ଫୁଲଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଗଞ୍ଜାମ ମହିଳା

ସନ୍ତୋଷ ପାଢୀ ଛତ୍ରପୁର,୨୦ା୩(ଡି.ଏନ୍‌.ଏ.) – ମହିଳା ସବୁ କ୍ଷେତ୍ରରେ ଆଗକୁ ଯାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛନ୍ତି।  ଏପରିକି ପୁରୁଷଙ୍କୁ ମଧ୍ୟ କେତେକ କ୍ଷେତ୍ରରେ ପଛରେ ପକାଇ ଚର୍ଚ୍ଚାକୁ ଆସୁଛନ୍ତି। ଗଁ।ରେ ଥିବା ମହିଳାମାନେ ସଂଘ କରି ଏବେ ବିଭିନ୍ନ କ୍ଷେତ୍ରରେ ଜୀବିକା ଅର୍ଜନ କରୁଛନ୍ତିି। ରାଜ୍ୟରେ ଗଞ୍ଜାମ ଜିଲାର ମହିଳା ସଂଘ ଏକ ସ୍ବତନ୍ତ୍ର ପରିଚୟ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟଠାରୁ ଆରମ୍ଭ କରି ଜାତୀୟସ୍ତରରେ ଜିଲାର ମହିଳା ସଂଘ ଗୁଡିକ ପୁରସ୍କୃତ ଓ ସମ୍ମାନିତ ହେବାରେ ଲାଗିଛନ୍ତି। ଜାତୀୟ ଜୀବିକା ମିଶନ ଓ ଓଡିଶା ଜୀବିକା ମିଶନ ଏମାନଙ୍କୁ ଶକ୍ତିଶାଳୀ କରିବାରେ ସହାୟତା ଦେଇ ଆସୁଛନ୍ତି। ଏବେ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁରରୁ କିଛି ଦୂରରେ ଥିବା ଭିକାରିପଲ୍ଲୀ ପଞ୍ଚାୟତ ନୂଆପଲ୍ଲୀ, ଜଗତପଲ୍ଲୀ ଓ କେଉଟପଲ୍ଲୀର ମହିଳା ସଂଘଗୁଡିକ ଏବେ କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବାହାର ଦେଶରେ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି। ଉକ୍ତ ଗଁାର ମହିଳା ସଂଘଗୁଡିକ ଫୁଲ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତିି। ଗୋଲାପ ଫୁଲଠାରୁ ଆରମ୍ଭ କରି ଜାରବେରା ଓ ଅର୍କିଡ୍‌ ଭଳି ଦାମୀ ଫୁଲ ଚାଷ କରୁଛନ୍ତି। ଏହି ଫୁଲ ଚାଷକୁ ଦେଖିବା ପାଇଁ ରାଜ୍ୟ ତଥା ବାହାରର ପ୍ରତିନିଧି ଦଳ, କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ଓ ବିଶ୍ୱସ୍ତରୀୟ ପ୍ରତିନିଧି ଦଳ ଏଠାକୁ ଆସି ଏହାର ପରିଦର୍ଶନ କରିଛନ୍ତି। ଗଲାବେଳେ ଉକ୍ତ ମହିଳା ସଂଘର ଏହି କାର୍ଯ୍ୟକୁ ନେଇ ପ୍ରଶଂସା କରିବାକୁ କେହି ଭୁଲିନାହାନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ୍‌ କରି ଏହାକୁ ପ୍ରଶଂସା କରିଛନ୍ତି। ଓଡିଶା ଜୀବୀକା ମିଶନ ପକ୍ଷରୁ ଉକ୍ତ ମହିଳା ସଂଘକୁ ଫୁଲ ଚାଷ କରିବାକୁ ପ୍ରୋତ୍ସାହନ ଦେବା ସହ ବ୍ୟାଙ୍କ ଋଣ ଓ ସବ୍‌ସିଡି ଯୋଗାଇବାରେ ସହାୟତା କରାଯାଇଥିବା ବିପିଏମ୍‌ ମାନିନୀ ଜେନା କହିଛନ୍ତି। ଭିକାରିପଲ୍ଲୀ ପଞ୍ଚାୟତ ନୂଆପଲ୍ଲୀର ମା’ ଗ୍ରାମଦେବତୀ ମହିଳା ସଂଘରେ ୧୦ ସଦସ୍ୟା ଅଛନ୍ତି। ୪୦୦ ବର୍ଗମିଟରରେ ଗୋଲାପ ଚାଷ କରିଛନ୍ତି। ୪ ଲକ୍ଷ ୪ ହଜାର ୨୬୦ ଟଙ୍କା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି। ସେଥିରୁ ୨ ଲକ୍ଷ ୯ ହଜାର ୨୮୦ ଟଙ୍କା ସବ୍‌ସିଡି ମିଳିଛି। ଆନ୍ଧ୍ର ବ୍ୟାଙ୍କରୁ ଏହି ଗୋଲାପ ଫୁଲ ଚାଷ ପାଇଁ ୧ ଲକ୍ଷ ଟଙ୍କା ଋଣ ମିଳିଥିବା ସୂଚନା ମିଳିଛି। ସେହିପରି ନୂଆପଲ୍ଲୀର ମା’ ବାଳକୁମାରୀ ମହିଳା ସଂଘ ଓ ମା’ ଭୌରବୀ ମହିଳା ସଂଘ ମଧ୍ୟ ପୃଥକ୍‌ ଭାବେ ଜାରବେରା ଫୁଲ ଚାଷ କରିଛନ୍ତିି। ପ୍ରତି ପ୍ରକଳ୍ପ ପାଇଁ ୨ ଲକ୍ଷ ୩୮ ହଜାର ୯୮୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୦ ବର୍ଗ ମିଟର ଅଞ୍ଚଳରେ ଏହା କରାଯାଇଛି। ପ୍ରତି ପ୍ରକଳ୍ପ ପାଇଁ ୧ ଲକ୍ଷ ୩୦ ଜହାର ୪୦୦ ଟଙ୍କା ସବ୍‌ସିଡି ମିଳିଥିବା ବେଳେ ୨ ଟି ସଂଘକୁ ୧ ଲକ୍ଷ ଟଙ୍କା ଲେଖାଏ ବ୍ୟାଙ୍କ ଋଣ ମିଳିଛି। ପ୍ରତି ସଂଘରେ ୧୦ ଜଣ ସଦସ୍ୟା ରହିଛନ୍ତି। ଏହି ପଞ୍ଚାୟତ ଅଧିନ ଜଗତପଲୀର ମା’ ସିଂହାସନୀ ମହିଳା ସଂଘରେ ୧୦ ସଦସ୍ୟା ଓ କେଉଟପଲ୍ଲୀର ଓମ୍‌ ସାଇବାବା ମହିଳା ସଂଘରେ ୭ ଜଣ ସଦସ୍ୟା ରହିଛନ୍ତି। ଉଭୟ ସଂଘ ପୃଥକ ଭାବେ ୨୦୦ ବର୍ଗ ମିଟର ଅଞ୍ଚଳରେ ଅର୍କିଡ୍‌ ଫୁଲ ଚାଷ କରୁଛନ୍ତି। ପ୍ରତି ପ୍ରକଳ୍ପ ପାଇଁ ୨ ଲକ୍ଷ ୭୯ ହଜାର ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରତି ସଂଘକୁ ୧ ଲକ୍ଷ ଟଙ୍କା ଲେଖାଏ ବ୍ୟାଙ୍କ ଋଣ ଓ ୧ ଲକ୍ଷ ୩୪ ହଜାର ଟଙ୍କା ସବ୍‌ସିଡି ମିଳିଛି। ଏମାନଙ୍କୁ ବିକ୍ରିବଟାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଫୁଲକୁ ସ୍ଥାନୀୟ ଓ ବାହାର ଅଞ୍ଚଳକୁ ପଠାଇ ମହିଳା ସଂଘଗୁଡିକ ଭଲ ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

ଗଞ୍ଜାମରେ ଗଭୀର ଅବପାତର ପ୍ରଭାବ: NH-516A ରେ ଗଛ ପଡ଼ି ରାସ୍ତା ବନ୍ଦ

ଛତ୍ରପୁର,୨୫।୯(ଦିଲ୍ଲୀପ ସାମଲ) : ଗଭୀର ଅବପାତଜନିତ ଲଗାଣ ବର୍ଷା ପରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଠାରୁ ପବନର ବେଗ ବଢ଼ିବାରେ ଲାଗିଛି । ଏହାର…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?