ବଡ଼ ଜମା-ଉଠାଣ ଲାଗି ଜରୁରୀ ହେବ ଆଧାର

ନୂଆଦିଲ୍ଲୀ,୨୩-୭: କଳାଧନ ଉପରେ ଲଗାମ ଲଗାଇବାକୁ ଯାଇ କେନ୍ଦ୍ର ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାର ସିଧାସଳଖ ପ୍ରଭାବ ସାଧାରଣରେ ଦେଖାଯିବ। ବ୍ୟାଙ୍କ ଆକାଉଣ୍ଟରୁ ବାର୍ଷିକ ଏକ ନିର୍ଦ୍ଧାରିତ ରାଶି ବାହାରେ ଉଠାଣ ଏବଂ ଜମା କରିବା କ୍ଷେତ୍ରରେ ପାନ୍‌ ଦେବା ଯଥେଷ୍ଟ ହେବ ନାହିଁ। ବଜାରରେ ନଗଦ ଅର୍ଥର ପ୍ରବାହକୁ କମାଇବାକୁ ଯାଇ ସରକାର ବଡ଼ ଧରଣର ଜମା ଓ ଉଠାଣର ଆଧାର ପ୍ରାମାଣିକତାକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ଜଣେ ବ୍ୟକ୍ତି ବାୟୋମେଟ୍ରିକ ଟୁଲ୍‌ ଅଥବା ଓ୍ବାନ୍‌ ଟାଇମ ପାଶଓ୍ବର୍ଡ ବ୍ୟବହାର କରି କଓ୍ବୋଇସି ତିଆରି କରିପାରିବେ। ନିର୍ଦ୍ଧାରିତ ସୀମା ଟପିବା ମାତ୍ରେ ଜମାକାରୀଙ୍କୁ ଆଧାର ପ୍ରାମାଣିକତା ଦେବା ଜରୁରୀ ହେବ।
ଫାଇନାନ୍ସିଆଲ ବିଲ୍‌ରେ ଦିଆଯାଇଥିବା ସଂଶୋଧନ ପ୍ରସ୍ତାବ ଅନୁଯାୟୀ, ଆଧାର ପରିସରକୁ ଅଧିକ ବ୍ୟାପକ କରାଯିବ। ଏପରିିକି ନିର୍ଦ୍ଧାରିତ ସୀମାଠାରୁ ଅଧିକ ବିଦେଶୀ ମୁଦ୍ରା କିଣିବା କ୍ଷେତ୍ରରେ ମଧ୍ୟ ଆଧାର ନମ୍ବର ପ୍ରଦାନ କରିବା ଜରୁରୀ ହେବ। ଅଦ୍ୟାବଧି ପାନ୍‌ ତଥ୍ୟ ପ୍ରଦାନ କରିବା ଯଥେଷ୍ଟ ରହିଛି। ଫାଇନାନ୍ସିଆଲ ବିଲ୍‌ରେ ସଂଶୋଧନ ପ୍ରସ୍ତାବ ଅନୁଯାୟୀ, ସମ୍ପତ୍ତି କିଣାବିକା କ୍ଷେତ୍ରରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ପରେ କେବଳ ଆଧାର କିମ୍ବା ପାନ୍‌ ନମ୍ବର ଦେବା ଯଥେଷ୍ଟ ହେବ ନାହିଁ। ସମ୍ପତ୍ତିର ପଞ୍ଜୀକରଣ ବେଳେ ଏହାର ମୂଲ୍ୟ ଆଧାର ପ୍ରାମାଣିକତା ହେବା ଆବଶ୍ୟକ ହେବ। ଜଣେ ଅଧିକାରୀ କହିଛନ୍ତି ଯେ, ନିର୍ଦ୍ଧାରିତ ସୀମା କେତେ ହେବ ସେ ସମ୍ପର୍କରେ ବିଚାର କରାଯାଉଛି। ତେବେ ଏହାକୁ ଏଭଳି ଏକ ସ୍ତରରେ ନିର୍ଦ୍ଧାରଣ କରାଯିବ ଯାହାଦ୍ୱାରା ଲୋକଙ୍କୁ ଅସୁବିଧାରେ ନ ପକାଇ ସରକାର ଏହି ଟଙ୍କା ଉପରେ ସହଜରେ ନଜର ରଖିପାରିବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି। ନିର୍ଦ୍ଧାରିତ ସୀମା ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ବାୟୋମେଟ୍ରିକ ଟୁଲ୍‌ କିମ୍ବା ଓଟିପି ଜରିଆରେ ବାଧ୍ୟତାମୂଳକ ଆଧାର ପ୍ରାମାଣିକତା ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ପାଇଁ ସୀମା ୨୦ରୁ ୨୫ ଲକ୍ଷ ଟଙ୍କା ବାର୍ଷିକ ଧାର୍ଯ୍ୟ କରାଯାଇପାରେ ବୋଲି ସେ କହିଛନ୍ତି। ଅଧିକାରୀଙ୍କ କହିବାନୁଯାୟୀ ଏହା ଅତ୍ୟନ୍ତ ଜରୁରୀ ହୋଇପଡିଛି। କାରଣ ବହୁ ଧନାଢ଼୍ୟ ଜମାକାରୀ ଉଚ୍ଚ ପରିମାଣର ଜମା ଓ ଉଠାଣ ବେଳେ ଜାଲ୍‌ ପାନ୍‌ କାର୍ଡ ଦେଉଥିବାର ଜଣାପଡିଛି। ଫଳରେ ଏହି ଟଙ୍କାର ଉତ୍ସ ଧରିବା ସରକାରଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ପ୍ରାମାଣିକତା ଜରୁରୀ କରିବା ଦ୍ୱାରା ଜାଲ୍‌ ଆଧାର କିମ୍ବା ପାନ୍‌ ଧରିବା ସହଜ ହେବ। ଏହା ଶତ ପ୍ରତିଶତ ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ସୁଦ୍ଧା ଜାଲିଆତି ରୋକିବାରେ ଏହା ସହାୟତା କରିବ। ଆଗାମୀ ଦିନରେ ଏକ ନିର୍ଦ୍ଦିଷ୍ଟ ସୀମା ଠାରୁ ଅଧିକ ନେଣଦେଣ ହେବା ମାତ୍ରେ ଏହାର ଆଧାର ପ୍ରାମାଣିକତା କରିବାକୁ ହେବ। ତେବେ ଛୋଟ ଛୋଟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବ୍ୟାଙ୍କ ସହ କାରବାର କରୁଥିବାରୁ ସେମାନଙ୍କର ଅସୁବିଧା ଦୂର କରିବା ଲାଗି ଏକ ଭିନ୍ନ ପନ୍ଥା ଆପଣାଯିବ ବୋଲି ସେ କହିଛନ୍ତି। ବ୍ୟାଙ୍କକୁ ନଗଦ ଜମା ପାଇଁ ଯାଉଥିବା ଦୋକାନ ମାଲିକଙ୍କ କ୍ଷେତ୍ରରେ ଏକ ଭିନ୍ନ ପ୍ରାମାଣିକତା ବ୍ୟବସ୍ଥା ଆପଣାଯିବ ବୋଲି ସେ କହିଛନ୍ତି। ବଡ଼ ଧରଣର ନଗଦ କାରବା କଳାଧନ ସୃଷ୍ଟି କରୁଥିବାରୁ ଏହାକୁ ରୋକିବା ଲାଗି ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି। କଳାଧନର ସ୍ରୋତ ସମ୍ପର୍କରେ ଜାଣିବା ଲାଗି ପ୍ରୟାସ ଜାରି ରହିଥିବା ବେଳେ ବଡ଼ ମାତ୍ରାରେ ଗହଣା, ଘଣ୍ଟା, ସମ୍ପତ୍ତି ଆଦି କିଣିବା କ୍ଷେତ୍ରରେ ନଗଦ କାରବାର ଉପରେ ସରକାର ଦୃଷ୍ଟି ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri