ବଙ୍ଗୀୟ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ନିଖୋଜ: ୨୦ଘଣ୍ଟା ପରେ ଅଭୟାରଣ୍ୟ ନିକଟରୁ ଉଦ୍ଧାର

ସଜନାଗଡ଼,୧୩।୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିଥାଏ। ମଙ୍ଗଳବାର ଜଣେ ବଙ୍ଗୀୟ ପର୍ଯ୍ୟଟକ ପରିବାର ସହ ପାହାଡ଼ର ପ୍ରାକୃତିକ ପରିବେଶକୁ ଉପଭୋଗ କରି ଫେରୁଥିବାବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୨୦ଘଣ୍ଟା ପରେ ଅଭୟାରଣ୍ୟ ନିକଟରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, ନିଖୋଜ ପର୍ଯ୍ୟଟକ ଜଣକ ପଶ୍ଚିମବଙ୍ଗର ନଦିଆ ଜିଲା ଅଧୀନ କଲ୍ୟାଣୀ ଗ୍ରାମର ଅରିନ୍ଦମ ମୁଖାର୍ଜୀ ତାଙ୍କ ପରିବାର ଓ ବନ୍ଧୁଙ୍କୁ ନେଇ ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ୧୦ତାରିଖରେ ବୁଲି ଆସିଥିଲେ। ତାଙ୍କ ସହ ସ୍ତ୍ରୀ ଝୁମ୍ପା ମୁଖାର୍ଜୀ, ପୁତ୍ର ସରୋଦୀପ ଏବଂ ଅରିନ୍ଦମଙ୍କ ସାଙ୍ଗ ସୌରଭନାଥ ଓ ତାଙ୍କ ସ୍ତ୍ରୀ ରିପୁଲ ଦାସ ସାଥିରେ ଥିଲେ। ପଞ୍ଚଲିଙ୍ଗେଶ୍ୱରରେ ସେମାନେ ପହଞ୍ଚି ଏକ ହୋଟେଲ୍‌ରେ ରହିଥିଲେ। ମଙ୍ଗଳବାର ପୂର୍ବାହ୍ନ ୧୦ଟା ସମୟରେ ଅରିନ୍ଦମଙ୍କ ତାଙ୍କ ସହ ଅନ୍ୟ ୪ଜଣଙ୍କୁ ନେଇ ଶୈବପୀଠକୁ ବୁଲି ଯାଇଥିଲେ। ଭ୍ରମଣ କରି ଫେରୁଥିବାବେଳେ ଅରିନ୍ଦମ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଅରିନ୍ଦମଙ୍କୁ ବହୁତ ଖୋଜିଥିଲେ। ଖୋଜିବାରେ ସଫଳ ନ ହେବାରୁ ସେଠାରୁ ଫେରି ଆସି ହୋଟେଲ ମାଲିକଙ୍କ ସହ ଆଲୋଚନା କରି ମଙ୍ଗଳବାର ଅପରାହ୍ନରେ ଫରେଷ୍ଟ ଏବଂ ଥାନାକୁ ଖବର ଦେବା ସହିତ ସନ୍ଧ୍ୟାରେ ପୁଣି ଖୋଜାଖୋଜି କରି ନିରାଶ ହୋଇ ଫେରିଥିଲେ। ବୁଧବାର ପୂର୍ବାହ୍ନରେ ପରିବାରବର୍ଗ ପ୍ରଶାସନ ସହାୟତାରେ ଖୋଜୁଥିଲେ। ଅରିନ୍ଦମ ରାତିରେ ଜଙ୍ଗଲରେ ରହିଥିବାବେଳେ ସୂର୍ଯ୍ୟୋଦୟ ପରେ ଆଗକୁ ଯାଇ କୁଲଡ଼ିହା ପାଦଦେଶର ବାବନ୍ଧ ଅଞ୍ଚଳର ଡେଉଁଖୋଲରେ ପହଞ୍ଚିଥିଲେ। ସେଠାକାର ଲୋକଙ୍କ ସହ ବାଟ ହୁଡ଼ି ଯାଇଥିବା ଜଣାଇବା ସହ ଗ୍ରାମବାସୀଙ୍କ ମୋବାଇଲ୍‌ରୁ ପରିବାରବର୍ଗଙ୍କୁ ଫୋନ୍‌ କରି ଏବିଷୟରେ ଅବଗତ କରିଥିଲେ। ପରେ ପରିବାରବର୍ଗ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହୋଟେଲ୍‌କୁ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍‌ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର

ବସ୍ତା,୫ା୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଗାନ୍ଧୀ ଛକଠାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି। ଏହି ଚଢ଼ାଉରେ ବାଲିଆପାଳରୁ…

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର: ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି, ୪।୧୧ (ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ବୁଧବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି କୁଲଡିହା ଅଭୟାରଣ୍ୟ। ପ୍ରଥମ…

ମହିଳାଙ୍କଠାରୁ ମୋବାଇଲ୍‌ ଛଡ଼ାଇବାକୁ ନେଇ ଯୁବକଙ୍କୁ ହତ୍ୟା

ବାରିପଦା, ୩।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଚାଉଁରାଡି ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ମୋବାଇଲ୍‌ ଛଡ଼ାଇବା ଘଟଣାକୁ କେନ୍ଦ୍ର…

ଭଞ୍ଜପୁର ପୋଲିସକୁ ବଡ଼ ସଫଳତା: କାର୍‌ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

ବାରିପଦା, ୩/୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ଭଞ୍ଜପୁର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?