ଫେରିନାହାନ୍ତି ଶତାଧିକ ଦାଦନ ଶ୍ରମିକ: ସୁରଟରେ ପ୍ରବାସୀ ଓଡ଼ିଆ ସଙ୍ଗଠନର ସହାୟତା

ଭଞ୍ଜନଗର,୨୮।୩(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରି ସ୍ଥିତିରେ ଭଞ୍ଜନଗର ଅଞ୍ଚଳର ଶତାଧିକ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ଓଡ଼ିଆମାନେ ଯେଭଳି ସୁରକ୍ଷିତ ରହିବେ ସେ ନେଇ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସମେତ ପ୍ରବାସୀ ଓଡ଼ିଆଙ୍କ ସହାୟତା ମାଗିଛନ୍ତି। ସୁରଟରେ ଫସି ରହିଥିବା ଶତାଧିକ ଓଡ଼ିଆ ବହୁ ଅସୁବିଧାରେ ଅଛନ୍ତି। ଶନିବାର ସନ୍ଧ୍ୟାରେ ଶତାଧିକ ଯୁବକ ସେଠାରୁ ଓଡ଼ିଶାକୁ ଚାଲିଚାଲି ଫେରିବା ପାଇଁ ଯୋଜନା କରୁଥିଲେ। ସେଠାକାର ପ୍ରବାସୀ ଓଡ଼ିଆ ସମାଜ ସଙ୍ଗଠନ ପକ୍ଷରୁ ଏସମ୍ପଅକ୍ତ ଯୁବକମାନଙ୍କୁ ଏପରି ନ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରବାସୀ ଓଡ଼ିଆ ସଙ୍ଗଠନ ସହାୟତାରେ ସେଠାରେ ସେମାନଙ୍କ ରହିବା ବ୍ୟବସ୍ଥା କରାଯାଉଛି । କେତେକ ସ୍ଥାନରେ ରନ୍ଧାଖାଦ୍ୟ ମଧ୍ୟ ବଣ୍ଟନ କରାଯାଉଛି । ପ୍ରବାସୀ ଓଡ଼ିଆ ସମାଜର ସଭାପତି ପ୍ରଦୀପ ସାହୁ, ଶିବରାମ ନାୟକ, ପ୍ରଶାନ୍ତ ଆରୁଖ, ଜୟରାମ ଦଳେଇ, ସନ୍ତୋଷ କୁମାର ଦଳବେହେରା, ଟୁଲୁ ପାତ୍ର, ରୁନୁ ପ୍ରଧାନ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶରୁ ୧୫ଜଣ ଭଞ୍ଜନଗର ବ୍ଲକ ମୁଜାଗଡ଼ର ନିଧିଆପଲ୍ଲୀ ଆସି କୁରାଢ଼ି କାତି ବିକ୍ରି କରୁଥିଲେ। ସେମାନେ ଦୁର୍ଦ୍ଦିନରେ ଥିବା ବେଳେ ପଞ୍ଚାୟତ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । କେତେକ ସ୍ଥାନରେ ଲୋକେ ଚାଲି ଚଳାଇ ନିଜ ଭିଟାମାଟିକୁ ଫେରୁଥିବା ଦେଖାଯାଉଛି। କନ୍ଧମାଳ ଜିଲାର କିଛି ଲୋକ ଭୁବନେଶ୍ୱରରୁ ଆସି ଶନିବାର ଭଞ୍ଜନଗରରେ ପହଞ୍ଚିଛନ୍ତି । ଚାଲି ଚାଲି ରବିବାର ସେମାନେ ଗ୍ରାମରେ ପହଞ୍ଚିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ପାକିସ୍ତାନ ହୋଇଯିବ ମାଲାମାଲ: ବିଶାଳ ଭଣ୍ଡାର ମିଳିବା ପରେ ଖୁସିରେ ଗଦଗଦ ହେଲେ ଶେହବାଜ ଶରିଫ

ଇସଲାମାବାଦ୍‌,୨।୧: ପାକିସ୍ତାନ ଖାଇବର ପଖତୁନଖୱା ପ୍ରଦେଶରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ନୂତନ ଭଣ୍ଡାର ଆବିଷ୍କାର କରିଥିବା ଦାବି କରିଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖୋଲିଲା ମଣ୍ଡି: ପ୍ରଥମ ଦିନରେ ଧାନ ଦେଲେ ଏତିକି ଚାଷୀ

ପାଟଣା,୨।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ରାଜ୍ୟ ଯୋଗାଣ ନିଗମ ତରଫରୁ ଧାନ ମଣ୍ଡି ଖୋଲିଛି। ପ୍ରଥମ ଦିନରେ ପାଟଣା...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri