ଫେରନ୍ତା ବର୍ଷା ବୁଡ଼ାଇଲା

କଟକ ଅଫିସ,୧୮ା୧୦ : ବିଳମ୍ବରେ ଫେରିଛି ମୌସୁମୀ। ଫେରିବା ବାଟରେ ଜୋରରେ ବର୍ଷୁଛି। ସପ୍ତାହେ ହେବ କଟକ ସହରରେ ପ୍ରତିଦିନ ଅପରାହ୍ନରେ ବର୍ଷା ହେଉଛି। ଗୁରୁବାର ପ୍ରାୟ ୧ ଘଣ୍ଟା ଧରି ମୁଷଳ ଧାରାରେ ବର୍ଷା ହେବାରୁ ବାଦାମବାଡ଼ି, ଲିଙ୍କ୍‌ରୋଡ଼, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ, ଏସ୍‌ସିବି ମେଡ଼ିକାଲ, ମଙ୍ଗଳାବାଗ, ଏଲ୍‌ଆଇସି କଲୋନୀ, ଖ୍ରୀଷ୍ଟ କଲେଜ ଛକ, ଝୋଲାସାହି, ରାଉସାପାଟଣା, କଲେଜ ଛକ, ଷ୍ଟେଶନ ନିକଟ ସମେତ ପ୍ରାୟ ସବୁ ଅଞ୍ଚଳରେ ବର୍ଷାଜଳ ଲହଡି ମାରିଛି। ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସହରର ଡ୍ରେନ୍‌ଗୁଡ଼ିକ ସଫା ନ ହେବାରୁ ବର୍ଷାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି। ଡ୍ରେନ୍‌ ସଫେଇ ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି। ଏ ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ପୂର୍ବରୁ ଯେଉଁଭଳି ଭାବେ ବର୍ଷାପାଣି ଜମି ରହୁଥିଲା ଏବେ ସେଭଳି ହେଉନି। ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ରହେ। ସିଏମ୍‌ସି ପକ୍ଷରୁ ବିଭିନ୍ନ ଜାଗାରେ ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ କରାଯାଏ। ଅତ୍ୟଧିକ ପାଣି ଜମିବା ସମ୍ଭାବନା ଥିବାରେ ଦୁଇଟି ବଡ଼ ପମ୍ପ ବ୍ୟବହାର କରାଯାଇ ପାଣି ନିଷ୍କାସନ କରାଯାଏ। ବିଭିନ୍ନ ସ୍ଥାନରେ ପାଣି ଯେପରି ଜମି ନ ରହିବ ସେଥିପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯାଉଛି।

ଏସ୍‌ସିବିରେ ପଶିଲା ପାଣି
ବର୍ଷାଯୋଗୁ ଏସ୍‌ସିବି ମେଡିକାଲରେ ପାଣି ପଶିଛି। ମେଡିକାଲରେ ଥିବା ଏକ୍ସ-ରେ ଏବଂ ସର୍ଜରି ୱାର୍ଡରେ ପାଣି ପଶିବାରୁ ରୋଗୀମାନେ ହନ୍ତସନ୍ତ ହୋଇଛନ୍ତି। ଏଭଳି ସମସ୍ୟା ବାରମ୍ବାର ଦେଖାଦେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାନ୍ତି। ଏପରି କି ବର୍ଷା ସମୟରେ ପାଣି ଭିତରକୁ ପଶିଲେ ରଞ୍ଜନ ରଶ୍ମି ମେଶିନ ବନ୍ଦ କରି ଦିଆଯାଏ ବୋଲି ଡ୍ୟୁଟିରେ ଥିବା ଅଧିକାରୀମାନେ କହିଛନ୍ତି। ପ୍ରତିଥରଠାରୁ ଏଥର ଅଧିକ ପାଣି ଭିତରକୁ ପଶିଛି। ପୂର୍ବରୁ ଲାଇନରେ ଥିବା ରୋଗୀଙ୍କୁ ଏକ୍ସ-ରେ ରିପୋର୍ଟ ଦିଆଯାଇଛି। ଆଉ ଯେଉଁମାନେ ଥିଲେ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ରଞ୍ଜନ ରଶ୍ମି ଏବଂ ସର୍ଜରି ଓ୍ବାର୍ଡ ଦେଇ ଯାଇଥିବା ଡ୍ରେନ୍‌ ସଫା କରାଯାଇନାହିଁ। ଫଳରେ ବର୍ଷା ହେଲେ ନାଳ ପାଣି ସମେତ ବର୍ଷାପାଣି ମେଡିକାଲ ଭିତରକୁ ପଶୁଥିବା ରୋଗୀମାନେ କହିଛନ୍ତି। ବର୍ଷାପାଣି ପଶିବା ପୂର୍ବରୁ ରଞ୍ଜନ ରଶ୍ମି ବିଭାଗକୁ ବନ୍ଦ କରି ଦିଆଯାଇଥିଲା। ଏ ନେଇ ମେଡିକାଲର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି, ବର୍ଷାପାଣି ପଶିଥିବା ଖବର ଆମ ପାଖରେ ପହଞ୍ଚତ୍ଛି। ହେଲେ ରୋଗୀସେବାରେ ସେମିତି କୌଣସି ବ୍ୟାଘାତ ଘଟିନାହିଁ। ଆଗାମୀ ଦିନରେ ଯେଭଳି ପୁନର୍ବାର ପାଣି ନ ପଶିବ ସେ ଦିଗରେ ପଦକ୍ଷେପ ନେବାକୁ ଚେଷ୍ଟା ଜାରି ରହିଛି।

ଜଳମଗ୍ନ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ
ବର୍ଷା ଯୋଗୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଆଣ୍ଠୁଏ ଉଚ୍ଚତାର ପାଣି ଲହଡି ଭାଙ୍ଗୁଛି। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଡ୍ରେନ୍‌ରୁ ଆବର୍ଜନା ସଫା କରାଯାଉ ନାହିଁ। ଫଳରେ ବର୍ଷାଜଳ ନିଷ୍କାସନ ହେବାରେ ସମସ୍ୟା ସୃଷ୍ଟି ହୋଇଛି। ଏଥିଯୋଗୁ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟ ପରିସରରୁ ବାହାରକୁ ଯିବାରେ ଅସୁବିଧା ହେଉଛି। ପୂର୍ବରୁ ଅନେକ ସମୟରେ ଏପରି ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କତ୍ତୃର୍ର୍ପକ୍ଷଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ପ୍ରାର୍ଥିପତ୍ର ଦାଖଲ କଲେ ପରିଣୀତା ମିଶ୍ର

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ପରିଣୀତା ମିଶ୍ର ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି । ଏହି...

ଭଟଲି ଆସନ ପାଇଁ ନାମାଙ୍କନ ଭରିଲେ ବ୍ରହ୍ମାନନ୍ଦ ମହାକୁଡ଼

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ବ୍ରହ୍ମାନନ୍ଦ ମହାକୁଡ଼ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri