ବଙ୍ଗଳା ଫିଲ୍ମରେ ‘ରଙ୍ଗବତୀ’

ଭୁବନେଶ୍ୱର,୧୬।୭(ବ୍ୟୁରୋ): ହିନ୍ଦୀ ପରେ ବଙ୍ଗଳା ସିନେମାରେ ସ୍ଥାନ ପାଇଛି ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ। ୭୦ ଦଶକର ପ୍ରସିଦ୍ଧ ଏହି ଗୀତକୁ ଶ୍ରୋତାମାନେ ତେଲୁଗୁ ଓ ହିନ୍ଦୀ ଭାଷାରେ ଶୁଣିବା ପରେ ଏବେ ବଙ୍ଗଳା ଭାଷାରେ ଶୁଣିବାର ଅବସର ପାଇବେ। ଅକ୍ଷୟ ପରିଜାଙ୍କ ଦ୍ୱାରା ପ୍ରଯୋଜିତ ଓ ଶିବପ୍ରସାଦ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ବଙ୍ଗଳା ଫିଲ୍ମ ‘ଗୋତ୍ର’ରେ ସମ୍ପୂର୍ଣ୍ଣ ନିଆରା ଶୈଳୀରେ ସ୍ଥାନପାଇଛି ରଙ୍ଗବତୀ ଗୀତ। ଗୀତକୁ ବଙ୍ଗଳାରେ ଅନୁବାଦ କରାଯାଇଥିବା ବେଳେ ଏହାର ସ୍ବର, ତାଳ ଓ ଲୟ ସବୁକିଛି ରଙ୍ଗବତୀ ଗୀତର ମୌଳିକତାକୁ ଅକ୍ଷୁଣ୍ଣ ରଖିଛି। ଏପଟେ ଗୀତ ରିଲିଜ ହେବାର ମାତ୍ର କିଛି ସମୟ ମଧ୍ୟରେ ଏହା ୟୁଟ୍ୟୁବ୍‌ରେ ସୁପରହିଟ୍‌ ହୋଇଛି।
ବଙ୍ଗଳା ସିନେମାରେ ସମ୍ବଲପୁରୀ ଗୀତ ରଙ୍ଗବତୀର ପରିକଳ୍ପନା କେହି କରି ନଥିଲେ ସୁଦ୍ଧା ଏହା ବାସ୍ତବତାର ରୂପ ନେଇଛି। ବଙ୍ଗଳା ସିନେମା ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପ୍ରୟାସରେ ଏହା ସମ୍ଭବ ହୋଇଛି। ପ୍ରାୟ ୪ ମିନିଟ ୩୦ ସେକେଣ୍ଡର ଏହି ଗୀତରେ ଓଡ଼ିଆ ଏବଂ ବଙ୍ଗଳା ସଂସ୍କୃତି, ପରମ୍ପରାରେ ରହିଥିବା ସମନ୍ବୟକୁ ଅତି ଚିତ୍ତାକର୍ଷକ ଶୈଳୀରେ ଦର୍ଶାଯାଇଛି। ସମୁଦ୍ରକୂଳରେ ଶୁଟିଂ ହୋଇଥିବା ଏହି ଗୀତରେ ଓଡ଼ିଶାର ପାରମ୍ପରିକ ଘୁମୁରା, ଘୋଡା ନାଚ, ନାଗା ମେଢ, ପଶୁମୁଖା ନୃତ୍ୟ, ଡାଲଖାଇ ନୃତ୍ୟ ଦେଖିବାକୁ ମିଳିଛି। ଏହାସହ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟର ଝଲକ ମଧ୍ୟ ଏଥିରେ ଦେଖିବାକୁ ପାଇଛନ୍ତି ଦର୍ଶକ। ରସଗୋଲା ହେଉ କି ଭାଷା ବିତର୍କ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ଅଧିକାଂଶ ସମୟରେ ବିବାଦ ଦେଖାଦେବା କିଛି ନୂଆକଥା ନୁହେଁ। ହେଲେ ପ୍ରଥମଥର ପାଇଁ ଉଭୟ ରାଜ୍ୟର କଳା, ସଂସ୍କୃତିକୁ ଗୋଟିଏ ପରଦାରେ ଦେଖିବାକୁ ମିଳିବା ନିଶ୍ଚୟ ନୂଆକଥା।
୨୦୧୫ରେ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ବିଜେତା ଫିଲ୍ମନିର୍ମାତା ନୀଳମାଧବ ପଣ୍ଡାଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ଫିଲ୍ମ ‘କନ୍‌ କିତନେ ପାନିମେ’ରେ ରଙ୍ଗବତୀ ସ୍ଥାନ ପାଇଥିଲା। ‘ରଙ୍ଗ୍‌ ଦେ ବସନ୍ତୀ’ ଷ୍ଟାର୍‌ କୁନାଲ କପୁର ଏବଂ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ସହ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କୁ ରଙ୍ଗବତୀର ତାଳେ ତାଳେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ଗୀତକୁ ହିନ୍ଦୀ ଭାଷାରେ ରୂପାନ୍ତରିତ କରାଯାଇଥିଲେ ମଧ୍ୟ ଏହାର ତାଳ, ଲୟ ଏବଂ ମର୍ମକୁ ଅକ୍ଷୁଣ୍ଣ ରଖାଯାଇଥିଲା। ସେଥିରେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥିବାବେଳେ ପଶ୍ଚିମ ଓଡ଼ିଶାର ଝଲକ ଦେଖିବାକୁ ମିଳିଥିଲା। ୧୯୭୯ରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ସୁରମାଳିକା କାର୍ଯ୍ୟକ୍ରମରେ ରଙ୍ଗବତୀ ଗୀତକୁ ପରିବେଷଣ କରାଯିବା ପରେ ଏହି ଗୀତଟି ଅଜସ୍ର ଲୋକପ୍ରିୟତା ହାସଲ କରିଥିଲା। ଏହାପରେ ବିବିସି ଏବଂ ଭଏସ୍‌ ଅଫ୍‌ ଆମେରିକା ଭଳି ଅନ୍ତର୍ଜାତୀୟ ରେଡିଓ ଷ୍ଟେଶନରେ ଏହି ଗୀତକୁ ପରିବେଷଣ କରାଯାଇଥିଲା। ଏହାସହ ବିଭିନ୍ନ ସ୍ଥାନରେ ରଙ୍ଗବତୀ ବ୍ୟବହୃତ ହୋଇ ଶ୍ରୋତାଙ୍କ ଆଦର ସାଉଁଟି ଥିଲା। ୨୦୦୨ରେ ତେଲୁଗୁ ଫିଲ୍ମ ‘ଶ୍ରୀରାମ’ରେ ରଙ୍ଗବତୀ ଶୁଣିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri