Posted inଖେଳ

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ଯୋଗୁ ଗତ ସଂସ୍କରଣରୁ ଅପରାଜେୟ ଥିବା ଭାରତୀୟ ଦଳର ବିଜୟ ଧାରାରେ ବ୍ରେକ ଲାଗିଛି।

ଦକ୍ଷିଣ ଆଫ୍ରିକା ଦ୍ୱାରା ପ୍ରଦତ୍ତ ୧୮୮ ରନର ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଭାରତ ୧୮.୫ ଓଭରରେ ୧୧୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତୀୟ ଦଳ ଆସନ୍ତା ୨୬ ତାରିଖରେ ତା’ର ପରବର୍ତ୍ତୀ ସୁପର-୮ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ଭେଟିବ।

ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାରେ ଅଧିନାୟକ ଏଡେନ ମାରକ୍ରମ (୪), କ୍ୱିଣ୍ଟନ ଡି କକ୍‌ (୭) ଓ ରିଆନ ରିକଲଟନ (୭)ଙ୍କ ଉଇକେଟ ହରାଇଥିଲା। ଏହାପରେ ଡଓ୍ବୋଲ୍ଡ ବ୍ରେଭିସ ଓ ଡେଭିଡ୍‌ ମିଲର ଚତୁର୍ଥ ଉଇକେଟରେ ୫୦ ବଲରେ ୯୭ ରନ କରିଥିଲେ। ଅର୍ଦ୍ଧଶତକ ଅଭିମୂଖେ ଅଗ୍ରସର ହେଉଥିବା ବ୍ରେଭିସ ୨୯ ବଲରେ ୩ ଲେଖାଏ ଚୌକା ଓ ଛକା ସହ ୪୫ ରନ କରି ଆଉଟ୍‌ ହୋଇଥିଲେ। ଏହିଠାରୁ ଟ୍ରିଷ୍ଟାନ ଷ୍ଟବ୍ସଙ୍କ ସହ ମିଶି ମିଲର ଦଳୀୟ ସ୍କୋରକୁ ୧୫୦ ପାର ପଞ୍ଚାଇଥିଲେ। ଆଟାକିଂ ବ୍ୟାଟିଂ କରୁଥିବା ମିଲର ୩୫ ବଲରେ ୭ ଚୌକା ଓ ୩ ଛକା ସହିତ ୬୩ ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ଷ୍ଟବ୍ସ ୨୪ ବଲରେ ଅପରାଜିତ ୪୪ ( ୧ ଚୌକା ଓ ୩ ଛକା) ରନ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୭ ଉଇକେଟ ହରାଇ ୧୮୭ ରନ କରିଥିଲା।

ଜବାବରେ ଭାରତ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୮.୫ ଓଭରରେ ୧୧୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଶିବମ ଦୁବେ (୪୨ ରନ, ୧ ଚୌକା ଓ ୩ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର ଭଳ ସ୍କୋର କରି ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?