥିଲେ। ବହି କଲମ ଯେ ଏମାନଙ୍କ ପାଇଁ ଅପହଞ୍ଚ ତାହା ଉଭୟଙ୍କୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଥିଲା। ଏମାନଙ୍କୁ ଭିକ୍ଷାବୃତ୍ତିରେ ସାମିଲ କରିବା ପଛରେ ଏକ ର଼୍ୟାକେଟ ରହିଥିବା ସାମାଜିକ କର୍ମୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେହିପରି କଅଁଳ ବୟସରେ ଭିକ୍ଷାବୃତ୍ତିକୁ ନେଇ ଶିକ୍ଷା ବିଭାଗକୁ ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ।
ଶନିବାର ସକାଳେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ କଡ଼ରେ ଧାଡି ହୋଇ ବସିଥିଲେ ଭିକାରି। ଏହି ଧାଡ଼ିରେ ୨ଜଣ ନାବାଳକ ମଧ୍ୟ ବସିଥିଲେ। ଦୁହିଁଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ। ରାସ୍ତାରେ ଯାଉଥିବା ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ଆଡ଼କୁ ଥାଳି ବଢାଇ ବାବୁ ପଇସା ଦିଅ ବୋଲି କହୁଥାନ୍ତି। ଅନେକ ଶ୍ରଦ୍ଧାଳୁ ବି ସେମାନଙ୍କ ଥାଳିରେ ପଇସା ପକାଉଥାନ୍ତି। କେବଳ ଏହି ଦୁଇଜଣ ନୁହଁନ୍ତି ମନ୍ଦିର ଚତୁଃପାର୍ଶ୍ୱରେ ଏକାଧିକ ପିଲା ଭିକ ମାଗୁଥିବା ଦେଖିବାକୁ ମିଳିଥିଲା। କେତେଜଣ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ ସେମାନଙ୍କ ଭିକ୍ଷା ବୃତ୍ତି କରୁଥିବା ନେଇ ତଥ୍ୟ ସଂଗ୍ରହ କରିବାକୁ ଚାହିଁବାରୁ ଦୁହେଁ ପଳାଇଥିଲେ।
ଏଠାରେ ପ୍ରଶ୍ନ ଉଠୁଛି ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ନିଶ୍ଚିତ ଶିକ୍ଷା ପ୍ରଦାନ ଲାଗି ସରକାର ଯେଉଁ ଯୋଜନା କରିଛନ୍ତି ତାହାର ବାସ୍ତବତା କ’ଣ। କେବଳ ଏହି ଦୁଇଜଣ ନାବାଳକ ନୁହନ୍ତି ପ୍ରତିଦିନ ଏକାଧିକ ପିଲା ଭିକ୍ଷାବୃତ୍ତି ପାଇଁ ବଡ଼ଦାଣ୍ଡକୁ ଆସୁଛନ୍ତି। ବିଭିନ୍ନ ଛକ ଜାଗାରେ ହାତରେ ପାତ୍ର ଧରି ଭିକ ମାଗୁଛନ୍ତି। ଗୋଟିଏ ପଟେ ସରକାର ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ୮ଟି ଥଇଥାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ପହିଲାରୁ ଭିକାରିମାନଙ୍କୁ ଥଇଥାନ କେନ୍ଦ୍ରରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ଏପଟେ କିନ୍ତୁ ସିଂହଦ୍ୱାର ନିକଟ ଏବଂ ବଡ଼ଦାଣ୍ଡରେ ଭିକାରିଙ୍କ ସଂଖ୍ୟା ବଢିବାରେ ଲାଗିଛି। କିଛିଦିନ ତଳେ ସିଂହଦ୍ୱାର ସମ୍ମୁଖରୁ ଭିକାରିମାନଙ୍କୁ ପ୍ରଶାସନ ପକ୍ଷରୁ ତଡ଼ି ଦିଆଯାଇଥିଲା। ସମ୍ପୃକ୍ତ ସ୍ଥାନକୁ ବ୍ୟାରିକେଡିଂ କରାଯାଇଛି। ଯଦିଓ ପୂର୍ବ ପରି ଏହି ବ୍ୟାରିକେଡିଂ ମଧ୍ୟରେ ଭିକାରିମାନେ ବସୁ ନାହାନ୍ତି କିନ୍ତୁ ଅନେକ ସମୟରେ ତା’ ଭିତରେ ବୁଲି ବୁଲି ଭିକ ମାଗୁଛନ୍ତି। କିନ୍ତୁ ସିଂହଦ୍ୱାର ସମ୍ମୁଖ ନୂତନ ଶେଡ୍‌ କଡ଼ରେ ଧାଡ଼ିି ହୋଇ ଭିକାରିମାନେ ବସୁଛନ୍ତି।
ନାବାଳକ ଭିକ୍ଷାବୃତ୍ତି କରିବା ନେଇ ସଚେତନ ନାଗରିକ ମଞ୍ଚର ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ କହିଛନ୍ତି, ଯେଉଁ ପିଲାମାନେ ଭିକ୍ଷାବୃତ୍ତି କରୁଛନ୍ତି ସେମାନଙ୍କୁ ପ୍ରଶାସନ ପକ୍ଷରୁ କାଉନ୍‌ସେଲିଂ କରାଯିବା କଥା। କେଉଁ ପରିସ୍ଥିତିରେ ସେମାନେ ଭିକ ମାଗୁଛନ୍ତି, ତାଙ୍କ ଘରର ସ୍ଥିତି କ’ଣ ତାହା ତର୍ଜମା ହେବା ଦରକାର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁରୀ ସହରରେ ଭିକ୍ଷାବୃତ୍ତି ପଛରେ ଅନେକ ଦଲାଲ ସକ୍ରିୟ ଅଛନ୍ତି। ସେମାନେ ବିଭିନ୍ନ ଅନାଥ ପିଲାଙ୍କୁ ଏଥିରେ ସାମିଲ କରୁଛନ୍ତି। ତେଣୁ ଏ ଦିଗ ପ୍ରତି ଧ୍ୟାନ ଦିଆଯିବା ଦରକାର। ୪ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ଶିକ୍ଷା ଓ ମାଗଣା ଖାଦ୍ୟ ଏକପ୍ରକାର ପ୍ରହସନରେ ପରିଣତ ହୋଇଛି ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri