ଫାଇଲିନକୁ ବିତିଲା ୬ ବର୍ଷ: ବୁଢ଼ାବଳଙ୍ଗରେ ହୋଇପାରୁନି ଆଡ଼ିବନ୍ଧ

ବାରିପଦା ଅଫିସ,୧୩।୧୦- ସେଦିନ ଥିଲା ୨୦୧୩ ଅକୋ୍ଟବର ୧୩ ତାରିଖର କାଳ ରାତ୍ରି । ଫାଇଲିନ ବାତ୍ୟା ପ୍ରଭାବରେ ଫୁଲି ଉଠିଥିଲା ବୁଢ଼ାବଳଙ୍ଗ । ଚାହୁଁଚାହୁଁ ସେହି ରାତିରେ ବାରିପଦା ସହର ଜଳମଗ୍ନ ହୋଇପଡିଲା। ଜୀବନ ବଞ୍ଚାଇବା ଲାଗି ବିକଳରେ ଅନେକ ଲୋକ ଉଚ୍ଚ ଓ ନିରାପଦ ସ୍ଥାନକୁ ଯାଇ ଆଶ୍ରୟ ନେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ପଶିଥିଲା ପାଣି, ଯାହା ରୋଗୀଙ୍କ ଲାଗି ସଙ୍କଟ ସୃଷ୍ଟି କରିଥିଲା। ଏହି ବନ୍ୟା ବିପର୍ଯ୍ୟୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଧନ ସମ୍ପତ୍ତି, ଘରର ଆସବାବପତ୍ର ଉଜୁଡି ଯାଇଥିଲା। ସେହି ଲୋମଟାଙ୍କୁରା ବନ୍ୟା ଓ ବାତ୍ୟା ବିଭୀଷିକାକୁ ୬ ବର୍ଷ ବିତିଲାଣି । ସେଦିନର କ୍ଷତ ଓ ଦୁଃଖଦ ଅନୁଭୂତି ଏଯାଏ ମନରୁ ଲିଭିନି। ସହରକୁ ବନ୍ୟା ବିପର୍ଯ୍ୟୟରୁ ରକ୍ଷା କରିବା ସକାଶେ ବୁଢ଼ାବଳଙ୍ଗ ନଦୀ ତଟରେ ଆଡିବନ୍ଧ ନିର୍ମାଣ ଯୋଜନା କେବଳ ଘୋଷଣାରେ ସୀମିତ ହୋଇରହିଛି।
ଉଲ୍ଲେଖନୀୟ ଯେ, ଫାଇଲିନ୍‌ ବାତ୍ୟା ଓ ବନ୍ୟା ବିପର୍ଯ୍ୟୟ ପରେ ବାରିପଦା ସହର ନିକଟ ବୁଢ଼ାବଳଙ୍ଗ ନଦୀରେ ଆଡିବନ୍ଧ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏହା ପରେ ୧୧୭ ତମ ଟେକନିକାଲ ଆଡଭାଇଜରି କମିଟି (ଟିଏସି) ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। କୁଚେଇ ଘାଟଠାରୁ ଦାମୋଦର ଘାଟ ପର୍ଯ୍ୟନ୍ତ ୩ ପର୍ଯ୍ୟାୟରେ ଆଡିବନ୍ଧ ନିର୍ମାଣ ହେବ ଏବଂ ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ୬୨ କୋଟି ୩୪ ଲକ୍ଷ ଟଙ୍କା ଅନୁମୋଦନ କରିବା ସକାଶେ କମିଟି ସୁପାରିସ କରିଥିଲା। କିନ୍ତୁ ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବ କାରଣରୁ ଏଯାଏ ଆଡ଼ିବନ୍ଧ ନିର୍ମାଣ ସମ୍ଭବ ହୋଇ ନାହିଁ। ବାରିପଦା ସହରର ସୁରକ୍ଷା ଲାଗି ବୁଢ଼ାବଳଙ୍ଗ ନଦୀରେ ଆଡିବନ୍ଧ ନିର୍ମାଣ କରିବା ସକାଶେ ମଧୁବନ ଡେଭଲପମେଣ୍ଟ କମିଟି ଦୀର୍ଘଦିନ ହେବ ଦାବି କରିଆସୁଛି। ଏ ନେଇ ମୁଖ୍ୟମନ୍ତ୍ରୀ, ଜଳ ସମ୍ପଦ ସଚିବ, ବିଭାଗୀୟ ସଚିବଙ୍କ ସମେତ ଜିଲାପାଳ ଓ ବିଭିନ୍ନ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ଗତ ଜାନୁୟାରୀ ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସହରରେ ରିଂ ରାଡ ନିର୍ମାଣ କରାଯିବ ବୋଲି ସୂଚନା ଦେଇଥିଲେ। ଜଳ ସମ୍ପଦ ବିଭାଗର ଜଣେ ଅଧିକାରୀ ସର୍ଭେ କରି ଫେରିଯାଇଥିଲେ ମଧ୍ୟ ଏଯାଏ ଏ ଦିଗରେ ଅନ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ ସମ୍ପର୍କରେ ମଧୁବନ ଉନ୍ନୟନ ପରିଷଦର ସମ୍ପାଦକ ବିକ୍ରମ କେଶରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବୁଢ଼ାବଳଙ୍ଗରେ ରିଂ ରୋଡ ନିର୍ମାଣ ହେଲେ ସହର ସୁରକ୍ଷିତ ରହି ପାରିବ। ଏଥିଲାଗି ବହୁଦିନରୁ ଦାବି କରାଯାଇ ଆସୁଛି। ରାଜ୍ୟ ସରକାରଙ୍କ ଦୁଇଥର ଘୋଷଣା ସତ୍ତ୍ୱେ କାମ ହେଉ ନ ଥିବାରୁ ପରିଷଦ ଏହା ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି । ୬ ବର୍ଷ ତଳର ସେହି କାଳରାତ୍ରିର ସ୍ମୃତି ମନେ ପକାଇ ସ୍ଥାନୀୟ ୭ ନମ୍ବର ୱାର୍ଡର ବାସିନ୍ଦା ବିକାଶ ନାୟକ କହନ୍ତି, ନଦୀ ଉପର ମୁଣ୍ଡରୁ ହଠାତ ବଢି ପାଣି ଆସିିବା ଫଳରେ ତାଙ୍କ ଘରେ ବନ୍ୟା ପାଣି ପଶିିଥିଲା। କୌଶଳ କ୍ରମେ ସେମାନେ ଘରୁ ବାହାରି ଆସି ଜୀବନ ବଞ୍ଚାଇଥିଲେ। ଘରେ ଥିବା ସମସ୍ତ ଜିନିଷପତ୍ର ନଷ୍ଟ ହୋଇ ଯାଇଥିଲା। ଆଜି ବି ଏହି ରାତି କଥା ମନେପଡିଲେ ଦେହ ଥରିଯାଏ। ସେହିପରି ୯ ନମ୍ବର ୱାର୍ଡ ବାସିନ୍ଦା କିଶୋର ବେହେରା କୁହନ୍ତି, ସେହି ରାତିରେ ଫାଇଲିନର ତାଣ୍ଡବ ନ ଦେଖିଲା ଲୋକେ ଏହାକୁ ବିଶ୍ୱାସ କରିପାରିବ ନାହିଁ। ଘରେ ପାଣି ପଶି ଯିବାରୁ ସାରାରାତି ପରିବାର ଲୋକଙ୍କୁ ବାହାରେ ରହିବାକୁ ପଡିଥିଲା। ପରଦିନ ସକାଳେ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ରିଲିଫ ଶିିବିରକୁ ନେଇଥିଲା। ଏଭଳି ପରିସ୍ଥିତିର ପୁନରାବୃତ୍ତି ନ ହେବା ଲାଗି ସହରକୁ ସୁରକ୍ଷିତ ରଖାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri