Posted inଫୁରସତ

ଫାଦର୍ସ ଡେ’: କୋଟିପତି ବାପାଙ୍କ ସଫଳ ଝିଅ

ବାପା ଏବଂ ଝିଅର ସମ୍ପର୍କ ସବୁଠାରୁ ଭିନ୍ନ। ସବୁ ଝିଅଙ୍କ ପାଇଁ ସେମାନଙ୍କ ବାପା ହେଉଛନ୍ତି ପ୍ରଥମ ହିରୋ। ଜୁନ୍‌ ମାସର ତୃତୀୟ ରବିବାରକୁ ଫାଦର୍ସ ଡେ’ ଭାବେ ପାଳନ କରାଯାଏ। ଏଥର ଜୁନ୍‌ ୨୧ରେ ତାରିଖରେ ଫାଦର୍ଶ ଡେ’ ପଡ଼ୁଛି। ଏହି ସ୍ବତନ୍ତ୍ର ଅବସରରେ ଜାଣିବା କୋଟିପତି ବାପାଙ୍କ ସଫଳ ଝିଅଙ୍କ ବିଷୟରେ।

ଭନିଶା ମିତ୍ତଲ: ଷ୍ଟିଲ କିଙ୍ଗ୍‌ କୁହାଯାଉଥିବା ଲକ୍ଷ୍ମୀ ମିତଲଙ୍କ ଝିଅ ଭନିଶା ମିତଲ। ଭନିଶା ଲଣ୍ଡନର ବିଜ୍‌ନେଶ ସ୍କୁଲରୁ ମ୍ୟାନେଜମେଣ୍ଟ ପାଠପଢ଼ା ଶେଷ କରିବା ପରେ ଫ୍ୟାମିଲ ବିଜ୍‌ଜେସ୍‌ ସମ୍ଭାଳୁଛନ୍ତି। ସେ ବାପାଙ୍କ କମ୍ପାନୀର ବୋର୍ଡ ଅଫ୍‌ ଡାଇରେକ୍ଟରରେ ମଧ୍ୟ ସାମିଲ ଅଛନ୍ତି।

ମାନସୀ କିର୍ଲୋସ୍କର: ମାନସୀ ଶିଳ୍ପପତି ବିକ୍ରମ ଏବଂ ଗୀତାଞ୍ଜଳୀ କିର୍ଲୋସ୍କରଙ୍କ ଝିଅ। ବୁଲାବୁଲି କରିବାକୁ ବିଶେଷ ଭଲ ପାଉଥିବା ମାନସୀ ଏଥିପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ‘ଟାୟୋଟା କିର୍ଲୋସ୍କର’ ସାମ୍ରାଜ୍ୟର ଏକମାତ୍ର ମାଲିକାଣୀ। ମାନସୀ ଚିତ୍ର ଆଙ୍କିବାକୁ ବହୁତ ଭଲ ପାଆନ୍ତି।

ଇଶା ଅମ୍ବାନୀ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଅ ଇଶା ବ୍ୟବସାୟ ଜଗତର ଏକ ବଡ଼ ନାମ। ଇଶା ଜିଓ ଏବଂ ରିଲାଏନ୍ସ ରିଟେଲରର ନିର୍ଦ୍ଦେଶିକା। ଖୁବ୍‌ କମ୍‌ ବୟସରୁ ବିଜ୍‌ନେସ୍‌ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଇଶା ୨୦୧୫ରେ ଫୋବ୍ସର ସର୍ବକନିଷ୍ଠ କୋଟିପତି ମହିଳା ତାଲିକାରେ ସ୍ଥାନ ପାଇଥିଲା। ଇଶା ବର୍ତ୍ତମାନ ବିବାହିତ। ଏବେ ବି ସେ ବାପାଙ୍କୁ ବିଜ୍‌ନେସ୍‌ରେ ସହଯୋଗ କରୁଛନ୍ତି।

ଅନନ୍ୟା ବିର୍ଲା: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ୍‌ କୁମାର ମଙ୍ଗଲମ ବିର୍ଲାଙ୍କ ଏକମାତ୍ର ସିଙ୍ଗର ତଥା ଗୀତିକାର ଝିଅ ଅନନ୍ୟା। ସେ କେବଳ ବ୍ୟବସାୟରେ ନିଜକୁ ସୀମିତ କରି ରଖିନାହାନ୍ତି ଫ୍ୟାଶନ ଏବଂ ସଂଗୀତ ଦୂନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅନନ୍ୟାଙ୍କର ଏକ ମାଇକ୍ରୋଫାଇନାନ୍ସ ଫାର୍ମ ‘ସ୍ବତନ୍ତ୍ର ପ୍ରାଇଭେଟ ଲିମିଟେଡ୍‌’ କମ୍ପାନୀ ରହିଛି। ବିଳାସପୂର୍ଣ୍ଣ ଦ୍ରବ୍ୟ ଇ-କମର୍ସ କମ୍ପାନୀ କ୍ୟୁରୋକାର୍ଟର ପ୍ରତିଷ୍ଠାତା ତଥା ସିଇଓ ହେଉଛନ୍ତି ଅନନ୍ୟା।

ରୋଶନି ନାଦର
ରୋଶନୀ ହେଉଛନ୍ତି ଭାରତୀୟ କୋଟିପତି ଶିବ ନାଦରଙ୍କ ଝିଅ। ସେ ଟେକ୍‌ କମ୍ପାନୀ ଏଚ୍‌ସିଏଲ୍‌ ଗ୍ରୁପ୍‌ର ସିଇଓ। ରୋଶନି ନାଦର ଫୋବ୍ସ ଦୁନିଆର ୧୦୦ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri