ବଡ ବୋଦସା ଗ୍ରାମରେ ଗୋଷ୍ଠୀ ସଂଘର୍ଷ: ୧୧ଜଣଙ୍କ ନାମରେ ମାମଲା ରୁଜୁ

ନୟାଗଡ ଅଫିସ/ଖଣ୍ଡପଡା,୪ା୪(ସ୍ୱ.ପ୍ର):ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୟାଗଡ ଜିଲା ଖଣ୍ଡପଡା ଥାନାର ବଡବୋଦସା ଗ୍ରାମରେ ଗୁରୁବାର ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଉଭୟ ପକ୍ଷର ୫ଜଣ ସାମାନ୍ୟ ଆହତ ହୋଇଛନ୍ତି । ଉଭୟଙ୍କ ପକ୍ଷରୁ ଶୁକ୍ରବାର ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ୧୧ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ପ୍ରାପ୍ତ ସୂଚନା ଅନୁସାରେ ବଡବୋଦସା ଗ୍ରାମର ଭଗବାନ ବାରିକଙ୍କ ପରିବାରର ସଦସ୍ୟମାନଙ୍କୁ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ । ଭଗବାନଙ୍କ ଲିଖିତ ଅଭିଯୋଗକ୍ରମେ ପୋଲିସ ପ୍ରତାପ ଖୁଣ୍ଟିିଆ, କାଠିଆ ଖୁଣ୍ଟିିଆ, ଅନନ୍ତ ଖୁଣ୍ଟିିଆ, ସ୍ୱପ୍ନେଶ୍ୱର ଖୁଣ୍ଟିିଆ, କାର୍ତିକ ପଢିଆରୀ, ସୁମନ୍ତ ପଢିଆରୀ ପ୍ରମୁଖ ୬ଜଣଙ୍କ ନାମରେ ୯୬/୨୦ରେ ମାମଲା ରୁଜୁ କରିଥିଲା । ଅନାମ ଚରଣ ଖୁଣ୍ଟିଆଙ୍କ ପାଲଟା ଅଭିଯୋଗ କ୍ରମେ ପୋଲିସ ଭଗବାନ ବାରିକ, ସନ୍ତୋଷ ବାରିକ, ଲିଟୁ ବାରିକ, ନବେଇ ବାରିକ, ପ୍ରମିଳା ବାରିକ ପ୍ରମୁଖ ୫ଜଣଙ୍କ ନାମରେ ୯୭/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି । ତେବେ କାହାରିକୁ ଗିରଫ କରି ପାରି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୧।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?