ବକେୟା ୧୦ପ୍ରତିଶତ ଦରମା ପାଇବେ ସରକାରୀ କର୍ମଚାରୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): କେନ୍ଦ୍ର ସରକାର ଗତ ୧ ଜାନୁୟାରୀ ୨୦୧୬ରୁ ସରକାରୀ କର୍ମଚାରୀଙ୍କ ପାଇଁ ୭ମ ବେତନ କମିଶନ ଲାଗୁ କରିଥିଲେ, ଯାହା ଓଡ଼ିଶା ସରକାର ସେପ୍ଟେମ୍ବର ୨୦୧୭ରେ ଘୋଷଣା କରି ପିଛିଲା ଭାବେ ୧ ଜାନୁୟାରୀ ୨୦୧୬ରୁ ଲାଗୁ କରାଯିବା ନେଇ କହିଥିଲେ। ତେବେ ୨୦୧୬ ଜାନୁୟାରୀରୁ ଘୋଷଣା କରାଯାଇଥିବା ତାରିଖ ମଧ୍ୟରେ ରାଜ୍ୟ ସରକାରଙ୍କ କର୍ମଚାରୀ ପାଇବାକୁ ଥିବା ଏରିୟର ବାବଦ ଅର୍ଥରୁ ମାତ୍ର ୪୦ ପ୍ରତିଶତ ପାଇଥିଲେ। ବାକି ୬୦ ପ୍ରତିଶତ ଏରିୟର ଏପର୍ଯ୍ୟନ୍ତ ପ୍ରଦାନ କରି ନ ଥିଲେ। ମାତ୍ର ଗୁରୁବାର ରାଜ୍ୟ ସରକାର ସମସ୍ତ ବିଭାଗର ମୁଖ୍ୟ ଏବଂ ଜିଲାପାଳମାନଙ୍କୁ ଚିଠି ଲେଖି କର୍ମଚାରୀମାନେ ପାଇବାକୁ ଥିବା ୬୦ ପ୍ରତିଶତ ବକେୟା ଦରମାରୁ ୧୦ ପ୍ରତିଶତ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ପୂର୍ବରୁ ସରକାରୀ କର୍ମଚାରୀ ୪୦ ପ୍ରତିଶତ ଏରିୟର ଟଙ୍କା ନେବା ସମୟରେ ରହିଥିବା ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ଏଥର ମଧ୍ୟ ସମାନ ନିୟମ ରହିବ। ୧୦ ପ୍ରତିଶତ ଏରିୟର ଅର୍ଥ ନେବା ସମୟରେ ସେହି ନିୟମ ଓ ସର୍ତ୍ତାବଳୀ ଅନୁସାରେ ଟଙ୍କା ନେବେ। ଏହାସହ ଯେଉଁମାନେ ୪୦ ପ୍ରତିଶତ ବକେୟା ଦରମା ପୂର୍ବରୁ ନେଇଥିବେ ସେହି କର୍ମଚାରୀମାନେ ହିଁ ବର୍ତ୍ତମାନ ଘୋଷଣା କରାଯାଇଥିବା ୧୦ ପ୍ରତିଶତ ଅର୍ଥ ଉଠାଇ ପାରିବେ। ଏହାସହ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥିବା ଓ୍ବାର୍କଚାର୍ଜଡ କର୍ମଚାରୀମାନେ ମଧ୍ୟ ୧୦ ପ୍ରତିଶତ ଏରିୟର ଅର୍ଥ ଉଠାଇପାରିବେ ବୋଲି ସରକାର ଘୋଷଣା କରିଛନ୍ତି। ମାର୍ଚ୍ଚ ୨୦ ସୁଦ୍ଧା କର୍ମଚାରୀମାନଙ୍କୁ ଏହି ଅର୍ଥ ପ୍ରଦାନ କାର୍ଯ୍ୟ ଶେଷ କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କେତେଜଣ ସରକାରୀ କର୍ମଚାରୀ ଏଭଳି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ୬୦ ପ୍ରତିଶତବକେୟା ଦରମା ଚାରିବର୍ଷ ଧରି ବାକି ରଖିବାପରେ ସେଥିରୁ ମାତ୍ର ୧୦ ପ୍ରତିଶତ ଦେବା ନିନ୍ଦନୀୟ ଘଟଣା। ଯଦି ସରକାରଙ୍କ ପାଖରେ ଦରମା ଏବଂ ମହଙ୍ଗା ଭତ୍ତା ଦେବାକୁ ଅର୍ଥର ଅଭାବ ରହିଛି, ତେବେ ଏହି ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନେଇଯାଆନ୍ତୁ ବୋଲି କର୍ମଚାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri