ବଡ଼ ବିଷମ ସ୍ଥିତି

ରାଧାଶ୍ୟାମ ରାଉଳ

ଭଲ କାମ କରୁଥିଲେ ବି ତାକୁ ଖରାପ କି ମନ୍ଦ କାମ କହିବାକୁ ଆମ ଭିତରୁ କିଛି ବାହାରିବେ। ତେବେ ମନ୍ଦ କହିବା ପଛରେ କୌଣସି ବଳିଷ୍ଠ ଯୁକ୍ତି ନଥାଇ ବି ଭଲକୁ ମନ୍ଦ କହିବାକୁ ସେମାନେ ଆଦୌ ପଛେଇବେ ନାହିଁ। ସମୂହ କଲ୍ୟାଣସାଧନ, ପରୋପକାର, ଜନହିତକର କାମ, ସର୍ବସାଧାରଣ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା ଓ ସଂରକ୍ଷଣ, ଦେଶର ନୀତିନିୟମ, ଆଇନକାନୁନ ଓ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ପାଳନ ଓ ସମ୍ମାନ ପ୍ରଦର୍ଶନ, ରାଷ୍ଟ୍ର ବା ଦେଶର ସଂହତି ଓ ସାର୍ବଭୌମତ୍ୱକୁ ସମ୍ମାନ ପ୍ରଦର୍ଶନ, ପାରିବାରିକ, ସାମାଜିକ ଓ ରାଷ୍ଟ୍ରୀୟ ଜୀବନରେ ପରସ୍ପର ମଧ୍ୟରେ ସାହାଯ୍ୟ, ସହଯୋଗ , ସଂପ୍ରୀତି, ସମ୍ପର୍କ, ସଦ୍ଭାବନା ସ୍ଥାପନ ଇତ୍ୟାଦିକୁ ଆମେ ଭଲ କାମ ବୋଲି ନିଶ୍ଚେ କହିବା। ହେଲେ ଆଶ୍ଚର୍ଯ୍ୟ ଓ ଅବସୋସର ବିଷୟ, ଆଜିର ସମୟରେ ସାଧାରଣ ସ୍ଥିତି, ଗତି ଓ ପ୍ରବୃତ୍ତି ସମ୍ପୂର୍ଣ୍ଣ ଅଲଗା। ନିଜ ନିଜର ସ୍ବାର୍ଥସାଧନ, ବ୍ୟକ୍ତିକୈନ୍ଦ୍ରିକ ମାନସିକତାପୋଷଣ, ପରନିନ୍ଦା, ପରପୀଡ଼ନ, ପରଶ୍ରୀକାତରତା, ଅସହିଷ୍ଣୁତା, ଜାତୀୟ ସମ୍ପତ୍ତିକୁ ଜବରଦଖଲ, ଦେଶର ନୀତିନିୟମ ଗଣତାନ୍ତ୍ରିକ ପ୍ରକ୍ରିୟା ଓ ବିଧି ବ୍ୟବସ୍ଥାର ଖୋଲାଖୋଲି ଉଲ୍ଲଂଘନ, ଦୁର୍ନୀତି, ଭ୍ରଷ୍ଟାଚାର, ଅପରାଧ ଭିଆଣ ଇତ୍ୟାଦି ଆଜିର ସମୟରେ ଏକ ରକମର ଚଳଣି ଓ ଫେଶନ ହୋଇଯାଇଛି। ଆମେ ଏସବୁକୁ ମନ୍ଦ କାମ କିମ୍ବା କୁକର୍ମ କହୁଛୁ, ହେଲେ ଅନ୍ୟମାନେ ଏସବୁକୁ ବିନା ପ୍ରତିବାଦରେ ସହୁଛନ୍ତି, ବରଦାସ୍ତ କରୁଛନ୍ତି। ଅନ୍ୟମାନଙ୍କ ମତରେ, ଭଲ କାମ କଲେ ଅପବାଦ, ଭଲ କଥା କହିଲେ ବିପଦ! ତେଣୁ ଭଲ କାମ କରି ଭଲ କଥା କହି ଲାଞ୍ଛିତ, ଅପଦସ୍ଥ, ସମାଲୋଚିତ ହେବା ଅପେକ୍ଷା ଯିଏ ଯାହା କରୁଛି କିମ୍ବା କହୁଛି ତାକୁ ନିରବରେ ସହିଯିବା ବରଂ ଭଲ।
ବାପା, ମାଆ, ଗୁରୁଜନମାନଙ୍କୁ ଭକ୍ତି, ସେବା, ଶୁଶ୍ରୂଷା, ଆଦର ଓ ସମ୍ମାନ କରିବା, ସେମାନଙ୍କର ଆଦେଶ, ଉପଦେଶ, ପରାମର୍ଶକୁ ପାଳନ କରିବା ପ୍ରତ୍ୟେକ ସନ୍ତାନ ସନ୍ତତିଙ୍କର ମହତ୍‌ କର୍ତ୍ତବ୍ୟ ଓ ନୈତିକ ଦାୟିତ୍ୱ। ଏ କର୍ତ୍ତବ୍ୟ ଓ ଦାୟିତ୍ୱକୁ ଅତି ନିଷ୍ଠାର ସହ ମାନିବା ଓ ପାଳନ କରିବା ଉଚିତ୍‌। ହେଲେ ଆଜିର ଯୁବପିଢ଼ି ଏ ଦାୟିତ୍ୱ ଓ କର୍ତ୍ତବ୍ୟକୁ କୋଉ ମାନୁଛନ୍ତି ନା ପାଳୁଛନ୍ତି? ବିନା ହେଲ୍‌ମେଟ କି ସିଟବେଲ୍ଟରେ, ମଦ ପିଇ କି ନିଶାସେବନ କରି ଗାଡ଼ି ଚଳେଇବା, ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ ପିଇବା, ଗୁଟ୍‌ଖା ଚୋବେଇବା କି ଚାକୁଳେଇବା ଆଦି କାର୍ଯ୍ୟକୁ ବେଆଇନ କାର୍ଯ୍ୟ ବୋଲି କୁହାଯାଉଛି। େଏସବୁ କାର୍ଯ୍ୟକୁ ନିଷେଧ ପାଇଁ ଆଇନ ପ୍ରଣୟନ କରାଯାଇଛି। ଆଇନକୁ ଯିଏ ମାନୁନାହିଁ କି ମାନିବ ନାହିଁ ତାଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଉପଯୁକ୍ତ ଦଣ୍ଡବିଧାନ ମଧ୍ୟ ରହିଛି। ହେଲେ ଯେଉଁମାନେ ଆଇନକୁ ମାନୁନାହାନ୍ତି, ଶାସନ ନା ପ୍ରଶାସନ ନା ସରକାରୀ କଟକଣା ସେଇସବୁ ଅମାନିଆମାନଙ୍କୁ କ’ଣ ଜବତ କି ସାବାଡ଼ କରିପାରୁଛି କି?
ଏବେକାର କଥା। ଦିନକୁଦିନ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ଓ ମାତ୍ରାଧିକ ଶବ୍ଦ ପ୍ରଦୂଷଣରେ ରୋକ ଲଗେଇବା ଉଦ୍ଦେଶ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ଦୀପାବଳି ଓ କାଳୀପୂଜାରେ ବାଣ ଫୁଟାଇବା ଓ ଆତସବାଜି ବ୍ୟବହାର କରିବା ଉପରେ କଟକଣା ଜାରି କଲେ। ହେଲେ ଆଶ୍ଚର୍ଯ୍ୟ, ଏ କଟକଣାକୁ ଅମାନ୍ୟ କରି ଅମାନିଆମାନେ ମନଇଚ୍ଛା ବାଣ ଫୁଟାଇ ବାୟୁମଣ୍ଡଳକୁ ଅତ୍ୟଧିକ ବିଷାକ୍ତ ଓ ପ୍ରଦୂଷିତ କରିଦେଲେ। କ୍ଷୋଭ ଓ ପରିତାପର ବିଷୟ, ଜନକଲ୍ୟାଣ ପାଇଁ ଦେଶର ନ୍ୟାୟପାଳିକା ଯେଉଁ କାର୍ଯ୍ୟ ଉପରେ ନିଷେଧାଜ୍ଞା କି କଟକଣା ଜାରି କରୁଛନ୍ତି, ସେସବୁର ପ୍ରୟୋଗ ଓ କାର୍ଯ୍ୟକାରିତାକୁ ନେଇ ଘୋର ସନ୍ଦେହ ଓ ପ୍ରଶ୍ନ ସୃଷ୍ଟି ହେଉଛି। ତେଣୁ ବିରାଟ ବ୍ୟବଧାନ ରହୁଛି, ନ୍ୟାୟାଳୟର ନିଷେଧାଜ୍ଞା ଓ ତା’ର ପ୍ରୟୋଗ ବା କାର୍ଯ୍ୟସମ୍ପାଦନ ଭିତରେ।
ବର୍ତ୍ତମାନର ପରିସ୍ଥିତି ଯାହା, ସାମାଜିକ ବିଧିବ୍ୟବସ୍ଥା, ଚଳଣି, ପରମ୍ପରା, ସଭ୍ୟତା, ସଂସ୍କୃତି, ଆଚାର ବିଚାର, ଦେଶର ଆଇନକାନୁନ, ନ୍ୟାୟିକ କଟକଣାକୁ କେହି ନିଷ୍ଠାର ସହ ମାନୁନାହାନ୍ତି। ଉଦ୍‌ବେଗର ବିଷୟ ହେଲା, ସମ୍ପର୍କ ଦାୟରେ କେହି କାହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ପତ୍ନୀ ମାନୁନାହିଁ ପତିଙ୍କୁ, ପତି ମଧ୍ୟ ମାନୁନାହିଁ ପତ୍ନୀଙ୍କୁ। ପୁଅ ବାପାଙ୍କୁ, ବାପା ପୁଅଙ୍କୁ, ପ୍ରେମିକ ପ୍ରେମିକାଙ୍କୁ, ପ୍ରେମିକା ପ୍ରେମିକଙ୍କୁ, ଗୁରୁ ଶିଷ୍ୟଙ୍କୁ, ଶିଷ୍ୟ ଗୁରୁଙ୍କୁ, ନେତା ଜନତାଙ୍କୁ, ଜନତା ନେତାଙ୍କୁ, ଚାକର ମାଲିକଙ୍କୁ, ମାଲିକ ଚାକରଙ୍କୁ, କର୍ମଚାରୀ କର୍ତ୍ତୃପକ୍ଷଙ୍କୁ, କର୍ତ୍ତୃପକ୍ଷ କର୍ମଚାରୀଙ୍କୁ, ଶ୍ରୋତା ବକ୍ତାଙ୍କୁ, ବକ୍ତା ଶ୍ରୋତାଙ୍କୁ ଏମିତି ଏମିତି କେହି କାହାରିକୁ ମାନୁନାହାନ୍ତି। ଯାହା ଫଳରେ ସମ୍ପର୍କରେ ସୃଷ୍ଟି ହେଉଛି ସଙ୍କଟ, ଆଚାର ବିଚାର ଓ ଭାବର ଆଦାନପ୍ରଦାନରେ ସୃଷ୍ଟି ହେଉଛି ଚରମ ବିଭ୍ରାଟ!
ଗୋଟିଏ ପଟେ ପ୍ରଚଳିତ ବ୍ୟବସ୍ଥା ଓ ଚଳଣିରେ ଦେଖାଦେଉଥିବା ତ୍ରୁଟିବିଚ୍ୟୁତି, ବିଲକ୍ଷଣ, ବ୍ୟତିକ୍ରମରେ ସଂଶୋଧନ ସୁଧାର, ସଂସ୍କାର ଆଣିବା ପାଇଁ ଆଇନ ପ୍ରଣୟନ ଓ ନିଷେଧାଜ୍ଞା ଜାରି ହେଉଥିବା ବେଳେ ଅନ୍ୟପଟେ ଦିନକୁଦିନ ଆମ ସମାଜରେ ଆଇନ ଅମାନ୍ୟକାରୀ ଓ ନିଷେଧାଜ୍ଞା ଉଲ୍ଲଂଘନକାରୀ ଅମାନିଆମାନଙ୍କ ସଂଖ୍ୟା ବଢ଼ିଚାଲିଛି। ଆଜ୍ଞା, ଇଏ ବଡ଼ ବିଷମ ପରିସ୍ଥିତି ନୁହେଁ କି ?
ମୋ: ୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri