Posted inଖେଳ

ଫୁଟବଲ ହଲ୍‌ ଅଫ୍‌ ଫେମ୍‌ର ବବି ମିଚେଲଙ୍କ ଦେହାନ୍ତ

ଓ୍ବାଶିଂଟନ,୭।୪(ଏପି)- ଫୁଟବଲ ହଲ୍‌ ଅଫ୍‌ ଫେମ୍‌ର ବବି ମିଚେଲ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ୧୯୮୩ରେ ସେ ପ୍ରୋ ଫୁଟବଲ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଥିଲେ। ଫୁଟବଲ ଜଣେ ମହାନ ଖେଳାଳିଙ୍କୁ ହରାଇଲା ବୋଲି ହଲ୍‌ ଅଫ୍‌ ଫେମ୍‌ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ବେକର କହିଛନ୍ତି। ସେ ଓ୍ବାଶିଂଟନ ରେଡକିନ୍ସର ପ୍ରଥମ ବ୍ୟାକ୍‌ ଖେଳାଳିଥିଲେ। ରେଡକିନ୍ସକୁ ବାଦ୍‌ ଦେଲେ ସେ କ୍ଲେଭେଲାଣ୍ଟ ବ୍ରାଉନ୍ସ ତରଫରୁ ମଧ୍ୟ ଖେଳି ଜାରି ରଖିଥିଲେ। ସେ ଜଣେ ଅବିଶ୍ୱସନୀୟ ପ୍ରତିଭାସମ୍ପନ୍ନ ଖେଳାଳି ଥିଲେ ବୋଲି ବେକର କହିଛନ୍ତି। ମିଚେଲ କ୍ଲେଭଲାଣ୍ଡ ବ୍ରାଉନ୍ସ ତରଫରୁ ୧୯୫୮ରୁ ୧୯୬୧ ପର୍ଯ୍ୟନ୍ତ ଖେଳିଥିଲେ। ଏହାପରେ ସେ ୧୯୬୨ରେ ରେଡକିନ୍ସରେ ଯୋଗ ଦେଇଥିଲେ। ଏହାପରେ ସେ ରେଡକିନ୍ସ ସହ ୩୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ସାମିଲ ରହିଥିଲେ। ଅବସର ନେବା ପରେ ମିଚେଲ ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିଲେ। ହାଇସ୍କୁଲ୍‌ରେ ପଢିବା ବେଳେ ସେ ବେସ୍‌ ବେଲ ଖେଳିବା ଉପରେ ମନୋନିବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ବୁମ୍‌ରା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ବି କଲେ ଅନନ୍ୟ ରେକର୍ଡ

ନୂଆଦିଲ୍ଲୀ,୨୩।୨: ଜସପ୍ରିତ ବୁମ୍‌ରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ବଡ଼ ମ୍ୟାଚରେ ତାଙ୍କଠାରୁ ଭଲ ଆଉ କେହି ନାହାନ୍ତି। ସେ ୨୦୨୬ ଟି୨୦ ବିଶ୍ୱକପର ସୁପର ୮…

Video: ଭାରତ-ଦକ୍ଷିଣ ଆଫ୍ରିକ ମ୍ୟାଚରେ ହେଲା ଖୁବ ଝଗଡା! ଡେଭିଡ ମିଲରଙ୍କ ସହ ଲାଗିଗଲେ ଓ୍ବାଶିଂଟନ ସୁନ୍ଦର, ଶୁଣିଲେନି…

ନୂଆଦିଲ୍ଲୀ,୨୩।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ଲେଇଂ ଇଲେଭେନରେ ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରିବା ନେଇ ପ୍ରଶ୍ନ ଉଠାଯାଉଛି। ଏହି ମ୍ୟାଚରେ ତାଙ୍କୁ ଅକ୍ଷର ପଟେଲଙ୍କ…

୧୨୦୦ ଦିନ ପରେ ଭାଙ୍ଗିଲା ଭାରତର T20 ବିଶ୍ୱକପ ରେକର୍ଡ’, ଏବେ କେମିତି ସେମିଫାଇନାଲରେ ପହଞ୍ଚିବ ଟିମ ଇଣ୍ଡିଆ? ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨୩।୨: ICC T20 ବିଶ୍ୱକପ ୨୦୨୬ ର ପ୍ରଥମ ସୁପର ୮ମ୍ୟାଚ ରେ ଭାରତୀୟ ଦଳକୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଲା। ଅହମଦାବାଦର ନରେନ୍ଦ୍ର…

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ,…

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri