Posted inଫୁରସତ

‘ନାଲି ସୁନା’, ଏହାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ସୁନା ମୂଲ୍ୟବାନ ଧାତୁ ବୋଲି ସମସ୍ତେ ଜାଣନ୍ତି। ଏହାର ରଙ୍ଗ ହଳଦିଆ। ମାତ୍ର ଏକ ମସଲା ଅଛି, ଯାହାକୁ ‘ନାଲି ସୁନା’ କୁହାଯାଏ। ଏହାକୁ ବିଶ୍ୱର ମହଙ୍ଗା ମସଲା ଭାବେ ଗଣନା କରାଯାଏ। ଏହି ମସଲାର ଗଛକୁ ମଧ୍ୟ ବିଶ୍ୱର ସବୁଠାରୁ ମହଙ୍ଗା ଗଛ କୁହାଯାଏ। ଏହି ଗଛ ଲଗାଉଥିବା ପ୍ରମୁଖ ଦେଶ ମଧ୍ୟରେ ଭାରତ ସମେତ ଫ୍ରାନ୍ସ, ସ୍ପେନ, ଇରାନ, ଇଟାଲୀ, ଗ୍ରୀସ, ଜର୍ମାନୀ, ଜାପାନ, ଋଷ୍‌, ଅଷ୍ଟ୍ରିଆ, ତୁର୍କୀସ୍ତାନ, ଚାଇନା, ପାକିସ୍ତାନ ଏବଂ ସ୍ବିଜରଲ୍ୟାଣ୍ଡ ଅନ୍ତର୍ଭୁକ୍ତ। ଭାରତରେ ଏହା ଜମ୍ମୁ-କଶ୍ମୀରର ପାମ୍ପୋର ସୀମିତ ଅଞ୍ଚଳରେ ଅଧିକ ଚାଷ କରାଯାଇଥାଏ।
ବିଶ୍ୱର ଏହି ମହଙ୍ଗା ମସଲାର ନାମ ହେଉଛି କେଶର। ଯାହାକୁ ଇଂରାଜୀରେ ସାଫ୍ରନ୍‌ କୁହାଯାଏ। ବଜାରରେ ସାଫ୍ରନ୍‌ର ମୂଲ୍ୟ କିଲୋଗ୍ରାମ ପ୍ରତି ଅଢ଼େଇରୁ ୩ ଲକ୍ଷ ରହିଛି। କେଶର ଏତେ ଦାମୀ ହେବାର କାରଣ ହେଉଛି ଏହାର ଦେଢ଼ ଲକ୍ଷ ଫୁଲରୁ କେବଳ ୧ କିଲୋଗ୍ରାମ ଶୁଖିଲା କେଶର ମିଳିଥାଏ।
ପ୍ରାୟ ୨୩୦୦ ବର୍ଷ ପୂର୍ବେ ଗ୍ରୀସ୍‌ରେ ଏହା ଚାଷ କରାଯାଇଥିଲା। କୁହାଯାଏ, ଇଜିପ୍ଟର ରାଣୀ କ୍ଲିୟୋପେଟ୍ରା ନିଜର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏହାକୁ ବ୍ୟବହାର କରୁଥିଲେ। କିଛି ଲୋକ ବିଶ୍ୱାସ କରନ୍ତି ଏହି କେଶରର ଉତ୍ପତ୍ତି ଦକ୍ଷିଣ ୟୁରୋପର ସ୍ପେନ୍‌ରେ ଚାଷ କରାଯାଇଥିଲା। କେଶର ଫୁଲର ସୁଗନ୍ଧ ଏତେ ଶକ୍ତିଶାଳୀ ଯେ, ଆଖପାଖ ଅଞ୍ଚଳକୁ ସୁବାସିତ କରିଦିଏ। ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରତ୍ୟେକ ଫୁଲରେ କେବଳ ତିନୋଟି କେଶର ରହିଥାଏ।
ଅନ୍ୟପକ୍ଷରେ ଆୟୁର୍ବେଦିକ ଶାସ୍ତ୍ରରେ କେଶରର ଉପକାରିତା ବିଷୟରେ ମଧ୍ୟ କୁହାଯାଇଛି। ଏହା ଖାଦ୍ୟର ସ୍ବାଦ ବଢ଼ାଇଥାଏ। ଦେବଦେବୀଙ୍କ ପୂଜାରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ବର୍ତ୍ତମାନ କେଶରକୁ ପାନ ମସଲା ଏବଂ ଗୁଟ୍‌ଖାରେ ବ୍ୟବହାର କରାଯାଉଛି। ଏହା ରକ୍ତ ଦମନକାରୀ, ନିମ୍ନ ରକ୍ତଚାପ ଏବଂ ପ୍ଲେଗ ରୋଗ ବିନାଶକ ଭାବରେ ଜଣାଶୁଣା। ଏହାକୁ ଜଡ଼ିବୁଟି ଭାବରେ ମଧ୍ୟ ବ୍ୟବହାର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri