ଫେରୁଥିବା ରାଜ୍ୟରୁ ଅନୁମତି ଆଣିବା ବାଧ୍ୟତାମୂଳକ

ଭୁବନେଶ୍ୱର,୫ା୫(ବ୍ୟୁରୋ): ଯେଉଁ ରାଜ୍ୟରୁ ଲୋକମାନେ ଓଡ଼ିଶାକୁ ଫେରୁଛନ୍ତି ସେଠାରୁ ସେମାନେ ଅନୁମତିପତ୍ର ଆଣିବା ସହିତ ଯାନବାହନର ସମ୍ପୂର୍ଣ୍ଣ ବିବରଣୀ ରାଜ୍ୟ ସରକାରଙ୍କ କୋଭିଡ୍‌ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି। ସୋମବାର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ କୋଭିଡ୍‌-୧୯ ସମ୍ପର୍କିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ଯାନବାହନ ଓଡ଼ିଶାକୁ ପ୍ରବେଶ କରିବା ବେଳକୁ ୧୨ ନିର୍ଦ୍ଧାରିତ ସୀମା ଚେକ୍‌ ପଏଣ୍ଟ ଦେଇଯିବାକୁ ପଡ଼ିବ। ଆସୁଥିବା ରାଜ୍ୟରୁ ଯଦି କୌଣସି ଅନୁମତି ପତ୍ର ନ ଥିବ ତେବେ ସମ୍ପୃକ୍ତ ଯାନକୁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପଣ୍ଡା ସୂଚନା ଦେଇଛନ୍ତି। ବାହାର ରାଜ୍ୟ ଫେରନ୍ତାଙ୍କ ତଦାରଖ ପାଇଁ ରାଜ୍ୟ ସରକାର ଏକ ଓ୍ବେବ୍‌ ପୋର୍ଟାଲ ଖୋଲିଛନ୍ତି। ସରକାରୀ କର୍ମଚାରୀମାନେ ପଞ୍ଜୀକରଣ, ଯାନବାହନ ଏବଂ ଯାତ୍ରୀମାନଙ୍କ ସମସ୍ତ ବିଷୟକୁ ଭଲଭାବେ ଯାଞ୍ଚ କରିବେ। ଏହାପରେ ଲକ୍ଷ୍ୟସ୍ଥଳକୁ ଯିବା ପାଇଁ ସୀମା ଚେକ୍‌ ପୋଷ୍ଟରେ ଓଡ଼ିଶା ମଧ୍ୟରେ କେଉଁ ଜିଲା ଓ କେଉଁ ରାସ୍ତାରେ ଯିବେ ସେ ନେଇ ସମ୍ପୂର୍ଣ୍ଣ ବିବରଣୀ ଥିବା ଏକ ଅନୁମତିପତ୍ର ପ୍ରଦାନ କରାଯିବ। ବାହାର ରାଜ୍ୟ ଫେରନ୍ତାଙ୍କ ହାତରେ ଏକ ଅଲିଭା କାଳିରେ ଷ୍ଟାମ୍ପିଂ କରାଯିବ। ଯେଉଁମାନେ ଓଡ଼ିଶା ଆସିବାକୁ ଚାହୁଁଛନ୍ତି, ସମାନେ ପୂର୍ବରୁ ପଞ୍ଜୀକରଣ କରି ନେଲେ ସୀମାରେ ଥିବା ଚେକ୍‌ ପଏଣ୍ଟରେ ଅଯଥା ବିଳମ୍ବ ହେବ ନାହିଁ। ସୁବିଧାରେ ପହଞ୍ଚିବା ନେଇ ଜିଲାପାଳ ଓ ଏସ୍‌ପି ସମସ୍ତ ବ୍ୟବସ୍ଥା କରିବେ। ଗାଡ଼ି ଚାଳକମାନଙ୍କୁ ମଧ୍ୟ ପାସ୍‌ ଇସ୍ୟୁ କରାଯିବ। ସେମାନେ ପହଞ୍ଚିବା ସ୍ଥଳରେ ନୋଡାଲ ଅଫିସରଙ୍କୁ ସେହି ପାସ୍‌ ପ୍ରଦାନ କରିବେ। କୌଣସି ପ୍ରକାର ଓଭରଲୋଡ କିମ୍ବା ଦ୍ରୁତଗତିକୁ ଅନୁମତି ଦିଆଯିବ ନାହିଁ ବୋଲି ପରିବହନ କମିଶନର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଓମ୍‌ ବିର୍ଲାଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କିଛି ବଡ଼ ହେବାକୁ ଯାଉଛି…

ନୂଆଦିଲ୍ଲୀ,୨୨।୭: ନିଟ୍-ୟୁଜି (NEET-UG) ପରୀକ୍ଷା ପେପର୍ ଲିକ୍‌କୁ ନେଇ ସଂସଦରେ ଚାଲିଥିବା ଗତିରୋଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲୋକ ସଭାରେ ଏହି ଗୁରୁତ୍ୱପୂର୍ଣ୍ଣ…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri