ଫେରିଆସିଲେ ସ୍ବାଗତ କରିବୁ: ପ୍ରିନ୍ସ ହ୍ୟାରିଙ୍କୁ ମହାରାଣୀ କହିଲେ

ଲଣ୍ଡନ,୪ା୩: ତୁମେ ଯେତେବେଳେ ବି ଫେରିଆସିବ ଆମେ ତୁମକୁ ସ୍ବାଗତ କରିବୁ। ରାଜକୀୟ ଉତ୍ତରଦାୟିତ୍ୱରୁ ଦୂରେଇ ଯାଇଥିବା ବ୍ରିଟେନର ମହାନ ରାଜବଂଶର ଅନ୍ୟତମ ଦାୟାଦ ପ୍ରିନ୍ସ ହ୍ୟାରିଙ୍କୁ ଏହା କହିଛନ୍ତି ସମ୍ରାଜ୍ଞୀ ଏଲିଜାବେଥ୍‌ ଦ୍ୱିତୀୟ। ସତେ ଯେମିତି ନିଜ ନାତି ହ୍ୟାରି ଓ ନାତୁଣୀ ବୋହୂ ମେଘାନ ମର୍କେଲଙ୍କୁ ଝୁରୁଛନ୍ତି ମହାରାଣୀ। ମଙ୍ଗଳବାର ସୋସିଆଲ ମିଡିଆ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ଟ୍ରେଣ୍ଡିଂ କରିଛି।
ଖବରକାଗଜ ‘ମେଟ୍ରୋ’ର ଏକ ଆଲେଖ୍ୟ ଅନୁସାରେ ଓ୍ବିଣ୍ଡସୋର କ୍ୟାଶେଲରେ ରବିବାର ନାତି ସହ ଏକାଠି ବସିଥିଲେ ମହାରାଣୀ। ଆସନ୍ତା ସପ୍ତାହରେ ମେଘାନଙ୍କ ଶେଷ ଆନୁଷ୍ଠାନିକ ରାୟଲ ଏନ୍‌ଗେଜ୍‌ମେଣ୍ଟ ହେବାକୁ ଥିବାବେଳେ ଏହା ପୂର୍ବରୁ ମହାରାଣୀ ଏଲିଜାବେଥ ବିଚ୍ଛେଦଜନିତ କ୍ଷତ ଉପଶମ କରିବା ପାଇଁ ନାତିଙ୍କ ସହ ୪ ଘଣ୍ଟା ଧରି ଆଲୋଚନା କରିଥିଲେ। ୩୫ ବର୍ଷୀୟ ନାତିଙ୍କୁ ୯୩ ବର୍ଷୀୟା ଜେଜେମା’ କହିଥିଲେ, ହ୍ୟାରି ତୁମେ ଯେତେବେଳେ ଚାହିଁବ ଫେରିଆସି ପାରିବ। ତୁମେ ପ୍ରତ୍ୟାବର୍ତ୍ତନ କଲେ ଆମେ ସହୃଦୟେ ସ୍ବାଗତ କରିବୁ। ସେହି ସମୟରେ ବୈଠକରେ ଦୁହିଁଙ୍କ ଛଡ଼ା ଆଉ କେହି ନ ଥିଲେ ବୋଲି ‘ଦି ସନ୍‌’ ଏକ ରିପୋର୍ଟରେ ଉଲ୍ଲେଖ କରିଛି। ଏହା ପୂର୍ବରୁ ହୋଇଥିବା ସଣ୍ଡରିଂହାମ ସମିଟରେ ସାକ୍ଷାତ ବେଳର କଥୋପକଥନରୁ ସହଜ ମନେହେଉଥିଲେ ଉଭୟେ। ହ୍ୟାରି ଏହି ଲଞ୍ଚ ମିଟିଙ୍ଗ ପାଇଁ ଅନୁରୋଧ କରିଥିଲେ। ହ୍ୟାରି ଓ ମେଘାନଙ୍କ ବ୍ରିଟେନସ୍ଥିତ ବାସଭବନ ଫ୍ରଗମୋର୍‌ଠାରୁ ପ୍ରାୟ ଦୁଇ ମାଇଲ ପଥ ଚାଲି ଚାଲି ଅତିକ୍ରମ କରିଥିଲେ। ପ୍ରକାଶ ଯେ, ଗତମାସରେ ରାଜ ଦମ୍ପତି ଡ୍ୟୁକ୍‌ ଆଣ୍ଡ ଡଚେସ୍‌ ହଠାତ୍‌ ରାଜକୀୟ ଉତ୍ତରଦାୟିତ୍ୱରୁ ମୁକ୍ତ ହୋଇ ବ୍ୟବସାୟରେ ମନୋନିବେଶ କରିବା ପାଇଁ ସ୍ଥିର କରିଥିଲେ। ଏହି ନିଷ୍ପତ୍ତିର ଘୋଷଣା ବିଶ୍ୱକୁ ଚକିତ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

୫ ଦିନ ହେଲା ଅଚଳ ହୋଇପଡିଛ BSNL ଟାୱାର, ବିନା ନେଟୱର୍କରେ ହନ୍ତସନ୍ତ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନନ୍ଦପୁର, ୧।୬( ତୁଷାର କାନ୍ତ ମହାନ୍ତି ): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତବାସୀଙ୍କୁ ମୋବାଇଲ ନେଟୱର୍କ ସେବା ଯୋଗାଇ ଦେବାକୁ ଥିବା ଏକମାତ୍ର ବିଲାପୁଟ…

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ଜମିଜମା ବିବାଦ ନେଲା ବିବାଦ ଉଗ୍ରରୂପ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ

ତୁମୁଡିବନ୍ଧ, ୧।୬(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କଦମ ପଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ…

ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ପଳାଇଲେ ବୋଲେରୋ ଚାଳକ, ମୃତ ସ୍ବାମୀଙ୍କୁ ଜଗିରହିଲେ ବୃଦ୍ଧା

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri