Posted inରାଜ୍ୟ

ବକେୟା ଦରମା ଦାବିରେ ଛଟେଇ ଶ୍ରମିକଙ୍କ ଧାରଣା

କାଳିଆପାଣି,୮ା୬(ଡି.ଏନ୍‌.ଏ.): ଇଡ଼କଲ ତୈଳଙ୍ଗୀ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବେକୟାଦରମା ପ୍ରଦାନ ଦାବିରେ ଛଟେଇ ଶ୍ରମିକମାନେ ଧାରଣା ଦେଇଛନ୍ତି। ଦୀର୍ଘ ସମୟଧରି ଧାରଣା ଜାରି ରହିଥିଲେ ମଧ୍ୟ ଧାରଣସ୍ଥଳକୁ ଖଣି କର୍ତ୍ତୃପକ୍ଷ ଆସି ନ ଥିଲେ। ଶେଷରେ ଶ୍ରମିକମାନେ ନିରାଶ ହୋଇ ଫେରିଥିବା ଜଣାପଡିଛି। ତେବେ ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରତିଦିନ ଧାରଣା ଜାରି ରହିବ ବୋଲି ଶ୍ରମିକ ଅଜିତ୍‌ ବେହେରା, ଇନ୍ଦ୍ରମଣି ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ୭ ମାସ ଧରି ତୈଳଙ୍ଗୀ ଖଣି କାର୍ଯ୍ୟ ବନ୍ଦ ରହିଥିବାବେଳେ ଠିକାସଂସ୍ଥା ନିକଟରେ କାର୍ଯ୍ୟକରୁଥିବା ଶ୍ରମିକଙ୍କୁ ଛଟେଇ କରାଯାଇଥିଲେ ମଧ୍ୟ ସେମାନଙ୍କ ବକେୟା ଦରମା ପ୍ରଦାନ କରାଯାଇ ନାହିଁ। ଏ ନେଇ ଗତ ଫେବୃଆରୀରେ ସୁକିନ୍ଦା ରିଜିୟନ କ୍ରେମାଇଟ ଖାଦାନ ମଜଦୁର ସଂଘ ପକ୍ଷରୁ ଏକ ୬ ଦଫା ଦାବିପତ୍ର ଇଡ୍‌କଲ ନିଗମର ନର୍ଦ୍ଦେଶକ ସହ ଜିଲାପାଳ, ଏସ୍‌ପି, ବିଡିଓ, ତହସିଲଦାର, ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲ। ଏହି ଦାବି ମୁତାବକ ଛଟେଇ ଶ୍ରମିକଙ୍କର ଗ୍ରାଚୁୟୁଟି, ନିଯୁକ୍ତି ସୁବିଧା, ବୋନସ ଓ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରାପ୍ୟ ପ୍ରଦାନ ସହ ନିୟମ ଅନୁଯାୟୀ ଟେଣ୍ଡର କରି ଖଣି ଖୋଲିବା, ପୂର୍ବରୁ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ବହିଷ୍କାର କରି ଏ ଓ ବି ବ୍ଲକରେ ଥିବା ଖଣି ଦ୍ୱୟକୁ ତୁରନ୍ତ କାର୍ଯ୍ୟକ୍ଷମ, ଛଟେଇ ଶ୍ରମିକଙ୍କୁ ପନଃ ନିଯୁକ୍ତି, ନିଗମ କ୍ରୋମବିଶୋଧନାଗାରକୁ ଠିକା ବଦଳରେ ନିଗମ ପରିଚାଳନା କରିବା, ଖଣି ଲିଜ୍‌ ପରିସରରେଥିବା ଜମି ପଟ୍ଟାଧାରୀକୁ ବିସ୍ଥାପିତ କରିବା, କ୍ୱାରୀ ୩କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପରି ୫ ଦାବି ସଂଘ ପକ୍ଷରୁ ନିଗମର ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଦାନ କରାଯାଇଥିଲା। ୧୫ ଦିନ ମଧ୍ୟରେ ଦାବି ପୁରଣ ନ ହେଲେ ଇଡ୍‌କଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପାଇଁ ଚେତାବନୀ ଦିଆଯାଇଥିଲା। ଏହାକୁ ନେଇ ଖଣି କର୍ତ୍ତୃପକ୍ଷ ଓ ଶ୍ରମିକ ସଂଘ ମଧ୍ୟରେ ଏକ ଦ୍ୱିପାଖିକ ଆଲୋଚନା ହୋଇଥିଲା। ଆଲୋଚନାପରେ ଇଡ୍‌କଲ ନିଗମ ପକ୍ଷରୁ ଉପସ୍ଥିତ ରହିଥିବା ଜିଏମ୍‌ ଓ ଅନ୍ୟାନ୍ୟ କର୍ମଚାରୀ ଶ୍ରମିକଙ୍କର ବକେୟା ଦରମା ଫେବୃଆରୀ ୫ରୁ ୨୦ ତାରିଖ ମଧ୍ୟରେ ପ୍ରଦାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଏ ଓ ବି ବ୍ଲ୍ଳକ ଖଣି ଖୋଲିଲେ ପୂର୍ବରୁ କାର୍ଯ୍ୟକରୁଥିବା ଛେଟେଇ କର୍ମଚାରୀଙ୍କୁ ଅଗ୍ରାଧିକାରଭିତ୍ତିରେ ନିଯୁକ୍ତି ଦିଆଯିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଇତି ମଧ୍ୟରେ ଆଲୋଚନାର ୩ ମାସ ପରେ ବି ଶ୍ରମିକଙ୍କୁ ବକେୟା ଅର୍ଥ ପ୍ରଦାନ କରାଯାଇ ନ ଥିଲା। ଏ ନେଇ ନିଗମ ଜିଏମ୍‌ ଆଶୁତୋଷ ନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri